ମାଟି ତଳୁ ବାହାରିଲା ଶିବଲିଙ୍ଗ

୩ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :- ମୋହନା ବ୍ଳକ ମୁଡୁମୁଡିଆ ଗ୍ରାମରେ ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି । ରାମୀମୀରା ପାହାଡ ନିକଟସ୍ଥ ମାଟିତଳୁ ଏକ ଶିବଲିଙ୍ଗ ଆବିର୍ଭାବ ହୋଇଛି । ଗ୍ରାମବାସୀଙ୍କ ସୂଚନା ପ୍ରକାରେ କିଛି ଦିନଧରି ରାମଗିରି ଅଞ୍ଚଳର ଜଣେ ମାଳି ମୁଡୁମୁଡିଆ ଆସି ରାମୀମୀରା ପାହାଡ ନିକଟରେ ଥିବା ଏକ ଉଇହୁଙ୍କା ନିକଟରେ ପୂଜାର୍ଜନା କରିବା ପାଇଁ ପରାମର୍ଶ ଦେଇଥିଲେ ।

ସେବେଠାରୁ ଲୋକେ ସେହି ସ୍ଥାନରେ ପୂଜାର୍ଜନା କରୁଥିଲେ । ତେବେ ଗତ ବୁଧବାର ମହାପ୍ରଭୃ ଜଗନ୍ନାଥଙ୍କ ବାହୁଡା ଯାତ୍ରା ରାତିରେ ସ୍ବପ୍ନାଦେଶ ହୋଇଥିଲା । ସ୍ବପ୍ନରେ ଜଣେ ବୃଦ୍ଧ ତାଙ୍କୁ ଉଠେଇବା ସହ ଉକ୍ତ ପାହାଡର ଏକ ନିଦ୍ଦିଷ୍ଟ ସ୍ଥାନରେ ଶିବଲିଙ୍ଗ ଥିବା କହିଥିଲେ । ସ୍ବପ୍ନାଦେଶ ପ୍ରକାରେ ରୋହିତ ପରଦିନ ଭୋର ସମୟରେ ଭକ୍ତ ସ୍ଥାନକୁ ଯିବା ସହ ସେଠାରେ ଏକ ନାଗ ସାପ ଦେଖିଥିଲେ ।

ସାତଜଣ ଅବିବାହିତ ଝିଅଙ୍କୁ ଦ୍ବାରା ସାତ ଗରା ପାଣି ଉକ୍ତ ସ୍ଥାନରେ ଅଭିଷେକ କରିଥିଲେ । ଏହାପରେ ସେଠାରେ ବୃଷଭ ସଦୃଶ ଶିବଙ୍କର ଲିଙ୍ଗ ଦୃଶ୍ୟମାନ ଦେଇଥିଲେ । ଉକ୍ତ ପୀଠକୁ ମୁକ୍ତେଶ୍ବର ମହାଦେବ ଭାବେ ନାମକରଣ କରାଯାଇଛି । ଆଖପାଖ ଅଞ୍ଚଳର ଶହ ଶହ ଭକ୍ତଙ୍କ ସୁଅ ଛୁଟିବାରେ ଲାଗିଛି ।

Exit mobile version