ଶ୍ରମିକ କଂଗ୍ରେସର ବନ୍ଧୁମିଳନ ଓ ନବ ନିର୍ବାଚିତ କର୍ମକର୍ତ୍ତା ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

୪ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା – ଜଟଣୀ :- ଇଷ୍ଟକୋଷ୍ଟ ରେଲୱେ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ଠାରେ ଅବସ୍ଥିତ ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ଶାଖା କାର୍ଯ୍ୟାଳୟରେ ଏକ ବନ୍ଧୁମିଳନ ଓ ନବ ନିର୍ବାଚିତ କର୍ମକର୍ତ୍ତା ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରା ଯାଇଥିଲା । ରବିବାର ସଂଧ୍ୟାରେ ଶାଖା ସଭାପତି ଶରତ କୁମାର ପଣ୍ଡା ଙ୍କ ସଭାପତିତ୍ବରେ ଏକ ସଭା ଆୟୋଜିତ ହୋଇଥିଲା । ଏହି ସଭାରେ ନୂତନ କରି ଉପସଭାପତି ଭାବେ ନିର୍ବାଚିତ ହୋଇଥିବା ଜି ରାମମୋହନ ରାଓ, ସମ୍ମାନଜନକ କେନ୍ଦ୍ରୀୟ ପଦାଧିକାରୀ ଭାବେ ଶ୍ରୀ ପ୍ରମୋଦ କୁମାର ସାହାଣୀ ଓ ଅନ୍ୟ ନିର୍ବାଚିତ ସଦସ୍ୟ ମାନଙ୍କୁ ପୁଷ୍ପ ଗୁଛ ଓ ଉତ୍ତରୀୟ ଦେଇ ସ୍ବାଗତ କରାଯାଇଥିଲା ।

ସହ ସଂଯୋଜକ ସ୍ବାଧିନ ସୁନିଲ କୁମାର ଭଞ୍ଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିର୍ବାଚିତ ପ୍ରତିନିଧି ମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ପ୍ରକାଶ ଥାଉକି ଶ୍ରୀ ରାମମୋହନ ରାଓ ଦୀର୍ଘ ୨୫ ବର୍ଷ କାଳ ସଙ୍ଗଠନ ପାଇଁ ଅତ୍ୟନ୍ତ ନିଷ୍ଠାର ସହ କାର୍ଯ୍ୟ କରିଆସୁଛନ୍ତି । ତାଙ୍କୁ ଅଧିକ ସେବାର ସୁଯୋଗ ଦେବାପାଇଁ ସସକ୍ତ କରାଯାଇଛି। ସେହିପରି ପୂର୍ବତନ ମଣ୍ଡଳ ସଂଯୋଜକ ଶ୍ରୀ ସାହାଣୀ ଗତ ତିନି ମାସ ତଳେ ଚାକିରିରୁ ଅବସର ନେଇଥିଲେ ।

ତାଙ୍କର ଲୋକପ୍ରିୟତାକୁ ଦେଖି ସଙ୍ଗଠନର ଦାବି ମୁତାବକ ସାଧାରଣ ସମ୍ପାଦକ ଶ୍ରୀ ରମେଶ ଚନ୍ଦ୍ର ସାହୁ,, ଶ୍ରୀ ସାହାଣୀ ଙ୍କୁ ସମ୍ମାନଜନକ କେନ୍ଦ୍ରୀୟ ପଦାଧିକାରୀ ଭାବେ ନିଯୁକ୍ତି ଦେଇଛନ୍ତି । ଆଜିର ଏହି ସଭାରେ ଶାଖା ସମ୍ପାଦକ ଶ୍ରୀ ଏଲ ଡି ମହାନ୍ତି ମଞ୍ଚ ପରିଚାଳନା କରିଥିବା ବେଳେ ଅନ୍ୟାନ୍ୟ ଅତିଥି ଭାବରେ କେନ୍ଦ୍ରୀୟ ପଦାଧିକାରୀ ଶ୍ରୀ ଏମ ଜି କେ ରାଓ, ନିରଞ୍ଜନ ମିଶ୍ର, ସୁବ୍ରତ ପଣ୍ଡା, ତ୍ରିଲୋଚନ ମହାନ୍ତି, ଅକ୍ଷୟ ପ୍ରଧାନ, ସତ୍ୟରଞ୍ଜନ ପଟ୍ଟନାୟକ, ପି ରାଜା ରାଓ, ମୁସ୍ତାକ ଅଲ୍ଲୀ, ରାକେଶ ଘଡେ଼ଇ ପ୍ରମୁଖ ଯୋଗ ଦେଇଥିଲେ ବୋଲି ମିଡ଼ିଆ ସେଲ୍ ର ମୁଖ୍ୟ ଶ୍ରୀ ମହାନ୍ତି ସୂଚନା ଦେଇଥିଲେ ।

Exit mobile version