କାତ୍ତିକ ଗୋମାଙ୍ଗ ଉଚ୍ଚ ବିଦ୍ୟାଳୟରେ ୪୭ତମ ବନ ମହୋତ୍ସବ ସପ୍ତାହ ପାଳିତ

୦୬ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି  :- କାର୍ତିକ ଗମାଙ୍ଗ ଉଚ୍ଚବିଦ୍ୟାଳୟ ପରିସରରେ ରାମଗିରି ବନାଞ୍ଚଳ ତରଫରୁ ଜାତୀୟ ସବୁଜ ବାହିନୀର ସହଯୋଗରେ 74 ତମ ବନ ମହୋତ୍ସବ ପାଳିତ ହୋଇଯାଇଛି I ଏ ଅବସରରେ ଫରେଷ୍ଟର ଶ୍ରୀ ବିଶ୍ୱନାଥ ଭୂୟାଁ ବନରକ୍ଷୀ ଶ୍ରୀ ରମେଶ ଚନ୍ଦ୍ର ପାଇକ ସରପଞ୍ଚ କୁମୁଦିନୀ ଗମାଙ୍ଗ ସମିତିସଭ୍ୟ ପୂର୍ଣ୍ଣ ଚନ୍ଦ୍ର ଗମାଙ୍ଗ ଫ୍ରିଡ଼ମର କାର୍ଯ୍ୟକାରୀ ସଭାପତି ଶ୍ରୀ ତ୍ରିନାଥ ବିଷୋୟୀରତ୍ନ ଶିକ୍ଷକ ଶ୍ରୀ ଲଳିତ ମୋହନ ମିଶ୍ର ରାଜ୍ୟପୁରସ୍କୃତ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ନରହରି ପାଣିଗ୍ରାହୀ ପ୍ରଧାନ ଶିକ୍ଷକ ଶ୍ରୀ ଲୋକନାଥ ନାହାକ ବିଜ୍ଞାନ ଶିକ୍ଷକ ଏସ ରାମା ରାଓଙ୍କ ସହ ସମସ୍ତ ଶିକ୍ଷକ କର୍ମଚାରୀ ଓ 200ଜଣ ଛାତ୍ରଛାତ୍ରୀ ଯୋଗଦେଇଥିଲେ I

ସକାଳ 8ଘ ସମୟରେ ଜଙ୍ଗଲ କର୍ମଚାରୀ ଙ୍କ ସହ ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରି ଚାରା ବଣ୍ଟନ କରିଥିଲେ I ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ମଂଚାସୀନ ଅତିଥି ମାନେ ପୁରସ୍କୃତ କରିଥିଲେ I ଅତିଥି ମାନଙ୍କ ଦ୍ୱାରା ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା I ଏହି ସମସ୍ତ କାର୍ଯ୍ୟକ୍ରମକୁ ଗଜପତି ଜିଲ୍ଲା ଇକୋ କ୍ଲବ ମାଷ୍ଟର ଟ୍ରେନର ଶ୍ରୀ ସୁବାସ ଚନ୍ଦ୍ର ସାହୁ ସଂଯୋଜନା କରିଥିଲେ I ପ୍ରଧାନଶିକ୍ଷକ ଶ୍ରୀ ଲୋକନାଥ ନାହାକ ଧନ୍ୟବାଦ ଅର୍ପଣ କରିଥିଲେ I

Exit mobile version