Home ଓଡ଼ିଶା ତାଳଗଡିଆ ଆଶ୍ରମ ସ୍କୁଲରେ ପ୍ରଧାନଶିକ୍ଷକ ଓ ସହକାରୀ ଶିକ୍ଷକଙ୍କୁ ସେବାନିବୃତ ସମ୍ବର୍ଦ୍ଧନା by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୫ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କୋରାଇ :- କୋରାଇ ବ୍ଲକ୍ ଅନ୍ତର୍ଗତ ଜାଚରାସାହି ପଂଚାୟତ ସ୍ନିତ ତାଳଗଡିଆ ଆଶ୍ରମ ସ୍କୁଲର ସହକାରୀ ଶିକ୍ଷକ ଶରତଚନ୍ଦ୍ର କର ଓ ପାଣୁଚାହାଳି ଆଶ୍ରମ ସ୍କୁଲର ପ୍ରଧାନଶିକ୍ଷକ ଶ୍ରୀକାନ୍ତ ପାତ୍ରଙ୍କୁ ସେବାନିବୃତ ଉପଲକ୍ଷେ ସମ୍ବର୍ଣ୍ଣନା ଦିଆଯାଇଛି । ଆଶ୍ରମ ସ୍କୁଲ ପରିସରରେ ଅନୁଷ୍ଠିତ ସମ୍ବର୍ଜନା ସଭା ସ୍କୁଲର ପୂର୍ବତନ ପ୍ରଧାନଶିକ୍ଷକ ମନମୋହନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ କୋରାଇ ମଣ୍ଡଳ ଶିକ୍ଷାଅଧିକାର ସୁଦର୍ଶନ ମଲ୍ଲିକ ଯୋଗଦେଇ ଶିକ୍ଷଳର କେବେ ଅବସର ନଥାଏ;ସେ କେବଳ ସରକାରୀ ପର୍ଯ୍ୟାୟରୁ ନିବୃତ ହୋଇଥିଲେହେଁ ରାଷ୍ଟ୍ରଗଠନ କରିବାରେ ଉତମ ମଣିଷ ସୃଷ୍ଟି କରିବାରେ ତା’ର ଶିକ୍ଷାଦାନ ଜାରିରଖୁଥାଏ । ମୁଖ୍ୟବକ୍ତା ଭାବେ କୋରାଇ ବ୍ଲକ ପ୍ରାଥମିକ ସଂଘର ସମ୍ପାଦକ ଅଶୋକ କୁମାର ସ୍ୱାଇଁ ଯୋଗଦେଇ ଶିକ୍ଷକ ମଣିଷ ତିଆରି କାରଖାନର କରିଗର; ଭଲମଣିଷ ତିଆରି କରିବାରେ ସେ ତା’ର ଦକ୍ଷତା ପଦର୍ଶିତ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥିଭାବେ ପୂର୍ବଜକୋଟ କ୍ଲଷ୍ଟରର ସଂଯୋଜକ ପ୍ରଫୁଲ୍ଲ କୁମାର ନାଥ, ରାମ୍ପିଲୋ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ମୁକୁନ୍ଦ ହାନ୍ତାଳ, ଫୁଲଝର ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ସାମଲ, ବେଲହୁରୀ ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ଶିବାନନ୍ଦ ସାହୁ, ଶିରିଆ ଖଳି ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ମନ୍ଦିର ଗୁରୁ, ଚିଙ୍ଗୁଡିପାଳ ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ଅରବିନ୍ଦ ମିଶ୍ର, ଟମକା ଆଶ୍ରମ ସ୍କୁଲର ପ୍ରଧାନଶିକ୍ଷକ ଗୌତମଚରଣ ଜେନା, ତାଳଗଡିଆ ଆଶ୍ରମ ସ୍କୁଲର ପ୍ରଧାନଶିକ୍ଷକ ସଞ୍ଜୟ କୁମାର ମଲ୍ଲିକ, ପରିଚାଳନା ପରିଷଦର ପୂର୍ବତନ ବ୍ୟାୟାରପର୍ସନ କୈଳାଶଚନ୍ଦ୍ର ଜେନା, ୱାର୍ଡସଭ୍ୟ ଅମୂଲ୍ୟକୁମାର ମଲ୍ଲିକ ପ୍ରମୁଖ ଯୋଗ ଦେଇ ଅବସର ପ୍ରାପ୍ତ ସହକାରୀ ଶିକ୍ଷକ ଶ୍ରୀ କର ଓ ପ୍ରଧାନ ଶିକ୍ଷକ ଶ୍ରୀ ପାତ୍ର ସମୟାନୁବର୍ତିତା, ଛାତ୍ରବତ୍ସଳ ଓ କର୍ତବ୍ୟ ପରାୟଣ ଶିକ୍ଷକଥି ବୋଲି ଜହିଥିଲେ । ଏହି ଅବସରରେ ଉଭୟ ଶିକ୍ଷକଙ୍କୁ ପୁଷ୍ପଗୁଛି, ଅଙ୍ଗବସ୍ତ୍ର ଓ ଉପଢୌଜ ଦିଆଯାଇ ସେବାନିବୃତ ସମ୍ବର୍ଜନା ପ୍ରଦାନ କରାଯାଇଥିଲା । ସଭା ପ୍ରାରମ୍ଭରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ଅବସରକାଳୀନ ସଂଗୀତ ଗାନ କରାଯାଇଥିଲା ବେଳେ ଶିକ୍ଷକ ଧନେଶ୍ବର ମୁର୍ମୁ ସ୍ଵାଗତ ଭାଷଣ ଓ ଶିକ୍ଷୟିତ୍ରୀ ପ୍ରମିଳା ସାହୁ ଅତିଥୁ ପରିଚୟ ଦେଇଥିଲେ । ଶିକ୍ଷୟିତ୍ରୀ ଅନୁସୟା ବାରିକ, ତପସ୍ବିନୀ ମଲ୍ଲିକ, ଶିକ୍ଷକ ସଚ୍ଚିତାନନ୍ଦ ଦାଶ ପ୍ରମୁଖ ସ୍କୁଲର ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ପ୍ରଧାନଶିକ୍ଷକ ସଞ୍ଜୟ କୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । Categories: ଓଡ଼ିଶା, କଟକ, ଯାଜପୁର, ହୋମ୍ Related Content Corrosion-resistant steel solution designed for construction, infrastructure, manufacturing and engineering applications by Proprietor Abhimanyu Maharana September 10, 2026 Actress Ms. Sreeleela Unveils Kalyan Jewellers’ First Showroom in Rayagada by Proprietor Abhimanyu Maharana September 10, 2026 ଅଭିନେତ୍ରୀ ଶ୍ରୀଲୀଳାଙ୍କ ଦ୍ୱାରା ରାୟଗଡ଼ାରେ କଲ୍ୟାଣ ଜୁଏଲର୍ସର ପ୍ରଥମ ସୋ’ରୁମ ଉନ୍ମୋଚିତ by Proprietor Abhimanyu Maharana September 10, 2026 ୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଭବ୍ୟ ସମାପନ, ପ୍ରତିଷ୍ଠିତ ପୁରସ୍କାର ପ୍ରଦାନ ସମାରୋହ ସହିତ ସୃଜନ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ମନୋମୁଗ୍ଧକର ପ୍ରସ୍ତୁତି “ମାଟି” by Proprietor Abhimanyu Maharana September 10, 2026 ୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସନ୍ଧ୍ୟା by Proprietor Abhimanyu Maharana September 10, 2026 ୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବରତୃତୀୟସନ୍ଧ୍ୟା by Proprietor Abhimanyu Maharana September 9, 2026