୭ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :- ମୋହନା ଠାରେ ଥିବା ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଦୃଷ୍ଟିହୀନ,ବଧିର ,ମାନସିକ ଅନଗ୍ରସର ଓ ମସ୍ତିସ୍କ ପକ୍ଷାଘାତ ବିଦ୍ୟାଳୟ ରେ “ବନ ମୋହତ୍ସବ ସପ୍ତାହ” ପାଳନ ହୋଇଯାଇଛି ।ଏଠାରେ ଅନୁଷ୍ଠାନର ସମ୍ପାଦକ ଶ୍ରୀ ଦଣ୍ଡ।ସି ସାହୁ ସଭାପତିତ୍ଵ କରିଥିଲେ ।ମୁଖ୍ୟ ଅତିଥି ଭାବେ ଶ୍ରୀ ଶୁଭଜିତ ବେହେରା(JMFC,ମୋହନା) ଆସନ ଅଳଙ୍କୃତ କରିଥିଲେ ଓ ତାଙ୍କ ସହଯୋଗୀ ଯୋଗ ଦେଇଥିଲେ । 

