ବଳଭଦ୍ରଙ୍କ ରଥ ଦଉଡ଼ି ଛିଡ଼ି ଗୁରୁତର ଥିବା ଭୋଇ ସେବକଙ୍କ ମୃତ୍ୟୁ

ପୁରୀରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ସମୟରେ ଛିଡ଼ିଲା ରଥ ଦଉଡ଼ି : ସେବାୟତଙ୍କ ସମେତ ୬ ଆହତ ହୋଇଥିଲେ .

ରଥ ଅଘଟଣ ଭୋଇ ସେବକଙ୍କ  ମୃତ୍ୟୁ

୦୬ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :- ବଳଭଦ୍ରଙ୍କ ରଥ ଦଉଡ଼ି ଛିଡ଼ି ଗୁରୁତର ଥିବା ଭୋଇ ସେବକଙ୍କ ମୃତ୍ୟୁ, ଭୁବନେଶ୍ୱର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ଭୋଇ ସେବକଙ୍କ ମୃତ୍ୟୁ ,ମୃତ ଭୋଇ ସେବକଙ୍କ ନାଁ ନକୁଳ ଭୋଇ, ବାହୁଡ଼ା ଦିନ ସେ ଗୁରୁତର ହୋଇଥିଲେ, ବଳଭଦ୍ରଙ୍କ ରଥ ଦଉଡ଼ି ଛିଡ଼ିଯିବାରୁ ଗୁରୁତର ହୋଇଥିଲେ, ପ୍ରଥମେ ପୁରୀ ହସ୍ପିଟାଲ ଓ ପରେ ଏମ୍‌ସ ICUରେ ଭର୍ତ୍ତି ହୋଇଥିଲେ.

ପୁରୀରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ସମୟରେ ଏକ ଅଘଟଣ ଘଟିଛି । ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଦଉଡ଼ି ଛିଡ଼ିବାରୁ ୬ ଜଣ ଆହତ ହୋଇଛନ୍ତି । ମାର୍କେଟ ଛକ ନିକଟରେ ଏହି ଅଘଟଣ ଘଟିଛି । ଆହତଙ୍କ ମଧ୍ୟରେ ଜଣେ ଭୋଇ ସେବାୟତ ଓ ୫ ଜଣ ଭକ୍ତ ଥିବା ସୂଚନା ମିଳିଛି । ସମସ୍ତ ଆହତଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ଭୋଇ ସେବାୟତ ଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି ।

Exit mobile version