ଘର ଖଣ୍ଡିଏ ନଥିବାରୁ ୭ ଛୁଆଙ୍କୁ ଧରି ୭ ବର୍ଷ ହେଲା ଜଙ୍ଗଲରେ ରହୁଛନ୍ତି ଦମ୍ପତି

୩ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :- ମୁଣ୍ଡ ଉପରୁ ଛାତ ନଥିବାରୁ ଝିଅ ଓ ପତ୍ନୀଙ୍କୁ ଧରି କେମିତି ବଞ୍ଚିବେ? ସେହି ଚିନ୍ତାରେ ଘାରିହେଲେ ରାମ ମଲ୍ଲିକ। ଶେଷରେ କିଛି ଉପାୟ ନପାଇ ୨୦୧୫ ମସିହାରେ ଗାଁ ଛଡ଼ିଥିଲେ। ଝିଅକୁ ଧରି ଚାଲିଗଲେ ଡୁଙ୍ଗେଲ ପାଟୁ ପାହାଡକୁ । ଜଙ୍ଗଲରେ ରହୁଛନ୍ତି ଏହି ପରିବାର ଜୋତା, ଛତା, ଭତ୍ତା କେତେକ’ଣ ଦେଉଛନ୍ତି ସରକାର। ହେଲେ ଜଣେ ଅସହାୟକୁ ଘର ଖଣ୍ଡିଏ ଦେଇପାରିଲେ ନାହିଁ ।

ଯେତେ ଗୁହାରୀ କଲେ ମଧ୍ୟ ଶୁଣିଲେ ନାହିଁ। ତେଣୁ ପିଲା ଛୁଆଙ୍କୁ ଧରି ଜଙ୍ଗଲକୁ ପଳାଇଗଲେ ରାମ। ଇଏ ସେହି ରାମ, ଯାହାଙ୍କ ଗୋଡ଼ ଦାରିଦ୍ର୍ୟର ଶିକୁଳୀରେ ବନ୍ଧା ହୋଇଛି। ସେଥିରୁ ମୁକୁଳି ନପାରି ସରକାରୀ ବିଧି ବ୍ୟବସ୍ଥା ଉପରୁ ବିଶ୍ୱାସ ତୁଟାଇ ୭ ବର୍ଷ ହେଲା ଘଞ୍ଚ ଜଙ୍ଗଲରେ ପଲିଥିନ୍‌ ତଳେ ଜୀବନ ବିତାଉଛନ୍ତି। ଦାରିଦ୍ର୍ୟର ଏପରି ବକଳ ଚିତ୍ର ଆସିଛି ଗଜପତି ଜିଲ୍ଲା ମୋହନା ବ୍ଲକରୁ।
ମେରାପଲ୍ଲି ପଞ୍ଚାୟତ ମେରାମା ଗାଁର ରାମ ମଲ୍ଲିକ। ଘରଡିହ ଖଣ୍ଡକ ଛଡ଼ା ଜମିବାଡ଼ି କିଛି ନାହିଁ।

କାମଦାମ କରି ଯାହା ରୋଜଗାର କରୁଥିଲେ, ସେଥିରେ ଚଳୁଥିଲା ପୂରା ପରିବାର। ପରିବାର କହିଲେ ପତ୍ନୀ କଳାବତୀ। ଦାରିଦ୍ର୍ୟରେ ଘାଣ୍ଟି ହେଉଥିଲେ ମଧ୍ୟ ବେଶ୍‌ ହସ ଖୁସିରେ ଜୀବନ କାଟୁଥିଲେ ସ୍ୱାମୀ-ସ୍ତ୍ରୀ। ତାହାରି ଭିତରେ କୋଳମଣ୍ଡନ କରିଥିଲା ମହିମା। ଝିଅ ଜନ୍ମ ହେବା ପରେ ଘରକୁ ଲକ୍ଷ୍ମୀ ଆସିଛି ଭାବି ଖୁସି ମନାଇଲେ ରାମ ଓ କଳାବତୀ। ଝିଅକୁ ଦୁଇ ବର୍ଷ ହୋଇଥିଲା କଳାବତୀ ପୁଣି ଥରେ ମାଆ ହେଲେ। ପୁଅଟିଏ ଜନ୍ମ ହୋଇଥିଲା।

ହେଲେ ସେ ଖୁଶି ବେଶୀ ଦିନ ରହିଲା ନାହିଁ। ଆଖି ବୁଜିଲା ପୁଅ। ତା’ପରେ ରାମଙ୍କର ୩ ପୁଅଙ୍କ ଅକାଳରେ ମୃତ୍ୟୁ ହୋଇଥିଲା। ଯାହାକୁ ନେଇ ସ୍ୱାମୀ-ସ୍ତ୍ରୀ ଭାଙ୍ଗି ପଡ଼ିଥିବା ବେଳେ ଛାତ ଉପରୁ ଚାଳ ଉଡାଇ ନେଇଥିଲା ଦଇବ। ବର୍ଷା ପବନରେ ରାମଙ୍କ ଚାଳ ଛପର ଉଡି ଯାଇଥିଲା। ଏନେଇ ସେ ସ୍ଥାନୀୟ ସରପଞ୍ଚଙ୍କ ପାଖରେ ଗୁହାରୀ କରିଥିଲେ। ଘର ଖଣ୍ଡିଏ ଯୋଗାଇଦେବା ପାଇଁ ହାତ ଯୋଡ଼ି କେତେକଣ ଅନୁରୋଧ କରିଥିଲେ। ହେଲେ ମିଳିଲା ନାହିଁ।

ମୁଣ୍ଡ ଉପରୁ ଛାତ ନଥିବାରୁ ଝିଅ ଓ ପତ୍ନୀଙ୍କୁ ଧରି କେମିତି ବଞ୍ଚିବେ? ସେହି ଚିନ୍ତାରେ ଘାରିହେଲେ ରାମ ମଲ୍ଲିକ। ଶେଷରେ କିଛି ଉପାୟ ନପାଇ ୨୦୧୫ ମସିହାରେ ଗାଁ ଛଡ଼ିଥିଲେ। ଝିଅକୁ ଧରି ଚାଲିଗଲେ ଡୁଙ୍ଗେଲ ପାଟୁ ପାହାଡକୁ। ଯେଉଁ ପ୍ରକୃତି ସଂସାରରେ ଛାଡ଼ିଥିଲା, ତାହାରି କୋଳକୁ ଚାଲି ଆସିଲେ ରାମ ଓ କଳାବତୀ। ପଥର ଉପରେ କାଠ ଗଣ୍ଡି ପକାଇ ତା’ ଉପରେ ପଲିଥିନ୍‌ ଟାଙ୍ଗି ରହିଲେ। ଜଙ୍ଗଲୀ ଜୀବ ଯନ୍ତୁଙ୍କ କବଳରୁ ବଞ୍ଚିବା ପାଇଁ ଚାରି ପାର୍ଶ୍ୱରେ ଚାଞ୍ଚଡ଼ା(ବାଉଁଶରେ ତିଆରି ତାଟି)କୁ କାନ୍ଥ କରିଥିଲେ। ତା’ରି ଭିତରେ ନୂଆ ସଂସାର ଗଢ଼ିଲେ ରାମ ଓ କଳାବତୀ।

ଏବେ ମହିମାକୁ ମିଶାଇ ୭ ପୁଅ ଓ ଝିଅଙ୍କୁ ନେଇ ରାମଙ୍କ ନୂଆ ପରିବାର। ଜଙ୍ଗଲକୁ ପଳାଇ ଆସିଲେ ସତ। ହେଲେ ଖାଇବେ କଣ? ବଞ୍ଚିବେ କେମିତି? ପ୍ରକୃତି ଯେତେବେଳେ ଶୋଇବାକୁ ଜାଗା ଦେଇଛି, ଖାଇବାକୁ ମଧ୍ୟ ଦେଇଥିବ। ସେହି କଥା ଭାବି ରାମ ଓ କଳାବତୀ ପାହାଡ଼ରୁ କନ୍ଦା ସଂଗ୍ରହ କଲେ। ଏହାଛଡ଼ା ପାହାଡ ଉପରେ ଥିବା ସମତଳ ଜମିରେ ଚାଷ କଲେ। ସେଇଥିରେ ବଞ୍ଚିଲେ। ନିଜେ ଖାଇଲେ ଓ ୭ ପିଲାଙ୍କ ମୁହଁରେ ଦାନା ଦେଲେ।

ଏମିତି ଜୀବନ ୭ ବର୍ଷ ହେଲା ଜୀବନ ଜୀଉଛନ୍ତି ରାମ ଓ କଳାବତୀ । ରାମଙ୍କର ଏ ଦାରୁଣ ଚିତ୍ର ସାମ୍ନାକୁ ଆସିବା ପରେ ପ୍ରଶାସନ ତାଙ୍କ ପାଖରେ ପହଞ୍ଚିଥିଲା । ଜଙ୍ଗଲ ଭିତରେ ଇଏ ସେହି ଘର ୩ ବର୍ଷ ତଳେ ଉକ୍ତ ପରିବାରଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ୨୫ କେଜି ଚାଉଳ ମିଳୁଛି। ସରକାରୀ ସହାୟତା କହିଲେ ଏତିକି। ହେଲେ ପିଲାଙ୍କ ଭବିଷ୍ୟତ? ପିଲାମାନେ କଣ ପାଠ ପଢ଼ିବେ ନାହିଁ ? ସେମାନଙ୍କ କଥା ଭୁଲିଗଲା ପ୍ରଶାସନ। ସେମାନଙ୍କ ପାଠ ପଢ଼ିବା ପାଇଁ ବ୍ୟବସ୍ଥା କଲା ନାହିଁ।

ଏପରି ରାମଙ୍କୁ ଘର ଖଣ୍ଡିଏ ଦେଲେନାହିଁ । ଯେଉଁଥିପାଇଁ ଘଞ୍ଚ ଜଙ୍ଗଲରେ ପିଲାଛୁଆଙ୍କୁ ଧରି ବଞ୍ଚିବା ପାଇଁ ଦାରିଦ୍ର୍ୟ ସହିତ ସଂଘର୍ଷ କରୁଛନ୍ତି । ତେବେ ମେରାପଲ୍ଲୀ ପଞ୍ଚାୟତ ସରପଞ୍ଚ ବ୍ରଜସୁନ୍ଦର ଜାନି କହିଛନ୍ତି, ବର୍ତ୍ତମାନ ଆବାସ ଯୋଜନା ତାଲିକାରେ ରାମଙ୍କ ନାଁ ନାହିଁ । ତେଣୁ ଏ ସମ୍ପର୍କରେ ବିଡ଼ିଓଙ୍କୁ ଅବଗତ କରିବି ଓ ପିଲାଙ୍କ ପାଠ ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଅବଗତ କରିବି ବୋଲି କହିଛନ୍ତି ।

Exit mobile version