ପାରଳାଖେମୁଣ୍ଡି – ରାଣିପେଣ୍ଠା ମୁଖ୍ୟ ରାସ୍ତା ମରଣ ଯନ୍ତା ପାଲଟିଛି ରାସ୍ତା ଉପରେ ନାଳ ନାର୍ଦ୍ଧମା ପାଣି ବୋହୁଛି

୪ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହର- ରାଣିପେଣ୍ଠା ମୁଖ୍ୟ ରାସ୍ତାର ବିପର୍ଯ୍ୟୟ ଅବସ୍ଥା । ନର୍ଦ୍ଦମା ପାଣି ମୁଖ୍ୟ ରାସ୍ତାରେ ଦୀର୍ଘ ଦିନ ଧରି ବୋହି ଶିଉଳି ହୋଇ ପଡ଼ି ଗଲାଣି କିନ୍ତୁ ପୌର ପରିଷଦର ନିଦ ଭାଙ୍ଗି ନାହିଁ। ସୂଚନା ଯୋଗ୍ୟ ଏହି କି ଯେ ପାରଳାଖେମୁଣ୍ଡି ସହରର ଏକ ନଂ ୱାର୍ଡ ଦେଇ ନାଳରେ

ରାଣିପେଣ୍ଠା ଆଡ଼କୁ ଯାଉଥିବା ପୌରପରିଷଦ ର ନାଳଟିରେ ଅଳିଆ ଆବର୍ଜ୍ଜନା ଭର୍ତି ହୋଇ ନାଳର ପାଣି ଦୀର୍ଘ ଦିନ ହେଲା ରାସ୍ତା ଉପରେ ଯାଉଥିବା ଦେଖିବାକୁ ମିଳୁଛି ନାକ ଫଟା ଗନ୍ଧ ବାହାରୁ ଥିବା ଯୋଗୁଁ ଏହି ରାସ୍ତାରେ ଜନସାଧାରଣ ଯାତାୟାତ କରିବା କଷ୍ଟ ସାଧ୍ୟ ହୋଇ ପଡିଛି l ଏହି ରାସ୍ତାରେ ଥିବା ଖାଲ ଖମା ବିଷୟରେ ନ କହିବା ଭଲ ପୁରୁଣା କୋର୍ଟ ଠାରୁ ରାଣିପେଣ୍ଠା ପର୍ଯ୍ୟନ୍ତ ରାସ୍ତାଟି ମରଣ ଜନ୍ତା ପାଲଟିଛି ପୂର୍ତ୍ତ ବିଭାଗ ଭଳି ଏକ ବିଭାଗ ଏହି ଜିଲ୍ଲାରେ କାର୍ଯ୍ୟରତ ଥିବା ଅନୁଭବ କରି ହେଉ ନାହିଁ l ଏଣୁ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବା ପାଇଁ ଏ ଅଞ୍ଚଳରେ ଦାବି ହେଉଛି l

Exit mobile version