ଆବାସ ଯୋଜନାରେ ଯୋଗ୍ୟଙ୍କ ନାମ କଟିଲା : ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଓ ଧାରଣାରେ ବସିଥିଲେ ହିତାଧିକାରୀ

୦୬ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :- ମୋହନା ବ୍ଳକ ମେରାପଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଆବାସ ଯୋଜନାରୁ ବାଦ୍ ପଡିଥିବା ହିତଅଧିକାରୀମାନେ ତାଲା ପକାଇ ଧାରଣାରେ ବସିଥିଲେ । ପୂର୍ବରୁ ପଞ୍ଚାୟତର ୨୨୯ ଜଣଙ୍କ ନାମ ପ୍ରଧାନମନ୍ତୀ ଆବାସ ଯୋଜନାରେ ଗୃହ ପାଇବା ପାଇଁ ତାଲିକାରେ ଥିଲା । ବ୍ଳକ ପ୍ରଶାସନ ତରଫରୁ ସମସ୍ତ ୨୨୯ ଜଣଙ୍କ ତାଲିକା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଲଗାଯାଇଥିଲା । ଯୋଗାଣ ସହାୟତା ମାଧ୍ୟମରେ ଘରକୁ ଘର ଯାଇ ଜିଓ ଚ୍ୟାଗ ମଧ୍ୟ କରାଯାଇଥିଲା ।

ଗରିବ ହିତଅଧିକାରୀ ଘର ଖଣ୍ଡେ ପାଇଁ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଳକ୍ ପ୍ରଶାସନ ପାଖରେ ବହୁ ଗୁହାରୀ ପରେ ତାଲିକାରେ ନାମ ଆସିଥିଲା । ତେଣୁ ସେମାନେ ଘର କାମ କରିବା ପାଇଁ ଧାର ଉଧାର କରି ବାଲି ପଥର ଆଣି ମହଜୁଦ ରଖିଥିଲେ । ହେଲେ ତାଲିକାରେ ଏବେ ୨୨୯ ଜଣଙ୍କ ବଦଳରେ ୧୯୪ ଜଣ ବେଳେ ୩୫ ଜଣଙ୍କ ନାମ କଟିଯାଇଛି । ଏହାର ପ୍ରତିବାଦରେ ଲୋକେ ଉତ୍ୟକ୍ତ ହୋଇ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଧାରଣାରେ ବସିଥିଲେ ।

ଏହାର ସମାଧାନ ନ ହେଲେ ତାଲା ନ ଖୋଲିବା ଅଡିବସିଥିଲେ ବାଦ ପଡିଥିବା ମହିଳା ହିତଅଧିକାରୀ । ଯେଉଁ ଗରିବ ହିତଅଧିକାରୀଙ୍କ ନାମ କଟା ଯାଉଛି ପୂନର୍ବାର ଯାଞ୍ଚ୍ କରି ତାଲିକାରେ ଅନ୍ତର୍ଭୂକ୍ତ କରିବାକୁ ଦାବି କରିଛନ୍ତି । ନଚେତ ଆଗାମୀ ଦିନରେ ବ୍ଳକ କାର୍ଯ୍ୟାଳୟରେ ତାଲା ପକାଇ ରାସ୍ତା ଅବରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି । କେବଳ ମୋହନା ବ୍ଳକ ନୂହେଁ, ଗୁଲୁବା, ଲିଲିଗଡ, ଡେଙ୍ଗେସଖାଲ ଓ ଚାନ୍ଦିପୁଟ ଭଲି ପଞ୍ଚାୟତରେ ମଧ୍ୟ ଗରିବ ହିତଅଧିକାରୀମାନେ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି । ପଞ୍ଚାୟତ ନିର୍ବାହୀ ଅଅଧିକାରୀ ତଦନ୍ତ କରି ନାମ କଟି ଦେଇଥିବା ସରପଞ୍ଚମାନେ କହିଛନ୍ତି ।

Exit mobile version