Home ଓଡ଼ିଶା ପୋଲିସ ଚାକିରୀର ୪୬ ବର୍ଷ ପରେ ଏକାଠି ହୋଇ ପରସ୍ପର ମଧ୍ୟରେ ଖୁସି ବାଣ୍ଟିଲେ ଅବସର ପ୍ରାପ୍ତ ୪୦ ପୋଲିସ ଅଧିକାରୀ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୫ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ :- ୧୯୭୭ ମସିହାରେ ପୋଲିସ ଚାକିରୀରେ ଯୋଗଦେଇ ଥିଲେ ଓଡ଼ିଶାର ଶତାଧିକ ଯୁବକ । ସେ ସମୟର ପୋଲିସ ଚାକିରୀ କରିଥିବା ଯୁବକମାନେ ଏବେ ଚାକିରୀରୁ ଅବସର ନେଇ ସାରିଲେଣି । ଚାକିରୀ କରିବା ସମୟରେ ସେହି ଯୁବକ ମାନେ ସେମାନଙ୍କର ସାଙ୍ଗ ସାଥୀଙ୍କୁ ଟିକେ ଭେଟି କଥା ଦୁଇପଦ ହେବାରୁ ବଞ୍ଚିତ ହୋଇ ଆସୁଥିଲେ । ଦୀର୍ଘ ୪୬ ବର୍ଷ ପରେ ଚାକିରୀରୁ ଅବସର ନେଇଥିବା ପୋଲିସ ଅଧିକାରୀ ମାନଙ୍କୁ ଏକାଠି କରିବାରେ ପ୍ରମୁଖ ଭୂମିକା ନେଇଥିଲେ ସାଥି ବସୁଦେବ ପଣ୍ଡା ଏବଂ ପର୍ଶୁରାମ ରାଉତ । ଯାହାଫଳରେ ବୁଧବାର ଦିନ ୪୦ ଜଣ ଅବସର ପ୍ରାପ୍ତ ପୋଲିସ ଅଧିକାରୀ , କଟକ ସଦର ଥାନା ଅନ୍ତର୍ଗତ ପ୍ରତାପନଗରୀ ସ୍ଥିତ ମା, ଧାକୁଲେଇଙ୍କ ପୀଠରେ ଏକାଠି ହେବାର ସୁଯୋଗ ପାଇଥିଲେ । ଦୀର୍ଘ ଦିନପରେ ସାଙ୍ଗମାନେ ପରସ୍ପରକୁ ଦେଖି ଖୁସି ହେବା ସହିତ, ଭାବର ଆଦାନ ପ୍ରଦାନ ସାଙ୍ଗକୁ ଭୋଜି ଭାତ ଖାଇ ଖୁସି ମନାଇଥିଲେ । ଏହା ସହିତ ସେମାନଙ୍କୁ ଛାଡ଼ି ପରଲୋକ ଗମନ କରିଥିବା ୨୯ ଜଣ ସାଥୀଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯିବା ସହିତ, ସେମାନଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ଏହି ବନ୍ଧୁମିଳନରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଅବସରପ୍ରାପ୍ତ ପୋଲିସ କର୍ମଚାରୀ ମାନେ ଆସନ୍ତା ନଭେମ୍ବର ମାସରେ ଏକାଠି ହେବା ପାଇଁ ବନ୍ଧୁମିଳନରେ ନିଷ୍ପତ୍ତି ନିଆଯାଇଥିଲା । ପ୍ରତ୍ୟେକ ସାଥୀ ପରସ୍ପର ମଧ୍ୟରେ ଭଲମନ୍ଦ ବୁଝିବା ପାଇଁ ପରସ୍ପର ଠାରୁ ଫୋନନମ୍ବ ନେଇଥିଲେ । କାହାର ଅସୁବିଧା ହେଲେ ଖବର ପାଇବା ମାତ୍ରେ ସମସ୍ତ ବନ୍ଧୁ ତାଙ୍କ ପାଖରେ ପହଞ୍ଚିବା ପାଇଁ ନିଷ୍ପତ୍ତି ନେଇଥିଲେ । ବେଣୁଧର ନନ୍ଦ, ରବିନ୍ଦ୍ର କୁମାର ଜେନା , ସୁବାସ ସ୍ୱାଇଁ, ପ୍ରମୋଦ ଖମାରୀ, ଅନିଲ ଦାଶ,ବଂଶୀଧର ବର୍ଦ୍ଧନଙ୍କ ସମେତ ବିଭିନ୍ନ ଜିଲ୍ଲାରୁ ଆସିଥିବା ସମସ୍ତ ଅବସରେପ୍ତ ସାଥି ମାନେ ଏହି ବନ୍ଧୁମିଳନରେ ଯୋଗ ଦେଇଥିଲେ । ଶେଷରେ ଗଜେନ୍ଦ୍ର ଜେନା ଧନ୍ୟବାଦ ଦେଇଥିଲେ । Categories: ଓଡ଼ିଶା, କଟକ, ହୋମ୍ Related Content ବ୍ଲକ ସ୍ତରୀୟ କୃଷକ ସମ୍ବାଦ କାର୍ଯ୍ୟକ୍ରମ by Proprietor Abhimanyu Maharana June 23, 2026 ରଣପୁର ର ଅଧିଷ୍ଠାତ୍ରୀ ଦେବୀ ମା' ମଣିନାଗଙ୍କ ନବ ନିର୍ମିତ ମନ୍ଦିର ପ୍ରତିଷ୍ଠା by Proprietor Abhimanyu Maharana June 23, 2026 କୋରାପୁଟ ବାଦଲିପାହାଡ଼ ଜଙ୍ଗଲରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ by Proprietor Abhimanyu Maharana June 23, 2026 ମାଁ ବନଦୁର୍ଗା ଦେବୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ by Proprietor Abhimanyu Maharana June 23, 2026 ବାଲିଗୁଡା ଏନଏସି ରେ ହୋଇଥିବା ଦୁର୍ନୀତି ର ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ ନେଇ ଦୁଇ କାଉନସିଲର ଙ୍କ ଅନିଦ୍ଧିଷ୍ଟକାଳ ପାଇଁ ଧାରଣା by Proprietor Abhimanyu Maharana June 23, 2026 ରାଜ୍ୟସଭା ନିର୍ବାଚନରେ ବିଧାୟକଙ୍କ କ୍ରସ ଭୋଟିଂ ପ୍ରସଙ୍ଗ ସଭ୍ୟପଦ ରଦ୍ଦ ଆବେଦନ ଖାରଜ କରି ଗଣତନ୍ତ୍ରକୁ ହତ୍ୟା କରିଛନ୍ତି ବାଚସ୍ପତି : ବିଜେଡି by Proprietor Abhimanyu Maharana June 22, 2026