ଚାକିରି କରାଇ ଦେବା ପ୍ରଲୋଭନ ଦେଖାଇ ଦୁଷ୍କର୍ମ ।

ଓଡିଶା ତାଜା ନ୍ୟୁଜ୍ (୨୫ ଜୁନ୍ ଗୁରୁବାର ) ବାରିପଦା :- ଚାକିରି କରାଇ ଦେବା ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆଣିଛନ୍ତି ଏକ ବିବାହିତା ଜନୈକ ମହିଳା (୩୨)। ବାରିପଦା ସହର ୧୯ ନମ୍ବର ୱାର୍ଡ ଅଞ୍ଚଳର ଜନୈକ ମହିଳା ଙ୍କୁ ଉଦଳା ଦୁଗୁଧା ଗ୍ରାମର ସତ୍ୟେନ୍ଦୁ ଜେନା ପେସାରେ ଜଣେ ଶିକ୍ଷକ । ଚାକିରି କରାଇ ଦେବା କହି ତାଙ୍କୁ ପୁରୀ ନେଇଯାଇଥିିଲେ । ସେଠାରେ ଏକ ହୋଟେଲରେ ରଖି ଦୁଷ୍କର୍ମ କରିଥିଲେ । ଦୁଷ୍କର୍ମ ସମୟର ଭିଡିଓ ମୋବାଇଲରେ ମଧ୍ୟ ସୁଟ କରିଥିଲେ। ପରବର୍ତ୍ତୀ ସମୟରେବାରମ୍ବାର ଦୁଷ୍କର୍ମ କରୁଥିଲୋ । ଏହି ବିଷୟରେ ବାହାରେ ପ୍ରକାଶ କଲେ ଜୀବନରୁ ମାରିଦେବାର ଧମକ ଦେବା ସହିତ ଭିଡିଓ ଭାଇରାଲ କରିବାର ଧମକ ଦେଇ ଆସୁଥିଲେ ।

ତେବେ ଦୀର୍ଘ ୫ ମାସ ଧରି ଯୁବତୀ ଜଣକ ଧମକ ଚମକ ପାଇବା ଓ ସତ୍ୟେନ୍ଦୁ ଜେନାଙ୍କ ଦ୍ୱାରା ବ୍ଲାକମେଲର ଶିକାର ହେବା ପରେ ନିରୁପାୟ ହୋଇ ଶେଷରେ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବାରିପଦା ଟାଉନ ଥାନାର ଆଇଆଇସି ବିରେନ୍ଦ ସେନାପତି ୪୦୧/୨୦ ନମ୍ବରର ଏକ ମାମଲା ୩୭୬ (୨) (ଏନ) ଏବଂ ୫୦୬ ଦଫା ରୁଜୁ କରିଛନ୍ତି । ପୋଲିସ ଏକ ଟିମ ଗଠନ କରିବା ସହିତ ଅଭିଯୁକ୍ତ ସତ୍ୟେନ୍ଦୁ ଜେନାଙ୍କୁ ଗିରଫ କରିଥିବା ଜଣାଯାଇଛି । ( ରିପୋର୍ଟ ଦୀପ୍ତିମାନ୍ ପତି/ବାରିପଦା)

Exit mobile version