
୪ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ ଜିଲ୍ଲା/ରଣପୁର :- ଆସନ୍ତା 20 ରେ ୫-ଟି ସଚିବ ନୟାଗଡ଼ ଜିଲ୍ଲା ରଣପୁର ଗ୍ରସ୍ତ ରେ ଆସିବେ । ସେଥିପାଇଁ ବାଘସାମନ୍ତ ପଡ଼ିଆରେ ପ୍ରୋଟୋକଲ ଅନୁସାରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଏବଂ ୫-ଟି ସଚିବ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମକୁ ଗୁରୁତ୍ଵ ଦେବା ସହ ୫-ଟି ଅନ୍ତର୍ଭୁକ୍ତ ଯୋଜନା ବିଷୟରେ ବିଚାର ବିମର୍ଶ କରିବେ ବୋଲି ସୂଚନା ମିଳିଛି ।
ଉକ୍ତ ସମୟରେ ୫-ଟି ସଚିବ ଭି. କେ ପାଣ୍ଡିଆନ୍ ବିଭିନ୍ନ ଯୋଜନା ସମ୍ପର୍କ ରେ ମହିଳା ମାନଙ୍କ ସହିତ ଆଲୋଚନା କରିବେ । ଏଥି ସହ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ର ନୂତନ ଗୃହ , ଇଣ୍ଡୋର ଷ୍ଟାଡିୟମ୍ , ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ର ତଦାରଖ କରି ସମୀକ୍ଷା କରିବେ । ରଣପୁର ଜଗନ୍ନାଥ ମନ୍ଦିର ଓ ଉପର ମଣିନାଗ ମନ୍ଦିର କୁ ଯାଇ ସ୍ଥିତି ପରଖିବା କାର୍ଯ୍ୟକ୍ରମ ଥିବା ସୂଚନା ମିଳିଛି ।
`
