ଅଢାଳିଆ ସ୍ଥିତ ଡିପିଏସ କଳିଙ୍ଗରେ ଶିକ୍ଷାବୃତ୍ତି ମେଳା ଅନୁଷ୍ଠିତ

୦୬ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ ;- କଟକ ଫୁଲନଖରା ନିକଟସ୍ଥ ଅଢାଳିଆ ଠାରେ ଥିବା ଡିପିଏସ କଳିଙ୍ଗ ପକ୍ଷରୁ ଗୁରୁବାର ଦିନ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଶିକ୍ଷାମେଳା ଅନୁଷ୍ଠିତ ହୋଇଥିଲା । ଛାତ୍ରଛାତ୍ରୀ ମାନେ ଶିକ୍ଷା ସମାପ୍ତି ପରେ ବୃତ୍ତି ଚୟନ କ୍ଷେତ୍ରରେ ସଠିକ ନିର୍ଣ୍ଣୟ ନେବା ଆବଶ୍ୟକ । ଜୀବନର ଲକ୍ଷ୍ୟ,ପ୍ରବୃତ୍ତି,ଓ ବୃତ୍ତି ସମାନ୍ତରାଳ ନ ହେଲେ ଯୋଗ୍ୟତା ର ମାନଦଣ୍ଡକୁ ଯାଥାର୍ଥ୍ୟ ସ୍ବୀକୃତି ମିଳେ ନାହିଁ। ସୂତରାଂ ବିଦ୍ୟାର୍ଥୀ ମାନଙ୍କ ଲକ୍ଷ୍ୟ ସ୍ଥିର ହେବା ବାଞ୍ଛନୀୟ ବୋଲି ଆୟୋଜିତ ଶିକ୍ଷା ବୃତ୍ତି ମେଳାରେ ବିଶିଷ୍ଠ ବ୍ଯକ୍ତି ମାନେ ମତ ବ୍ୟକ୍ତ କରିଛନ୍ତି ।

ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଅନୁରାଧା ରକ୍ଷିତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଡିପିଏସ୍ କଳିଙ୍ଗ ଓ କୋଲକାତା ସ୍ଥିତ ଷ୍ଟୁଡେଣ୍ଟ ଆଉଟରିଚର ମିଳିତ ଆନୁକୁଲ୍ୟରେ ଏହି ମେଳାଟି ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ଅଧ୍ୟୟନରତ ଏକାଦଶ ଓ ଦ୍ଵାଦଶ ଶ୍ରେଣୀର ଛାତ୍ରୀ ଛାତ୍ର ମାନେ ଉକ୍ତ ମେଳାରେ ଅଂଶଗ୍ରହଣ କରି ଜୀବନର ଲକ୍ଷ୍ୟ ସାଧନ କ୍ଷେତ୍ରରେ ବିଭିନ ମାର୍ଗ ଓ ବୃତ୍ତିଗତ ଶିକ୍ଷାସମ୍ଵନ୍ଧରେ ଜ୍ଞାନ ଅର୍ଜନ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଡିପିଏସ କଳିଙ୍ଗ ବିଦ୍ୟାଲୟର ପ୍ରୋ ଭାଇସ ଚେୟାରପର୍ସନ ଶ୍ରୀମତୀ ମାଲା ମିଶ୍ର ବିଦ୍ୟାର୍ଥୀଙ୍କ ପାଇଁ ମେଳାଟି ଅତ୍ୟନ୍ତ ଆବଶ୍ୟକ ବୋଲି କହିଥିଲେ ।

ଛାତ୍ରୀ ଛାତ୍ରଙ୍କ ଭବିଷ୍ୟତ କ୍ଷେତ୍ରରେ ଆମେ ଯତ୍ନବାନ୍ ହୋଇ ଏଭଳି ମେଳାକୁ ଆୟୋଜନ କରାଯାଉଛି ବୋଲି ଏକଜିକ୍ୟୁଟିଭ ଟ୍ରଷ୍ଟି ସୁନୟନା ପାତ୍ର କହିଛନ୍ତି। ଏହି ଶିକ୍ଷା ବୃତ୍ତି ମେଳାରେ ଅଶୋକା ବିଶ୍ୱବିଦ୍ୟାଳୟ,ଡି.ଡି .ଗୋୟଙ୍କା ବିଶ୍ୱ ବିଦ୍ୟାଳୟ,ମାନବ ରଚନା ଶିକ୍ଷା ଅନୁଷ୍ଠାନ,ଏସ୍ ଆର୍ ଏମ୍ ବିଶ୍ୱ ବିଦ୍ୟାଳୟ,ରୁଷିହୁଡ଼ ବିଶ୍ୱ ବିଦ୍ୟାଳୟ, ବିଟଲ ସ୍କୁଲ,

ଭେଲୋର ବୈଷୟିକ ଶିକ୍ଷାନୁଷ୍ଠାନ,ସାଇ ବିଶ୍ୱ ବିଦ୍ୟାଳୟ,ଭାରତୀୟ କଳା ସ୍ଥାପତ୍ୟ ଅନୁଷ୍ଠାନ ଏବଂ ଆଂଗ୍ଲୋ ଇଷ୍ଟର୍ଣ୍ଣ ମାରିଟାଇମ ଏକାଡେମୀ, ପ୍ରମୂଖ ଭାରତର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ବୈଷୟିକ ଶିକ୍ଷାନୁଷ୍ଠାନ ର ପ୍ରତିନିଧି ମାନେ ଯୋଗ ଦେଇଥିଲ। କାର୍ଯ୍ୟକ୍ରମ ପରିଚାଳନାରେ ଡିପିଏସ କଳିଙ୍ଗର ଶିକ୍ଷକ, କର୍ମଚାରୀ ମାନେ ସହଯୋଗ କରିଥିଲେ ।

Exit mobile version