ରଣପୁରରେ ରଥଯାତ୍ରା ପରେ ଅଲୋଡା ହୋଇଗଲେ – ମୁଖ୍ୟ ମହରଣା

ଜନ ପ୍ରତିନିଧି ଭାବେ ନିର୍ବାଚିତ ହୋଇଥିବା ବିଧାୟକଙ୍କର ଦେଖା ଦର୍ଶନ ନଥିଲା ।

୦୬ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :- ରଣପୁରରେ ମହାପ୍ରଭୁ ଜଗନ୍ନାଥଙ୍କ ବାହୁଡ଼ାଯାତ୍ରା ସମୟରେ ରଥ ଚକରେ ଘଟିଥିଲା ଅଘଟଣ ଯେଉଁଥିରେ ମୁଖ୍ୟ ମହାରଣା ଙ୍କ ପୁଅ ଆହତ ହୋଇଥିଲେ । ପ୍ରଭୁ ଙ୍କ ବାହୁଡ଼ା ଦିନ ରଥ ଟଣା ସମୟରେ ଜଗନ୍ନାଥ ଙ୍କ ନନ୍ଦିଘୋଷ ରଥ ର ଗର କାଠ ପଡ଼ି ଗୋଡ଼ ଆଙ୍ଗୁଠି 3ଟି ହାଡ ଭାଙ୍ଗି ଯାଇଥିଲା । ଏବଂ ଚିକିତ୍ସା ପାଇଁ ରଣପୁର ଡାକ୍ତର ଖାନାରେ ଭର୍ତି କରାଯାଇଥିଲା । ଉକ୍ତ ମହାରଣା ଙ୍କ ଚିକିତ୍ସାର ସମସ୍ତ ଦାୟିତ୍ବ ପ୍ରଶାସନ ନେବ ବୋଲି ତହସିଲଦାର ପ୍ରତିଶୃତି ଦେଇଥିଲେ ।

ଏବଂ ରଥଯାତ୍ରା ସରିବାର ଆଜିକି ବହୁତ ଦିନ ବିତି ଯାଇଥିଲେ ହେଁ ପ୍ରସାଶନିକ ଅଧିକାରୀଙ୍କ ଦେଖା ଦର୍ଶନ ମିଳି ନଥିବା ଉକ୍ତ ପରିବାର ଲୋକ ପ୍ରକାଶ କରିଛନ୍ତି । ପ୍ରଶାସନର ଭରସାରେ ରହିଥିବା ମା ବାପାଙ୍କୁ କୌଣସି ସାହାର୍ଯ୍ୟ ମିଳୁନଥିବା ବେଳେ ଜନ ପ୍ରତିନିଧି ଭାବେ ନିର୍ବାଚିତ ହୋଇଥିବା ଏନ୍ ଏସି ଅଧକ୍ଷା ଙ୍କ ସହିତ ବିଧାୟକଙ୍କର ଦେଖା ଦର୍ଶନ ନଥିବା ବେଳେ ବିଜେପିର ମୁଖପାତ୍ର ସମ୍ବିଦ ପାତ୍ର ଓ ସୁରମା ପାଢ଼ୀଙ୍କ ସହଯୋଗରେ ଭୁବନେଶ୍ୱରର ଏମ୍ସ ହସ୍ପିଟାଲ୍ ରେ ସରୋଜ ମହାରଣା ଚିକିତ୍ସିତ ହେଉଛନ୍ତି ।

ଅଲୋଡା ହୋଇଗଲେ ମୁଖ୍ୟ ମହରଣା :-

ମୁଖ୍ୟ ମାହାରଣାଙ୍କ କହିବାନୁସାରେ ମହାପ୍ରଭୁ ଙ୍କ ନୀଳାଦ୍ରିବିଜେ ଅବସରରେ ୟୋଜନ ହୋଇଥିବା ପ୍ରସାଦ ସେବନ କାର୍ଯ୍ୟକ୍ରମରେ ନିମନ୍ତ୍ରଣ ନକରି ଭୁଲି ଗଲେ ତହସିଲଦାର । ପ୍ରଶାସନ ପକ୍ଷରୁ ଏଭଳି ଅଣଦେଖା ଏକ ନିନ୍ଦନୀୟ ପ୍ରସଙ୍ଗ ବୋଲି ଚର୍ଚ୍ଚା ହେଉଛି ରଣପୁରରେ

 

Exit mobile version