ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆମ ପୋଖରୀ ଯୋଜନା ଉଦଘାଟିତ

ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର”ଆମ ପୋଖରୀ”ଯୋଜନା ଶୁଭାରମ୍ଭ କରିଛନ୍ତି।ସହରାଞ୍ଚଳରେ ଥିବା ସମସ୍ତ ଜଳାଶୟ ନବୀକରଣ ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ରହିଛି ବୋଲି ଲୋକସେବା ଭବନର କନଭେସନ ସେଣ୍ଟରରୁ ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି।ଆମ ପୋଖରୀ ଯୋଜନାରେ ରାଜ୍ୟର ସମସ୍ତ ୧୧୫ ଟି ପୋୖରାଞ୍ଚଳରେ ଥିବା ପ୍ରାୟ ଦୁଇ ହଜାର ବୃହତ ଜଳାଶୟର ନବୀକରଣ କରାଯିବ । ଅବସର ସମୟରେ ଜନସାଧାରଣଙ୍କ ମନୋରଞ୍ଜନ ପାଇଁ ପୋଖରୀର ଚାରିପଟେ ସୌନ୍ଦର୍ଯ୍ୟକରଣ କରାଯିବ। ମିଶନଶକ୍ତି ମହିଳାଙ୍କ ସହଭାଗୀତାରେ ପ୍ରକଳ୍ପ ଗୁଡିକର ନବୀକରଣ ଏବଂ ରକ୍ଷଣାବେକ୍ଷଣ କରାଯିବ।

ପ୍ରାକୃତିକ ଉପାୟରେ ଉପକୂଳ ପରିବେଶ ଓ ସହରାଞ୍ଚଳରେ ପାରିପାର୍ଶ୍ବିକ ସ୍ଥିତିରେ ପରିବର୍ତ୍ତନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି।ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାର ଏକମାତ୍ର ପୌର ପରିଷଦ,ହିଞ୍ଜିଳିକାଟୁ ତରଫରୁ ପୋୖରାଞ୍ଚଳର ୭ ଟି ସ୍ଥାନରେ ଆମ ପୋଖରୀ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା । ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରାଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ପୋୖରାଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ,ଉପାଧ୍ୟକ୍ଷା ସୁଚିତ୍ରା କୁମାରୀ ପଣ୍ଡା,ସୁପ୍ରଭା ମହାରଣା,ବସନ୍ତ କୁମାର ବେହେରାଙ୍କ ସମେତ ସମସ୍ତ ପାରିଷଦ ଯୋଗ ଦେଇଥିଲେ।

ଭିଡ଼ିଓ କନଫେରେନ୍ସ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ,ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଯୋଜନାର ସମସ୍ତ ଲକ୍ଷ୍ୟ ବିଷୟରେ ଅବଗତ କରିଥିଲେ।କାର୍ଯ୍ୟକ୍ରମରେ ପୌର ଯନ୍ତ୍ରୀ ମୁକେଶ କୁମାର ପ୍ରଧାନ, କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶ,ଦିଲ୍ଲୀପ କୁମାର ମିଶ୍ର,ସୁନୀଲ ନାହାକ, ମାନସ ରଞ୍ଜନ ଦିଗାଲ, ସ୍ନେହଲତା ମିଶ୍ର, ସ୍ୱପ୍ନାରାଣୀ ତ୍ରିପାଠୀ, ପ୍ରମୋଦ କୁମାର ସାହୁ,କିଶନ ପାତ୍ର ସମୀର ମହାନ୍ତି, ସୌମ୍ୟ ରଞ୍ଜନ ଗ୍ରହାଚାର୍ଯ୍ୟ,ରାମକୃଷ୍ଣ ଦାସ ଓ ପୌର କର୍ମଚାରୀଙ୍କ ସମେତ ମିଶନଶକ୍ତି ମହିଳା ସଦସ୍ୟା ଉପସ୍ଥିତ ଥିଲେ।

ପ୍ରକାଶ ଥାଉକି ଆମ ପୋଖରୀ ଯୋଜନା ଶୁଭାରମ୍ଭ ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଏକମାତ୍ର ପୌର ପରିଷଦ ପକ୍ଷରୁ ହିଞ୍ଜିଳି ଦେଉଳ ବନ୍ଧ, ନୁଆଁଗଡ଼ ଦେଉଳ ବନ୍ଧ, ଅଙ୍କରଡ଼ା ଯୋଗୀବନ୍ଧ,ବେବର୍ତ୍ତା ବନ୍ଧ ହଂସରାଳି ବନ୍ଧ,ସର ବନ୍ଧ,ହେତେରା ବନ୍ଧ ଓ ନେଳିଆ ବନ୍ଧ ନବୀକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଅଗ୍ରଗତି ହୋଇଛି ଓ ସମ୍ପାଦିତ ହୋଇ ବିକଶିତ ହୋଇଛି।ଯାହାକି ଆମ ପୋଖରୀ ଯୋଜନାର ରୋଲ ମଡେଲ ଭାବେ ସ୍ଥାନିତ ହୋଇଛି ବୋଲି ପୌର ପରିଷଦ ପକ୍ଷରୁ କୁହାଯାଇଛି ।

Exit mobile version