ଆବାସ ଯୋଜନା ସଚେତନତା ଓ ଭୂମିପୂଜା

୭ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :- ଗଜପତି ଜିଲ୍ଲା ଆର,ଉଦୟଗିରି ର ଛେଳାଗଡ ପଞ୍ଚାୟତ ଗଡର ଗ୍ରାମରେ ପ୍ରଧାନମନ୍ତୀ ଆବାସ ଯୋଜନା ସମ୍ପକିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଡିଓ ମୁଖ୍ୟ ଅତିଥୀ ଲରିମନ ଖର୍ସେଲ ଭାବେ ଯୋଗ ଦେଇଥିଲେ । କେଉଁମାନେ ଏହି ଯୋଜନାରେ ଯୋଗ୍ୟ ହିତଅଧିକାରୀ ହୋଇପାରିବେ,

ଜଣେ ହିତଅଧିକାରୀଙ୍କୁ କେତେ ଟଙ୍କା ମିଳୁବ, କେତେଦିନ ମଧ୍ୟରେ କାମ ସାରିଲେ ସରକାରଙ୍କ ପକ୍ଷରୁ ଅଧିକ ପ୍ରୋତ୍ସାହନ ରାଶି ମିଳିବ ସେ ନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶସାଂଙ୍କ ଶେଖର ସୁବୁଦ୍ଧି ପ୍ରାଞ୍ଜଳ ଭାବେ ବୁଝାଇଥିଲେ। ଏହି ଅବସରରେ ଜଣେ ହିତଅଧିକାରୀଙ୍କ ନୂତନ ଆବାସର ଭୂମି ପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ସରପଞ୍ଚ , ସମିତିସଭ୍ୟ ଓ ଗ୍ରାମୀଣ ଆବାସ ଅଧିକାରୀମାନେ ଉପସ୍ଥିତ ଥିଲେ .

Exit mobile version