Home ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ନୂତନ ମୁଖ୍ୟ କାର୍ଯ୍ୟାଳୟ ସୌଧର ଶିଳାନ୍ୟାସ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୪ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୯ କୋଟି ୬୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଓଡିଶା ରାଜ୍ୟ ପ୍ୟାଗାର ନିଗମ ନୂତନ ମୁଖ୍ୟ କାର୍ଯ୍ୟାଳୟ ସୌଧ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଓଡିଶା ରାଜ୍ୟ ପ୍ୟାଗାର ନିଗମ ୧୯୫୮ ମସିହାରେ ପ୍ରତିଷ୍ଠିତ ହୋଇଥିଲା । ଏହି ନିଗମ ରାଜ୍ୟର ୩୦ଟି ଜିଲ୍ଲାର ୬୮ଟି ସ୍ଥାନରେ ମୋଟ ୫,୨୧,୪୦୦ ମେଟ୍ରିକ ଟନ କ୍ଷମତାବିଶିଷ୍ଟ ଗୋଦାମଘର ପରିଚାଳନା କରି ମୁଖ୍ୟତଃ କୃଷିଜାତ ଦ୍ରବ୍ୟର ବୈଜ୍ଞାନିକ ପଦ୍ଧତିରେ ସଂରକ୍ଷଣ ଓ ସୁଷମ ବଣ୍ଟନର ଆନୁଷଙ୍ଗିକ ବ୍ୟବସ୍ଥାକୁ ସହାୟତା ଯୋଗାଇଥାଏ । ଭୁବନେଶ୍ୱରସ୍ଥିତ ପ୍ଲଟ ନମ୍ବର-୨, କଟକ ରୋଡର ଏକ ପ୍ରମୁଖ ସ୍ଥାନରେ ଅବସ୍ଥିତ ଥିବା ନିଗମର ମୁଖ୍ୟ କାର୍ଯ୍ୟାଳୟ ପଣ୍ୟାଗାରଗୁଡିକର ସମସ୍ତ ବ୍ୟବସାୟିକ କାର୍ଯ୍ୟକୁ ପରିଚାଳନା କରିଥାଏ । ନିଗମର ବ୍ୟବସାୟିକ ଅଭିବୃଦ୍ଧି ହେବା ସଙ୍ଗେ ସଙ୍ଗେ ଏହାର କାର୍ଯ୍ୟ ପରିସରର ଆବଶ୍ୟକତାକୁ ପୂରଣ କରିବା ପାଇଁ ମୌଳିକ ସୁବିଧାଯୁକ୍ତ ଭିତ୍ତିଭୂମି ସୃଷ୍ଟି ନିମନ୍ତେ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଏକ ନୂତନ ୪ ମହଲା ବିଶିଷ୍ଟ ଅଫିସ ବିଲ ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । ୧୯ କୋଟି ୬୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପର ନିର୍ମାଣ ଦାୟିତ୍ୱ ଇଡକୋ, ଭୁବନେଶ୍ୱରକୁ ଦିଆଯାଇଛି । କର୍ପୋରେଟ ଅଫିସର କାର୍ଯ୍ୟ ପାଇଁ ଗ୍ରାଉଣ୍ଡ ଓ ପ୍ରଥମ ମହଲା (୧୪,୨୦୮ ବର୍ଗଫୁଟ ) ବ୍ୟବହାର କରାଯିବ ଓ ଦ୍ୱିତୀୟ ଓ ତୃତୀୟ ମହଲା (୧୯,୧୯୭ ବର୍ଗଫୁଟ) ଭଡାସୂତ୍ରରେ ଅନ୍ୟ ସଂସ୍ଥାମାନଙ୍କୁ ଦିଆଯିବ ଯେଉଁଥିରୁ ବହୁ ପରିମାର ରାଜସ୍ୱ ମିଳିପାରିବ । ଏହି ଅଟ୍ଟାଳିକାଟି କାର୍ଯ୍ୟକ୍ଷେତ୍ରର ଆବଶ୍ୟକତା ଅନୁଯାୟୀ ନିଗମର ଅଧ୍ୟକ୍ଷ, ପରିଚାଳନା ନିର୍ଦ୍ଦେଶକ, ଅନ୍ୟାନ୍ୟ ଅଧିକାରୀ ଏବଂ ସହକାରୀ କର୍ମଚାରୀମାନଙ୍କୁ ଉତ୍ତମ ପରିବେଶ ଯୋଗାଇବା ସଙ୍ଗେ ସଙ୍ଗେ ଅଭ୍ୟର୍ଥନା କକ୍ଷ, ନିର୍ଦ୍ଦେଶକମଣ୍ଡଳୀ ପ୍ରକୋଷ୍ଠ, ପରିଦର୍ଶକ ବିଶ୍ରାମ କକ୍ଷ ନିମନ୍ତେ ଆନୁଷଙ୍ଗିକ ବ୍ୟବସ୍ଥା ଯୋଗାଇପାରିବ । ଏହି ପ୍ରକଳ୍ପର ନିର୍ମା କାର୍ଯ୍ୟକୁ ୧୮ ମାସ ମଧ୍ୟରେ ସଂପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଅଛି । ଓଡିଶା ରାଜ୍ୟ ଯୋଗାଣ ନିଗମ ଓ ଭାରତୀୟ ଖାଦ୍ୟ ନିଗମ ମୁଖ୍ୟତଃ ପ୍ୟାଗାର ନିଗମର ଗୋଦାମଘରଗୁଡିକୁ ଖାଦ୍ୟଶସ୍ୟ ସଂରକ୍ଷ ପାଇଁ ବ୍ୟବହାର କରନ୍ତି । ଏତଦ୍ବ୍ୟତୀତ ନିଗମ ନାଫେଡ୍, ସ୍ୱତନ୍ତ୍ର ରିଲିଫ କମିଶନର, ରାଜ୍ୟ ସରକାରଙ୍କ ବିଭିନ୍ନ ସଂସ୍ଥା, ମେକନ ଲିମିଟେଡ, ଓଡିଶା ଆଦିବାସୀ ଉନ୍ନୟନ ସମବାୟ ନିଗମ, ସାର କମ୍ପାନୀ ଓ ଅନ୍ୟାନ୍ୟ ବେସରକାରୀ ଜମାକାରୀଙ୍କର ବିଭିନ୍ନ ସାମଗ୍ରୀର ବୈଜ୍ଞାନିକ ସଂରକ୍ଷଣ ସୁବିଧା ଉପଲବ୍ଧ କରାଇଥାଏ । ଗୋଦାମଗୁଡିକର ଉପଯୁକ୍ତ ଉପଯୋଗ ଏବଂ ହିତାଧିକାରୀମାନଙ୍କୁ ଉନ୍ନତ ସେବା ପ୍ରଦାନ ଯୋଗୁଁ ନିଗମ କ୍ରମାଗତ ଭାବରେ ଲାଭ କରୁଅଛି ଏବଂ ଏହାର ଅଂଶୀଦାର ରାଜ୍ୟ ସରକାର ଓ କେନ୍ଦ୍ରୀୟ ପଣ୍ୟାଗାର ନିଗମକୁ ନିୟମିତ ଭାବରେ ଲାଭାଂଶ ପ୍ରଦାନ କରିଆସୁଛି । ପ୍ୟାଗାରଗୁଡିକର ପରିଚାଳନା ଓ ଆନୁଷଙ୍ଗିକ କାର୍ଯ୍ୟକୁ କମ୍ପୁଟରୀକର ମାଧ୍ୟମରେ ସ୍ୱଚ୍ଛ ଓ କ୍ରିୟାଶୀଳ କରିବାପାଇଁ ପଣ୍ୟାଗାର ପରିଚାଳନା କାର୍ଯ୍ୟ ସମାପନ ପ୍ରକ୍ରିୟା କାର୍ଯ୍ୟକାରୀ କରାଯାଉଛି । ଏଥିପାଇଁ ନିଗମକୁ ସ୍କଚ୍ ଅର୍ଡର ଅଫ୍ ମେରିଟ୍-୨୦୨୨ ରେ ସମ୍ମାନିତ କରାଯାଇଛି । କେନ୍ଦ୍ର ସରକାର ଅଧିନସ୍ଥ ଗୋଦାମଗୃହ ବିକାଶ ଏବଂ ନିୟାମକ ପ୍ରାଧିକରଣ (ଘଉRଅ)ରେ ପଞ୍ଜୀକରଣ ପାଇଁ ଆବେଦନ କରାଯାଇଥିବା ୫୧ଟି ଗୋଦାମ ମଧ୍ୟରୁ ନିଗମର ୪୫ ଟି ଗୋଦାମ ପଞ୍ଜୀକୃତ ହୋଇଅଛି । ଗୋଦାମଗୁଡିକର ପଞ୍ଜୀକରଣ ବ୍ୟବସାୟିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ ଏବଂ କୃଷକ/ଜମାକାରୀମାନେ ଗଚ୍ଛିତ ସାମଗ୍ରୀ ପାଇଁ ହସ୍ତାନ୍ତରଯୋଗ୍ୟ ପ୍ୟାଗାର ରସିଦ ମାଧ୍ୟମରେ ବ୍ୟାଙ୍କରୁ ଋର ସୁବିଧା ପାଇପାରିବେ । ଓଡିଶା ରାଜ୍ୟ ପ୍ୟାଗାର ନିଗମ ଆଗାମୀ ଦିନରେ ନିଜର କାର୍ଯ୍ୟକ୍ରମକୁ ପ୍ରସାର ଓ ସଫଳ ରୂପାୟନ କରି କାର୍ଯ୍ୟକ୍ଷମ ପ୍ରକ୍ରିୟାର ସର୍ବୋଚ୍ଚ ମାନ୍ୟତାକୁ ସୁନିଶ୍ଚିତ କରିବା ସହିତ ପୃଷ୍ଠପୋଷକମାନଙ୍କର ଆବଶ୍ୟକତାକୁ ପୂରଣ କରିବା ପାଇଁ ଲକ୍ଷ୍ୟ ରଖିଅଛି । ଏହି କାର୍ଯ୍ୟକ୍ରମରେ ସମବାୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟା, ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ଭୁବନେଶ୍ୱର (ମଧ୍ୟ) ବିଧାୟକ ଶ୍ରୀ ଅନନ୍ତ ନାରାୟ ଜେନା, ରାଜ୍ୟ ପ୍ୟାଗାର ନିଗମର ଅଧ୍ୟକ୍ଷ ଶ୍ରୀ ମହେନ୍ଦ୍ର କୁମାର ବଢେଇ ଏବଂ ପରିଚାଳନା ନିର୍ଦ୍ଦେଶକ ଗଶେ୍ୱର ଜେନା ପ୍ରମୁଖ ଉପସ୍ଥିତ ଥିଲେ । ମାନସ ରଞ୍ଜନ ଖୁଣ୍ଟିଆ ସୂଚନା ଅଧିକାରୀ Categories: ଓଡ଼ିଶା, ମହାନଗର, ହୋମ୍ Related Content ରଣପୁର ଏନଏସି ରେ ଏକକ ବ୍ଯବହୃତ ପ୍ଲାଷ୍ଟିକ ନିଷିଦ୍ଧ ପାଇଁ ପ୍ରଶାସନର ଚଢାଉ : ୧୧ ଜଣଙ୍କ ଠାରୁ ଟ ୫୦୦୦/- ଜୋରିମାନା ଆଦାୟ by Proprietor Abhimanyu Maharana September 10, 2026 ଏମଏମଡ଼ିଆର ଆକ୍ଟ (MMDR ACT)ସଂଶୋଧନ ଆଇନର ପ୍ରତିବାଦରେ ଆପ୍ ଓଡ଼ିଶାର ସମାବେଶ ଏବଂ ମୋଦୀ ସରକାରର ପୁତ୍ତଳିକା ଦାହ by Proprietor Abhimanyu Maharana September 10, 2026 ଟାଙ୍ଗୀରେ ବିଭିନ୍ନ ବିକାଶ ମୂଳକ ସରକାରୀ ନିର୍ମାଣ କାର୍ଯ୍ୟ କରିବାକୁ କେବଳ ଜଙ୍ଗଲ ଓ ଗୋଚର ଜମି ଭରସା. ପରିବର୍ତ୍ତିତ ପରିସ୍ଥିତିରେ ଜଙ୍ଗଲ ଜମିରେ ନିର୍ମାଣ କାମ ଆଇନ ଦୃଷ୍ଟିରୁ କଷ୍ଟକର ହୋଇପଡିଛି by Proprietor Abhimanyu Maharana September 10, 2026 ଆଠଗଡ଼ରେ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ଦେଶୀମଦ ଜବତ by Proprietor Abhimanyu Maharana September 10, 2026 ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ର ସମାପନୀ ସମାରୋହ by Proprietor Abhimanyu Maharana September 10, 2026 ସ୍ଥାଣୁ ପାଲଟିଛି ପ୍ରଶାସନ, ଖଣ୍ଡପଡ଼ା ଅଞ୍ଚଳରେ ଅବାଧରେ ଚାଲିଛି ପଲିଥିନ କାରବାର by Proprietor Abhimanyu Maharana September 10, 2026