ପାରଳାଖେମୁଣ୍ଡି ସ୍ଥିତ ବଡ ରାଧାକାନ୍ତ ମଠରେ ପବିତ୍ର ଗୁରୁ ପୂର୍ଣ୍ଣିମା ଉତ୍ସବ ଅନୁଷ୍ଠିତ

୪ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :- ପବିତ୍ର ଗୁରୁପୁର୍ଣିମା ଅବସରରେ ଆଜି ପାରଳାଖେମୁଣ୍ଡିର ପ୍ରସିଦ୍ଧ, ପୁରାତନ ଏବଂ ଐତିହାସିକ ରାଧାକାନ୍ତ ମଠ ପରିସରରେ ଅର୍ଣ୍ଣପ୍ରସାଦ ସେବନ ଆୟଜନ କରଯାଇଥିଲା , ରାଧାକାନ୍ତ ମଠ ପରିଚାଳନା କମିଟି ଏବଂ ବିଜ୍ଞାନ ଭାରତୀ ଚାରିଟାବଲେ ଟ୍ରାଷ୍ଠର ମିଳିତ ଆନୁକୁଲ୍ୟରେ ଆୟଜିତ ଏହି କାର୍ଯ୍ୟକ୍ରମରେ ୧୦୮ ବ୍ରାହ୍ମଣଙ୍କୁ ପ୍ରସାଦ ଆୟଜନ ସହ ୩୦୦୦ରୁ ଅଧିକ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ଆୟଜନ କରଯାଇଥିଲା ଡଃ. ତିରୁପତି ପାଣିଗ୍ରାହୀ, ସୁରେଶ ପାଣିଗ୍ରାହୀ, ଇଂ. ରୂପେଶ ପାଣିଗ୍ରାହୀ, ଡଃ. ରାକେଶ ପାଣିଗ୍ରାହୀ, ଏବଂ ହାଇଟେକ୍କ ଗ୍ରୁପର ଅନେକ କର୍ମକର୍ତ୍ତା ଆଜିର ଏହି ପ୍ରସାଦ ସେବନ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଭୋଗ ବଣ୍ଟନ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ବ୍ଲକର ବିଜେଡ଼ି ନେତା , ନିର୍ବାଚିତ ପ୍ରତିନିଧି ଅଂଶ ଗ୍ରହଣ କରି ପ୍ରଭୁଜଗନ୍ନାଥଙ୍କ ଆଶୀର୍ବାଦ ଲୋଡିଥିଲେ। ଏହି ଅବସରରେ ଡଃ ତିରୁପତି ପାଣିଗ୍ରାହୀ ରାଧାକାନ୍ତ ମଠ ପରିଚାଳନା କମିଟି କୁ ଅଭିନନ୍ଦନ ଜଣାଇଛନ୍ତି । ବିଶେଷକରି ମହନ୍ତ ଶ୍ରୀ ଯୋସଦାନନ୍ଦ ଦାସ ଙ୍କୁ ଯାହାଙ୍କ ସକ୍ରିୟ ସହଯୋଗ ଏହି କାର୍ଯ୍ୟ କ୍ରମକୁ ସକ୍ରିୟ କରିଥିଲା । ପ୍ରତିବର୍ଷ ଗୁରୁପୁର୍ଣିମା ଏବଂ ବିଭିନ୍ନ ପବିତ୍ର ଦିବସରେ ଏହିପରି ଅନେକ କାର୍ଯ୍ୟକ୍ରମ ଆୟଜନ କରାଯିବ ବୋଲି ଡଃ ତିରୁପତି ପାଣିଗ୍ରାହୀ କହିଛନ୍ତି ।

Exit mobile version