ବିନୋଦ ମଣ୍ଡଳ ହତ୍ୟା ଘଟଣା , ଅଭିଯୁକ୍ତଙ୍କ ଗିରଫ ଦାବିରେ ଡିଜିପିଙ୍କୁ ଉତ୍କଳ ବିକାଶ ପରିଷଦର ଦାବିପତ୍ର

ଓଡିଶା ତାଜା ନ୍ୟୁଜ୍ (୨୫ ଜୁନ୍ ଗୁରୁବାର ) କଟକ :- କଟକ ସଦର ବ୍ଲକ କିଶନ ନଗର ଥାନା କିଶନ ନଗର ଗ୍ରାମର ବହୁ ଚର୍ଚ୍ଚିତ ବିନୋଦ ମଣ୍ଡଳ ହତ୍ୟା ଘଟଣାର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ଉତ୍କଳ ବିକାଶ ପରିଷଦ,କଟକ ପକ୍ଷରୁ ରାଜ୍ୟ ପୋଲିସ ମହା ନିର୍ଦ୍ଦେଶକ(ଡିଜିପି)ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ପରିଷଦ ପକ୍ଷରୁ ମୃତ ବିନୋଦଙ୍କ ଶୋକ ସନ୍ତପ୍ତ ପରିବାର ଵର୍ଗଙ୍କୁ ସାନ୍ତ୍ୱନା ପ୍ରଦାନ କରାଯାଇଛି । ଏହି ଘଟଣାର ସତ୍ତ୍ବାସତ୍ୱ,ଦୋଷୀକୁ ଦଣ୍ଡ ପ୍ରଦାନ ଉଦେଶ୍ୟରେ ପରିଷଦ,ସ୍ଥାନୀୟ ଲୋକେ ତଥା ମୃତ ବିନୋଦଙ୍କ ପରିବାର ଵର୍ଗ କିଶନ ନଗର ଥାନା ସମ୍ମୁଖରେ ଧାରଣାରେ ବସିଥିଲେ । ବିନୋଦଙ୍କ ପରିବାରକୁ ନ୍ୟାୟ ପ୍ରଦାନ ସହ ପ୍ରକୃତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଵରିଷ୍ଠ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

ଏହି ପରିପ୍ରେକ୍ଷୀରେ ପରିଷଦ ପକ୍ଷରୁ ଡିଜିପିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇ ଥିଲା । ଉଲ୍ଲେଖଯୋଗ୍ୟ ଯେ, ଗତ ମାସ ୨୯ ତାରିଖ ଠାରୁ ବିନୋଦ କଟକ ଯାଉଛି କହି ନିଖୋଜ ଥିଲେ । ୨୫ ଦିନ ପରେ ଜଗତପୁର ଥାନା ଅନ୍ତର୍ଗତ ବାରଗୋଡ଼ିଆ ଅଞ୍ଚଳ ମହାନଦୀ ପଠାରୁ ତାଙ୍କ ମୃତଦେହ(କଙ୍କାଳ) ଉଦ୍ଧାର ହୋଇଥିଲା । ଵିନୋଦଙ୍କୁ ଅପହରଣ ପରେ ଅତି ଜଘନ୍ୟ ଭାବେ ହତ୍ୟା କରାଯାଇଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ଏହି ଆନ୍ଦୋଳନରେ ଅଗ୍ରଣୀ ସାମାଜିକ ସଂଗଠନ “ଉତ୍କଳ ବିକାଶ ପରିଷଦ”,କଟକରକର୍ମକର୍ତ୍ତା ଵର୍ଗ ଉପସ୍ଥିତରହି ସମସ୍ୟାର ସମାଧାନ ଦିଗରେ ଥାନା ଅଧିକାରୀ ଓ ଗ୍ରାମବାସୀଙ୍କ ସହ ଆଲୋଚନା କରି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । (ରିପୋର୍ଟ – ଇଂ.ସେବକ ଶ୍ରୀକାନ୍ତ)

Exit mobile version