ନୟାଗଡ କ୍ରିୟାନୁଷ୍ଠାନ କମିଟି ତରଫରୁ ବନ ମହୋତ୍ସବ ପାଳିତ

୪ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ )  ନୟାଗଡ  :-  ନୟାଗଡ କ୍ରିୟାନୁଷ୍ଠାନ କମିଟି ତରଫରୁ ଓ ଦେବୀଦତ୍ତ ଯୁବ ପରିଷଦ, ସହଯୋଗ ରେ ମାଧପୁର ଠାରେ ବନ ମହୋତ୍ସବ ଅବସରରେ ବୃକ୍ଷ ରୋପଣ କରାଯାଇଛି  l ଉକ୍ତ ଉତ୍ସବ ରେ ସରପଞ୍ଚ ଶିବାନୀ ଦାସ ଅତିଥି ରୂପେ ଯୋଗ ଦେଇଥିଲେ ଓ ଏହି କାର୍ଯ୍ୟକ୍ରମ ରେ ବନ ବିଭାଗ ତରଫରୁ ବନପାଳ ବନମାଳୀ ରାଉତ, ବନରକ୍ଷୀ ସୁବାସ ଚନ୍ଦ୍ର ନାୟକ,

ରାଉତ, ପ୍ରଜ୍ଞାଶ୍ରୀ ମହାଳିକ ଙ୍କ ସମେତ ନୟାଗଡ କ୍ରିୟାନୁଷ୍ଠାନ କମିଟି ର ସଭାପତି ନୀଳକଣ୍ଠ ବେହେରା ଙ୍କ ନେତୃତ୍ୱ ରେ ପ୍ରଦୀପ କୁମାର ସାହୁ, ପ୍ରଭାସିନୀ ନନ୍ଦ, ସୁରେଶ ଚନ୍ଦ୍ର ଦାସ, ନିରଞ୍ଜନ ନନ୍ଦ, ବିଜୟ ମହାପାତ୍ର, ପବିତ୍ର କୁମାର ସାହୁ, ବାଉରୀ ବନ୍ଧୁ ବେହେରା, ଭରତ ଚରଣ ସାହୁ ପ୍ରଭୃତି କାଜୁ, ଆମ୍ବ, ପିଜୁଳି, ଶାଗୁଆନ, ଜାମୁ ଆଦି ଚାରା ରୋପଣ କରାଯାଇଥିଲା  l

Exit mobile version