ଆରମ୍ଭ ହେଲା ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମାଟ୍ରିକ ସାପ୍ଲିମେଣ୍ଟ୍ରି ପରୀକ୍ଷା

୪ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି  :- ରାଜ୍ୟ ଗଣଶିକ୍ଷା ବିଭାଗ ଦ୍ୱାରା ବିଧିବଦ୍ଧ ଭାବେ ସୋମବାର ଆରମ୍ଭ ହୋଇଛି ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମାଟ୍ରିକ ସାପ୍ଲିମେଣ୍ଟ୍ରି ପରୀକ୍ଷା l ସୋମବାର ଆର,ଉଦୟଗିରି, ମୋହନା , ରାୟଗଡା ବ୍ଲକର ପିଲାମାନେ ବଡପଦା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ବଳରାମ ଗମାଙ୍ଗ ଙ୍କ ତତ୍ୱାବଧାନ ରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି l ୦୩/୦୭/୨୦୨୩ଠାରୁ ଆସନ୍ତା ୦୮/୦୭/୨୦୨୩ ପର୍ଯ୍ୟନ୍ତ ଏହି ପରୀକ୍ଷା ଅନୁଷ୍ଠିତ ହେବ l

ରାଜ୍ୟ ମୁକ୍ତ ବିଦ୍ୟାଳୟ ସକାଶେ ୨୦୩ ଜଣ ନାମ ପଞ୍ଜିକୃତ କରିଥିଲା ବେଳେ ଆଜିକାର ପରୀକ୍ଷାରେ ୩ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିଲେ l ସେହିଭଳି ସପ୍ଲିମେଣ୍ଟ୍ରି ପରୀକ୍ଷା ପାଇଁ ନାମ ପଞ୍ଜିକରଣ କରିଥିବା ୨ ଜଣ ପରୀକ୍ଷାର୍ଥୀ ଆଜି ସମସ୍ତେ ପରୀକ୍ଷା ଦେଇଛନ୍ତି l ଏହିପରି ମୋଟ ୨୦୨ ଜଣ ପରୀକ୍ଷାର୍ଥୀ ଆଜି ପରୀକ୍ଷା ଦେଇଛନ୍ତିl ପରୀକ୍ଷା କୁ ସୁଚାରୁରୂପେ ତୁଲାଇବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡା କଡୀ କରାଯାଇଥିଲା l

Exit mobile version