ମଣ୍ଡଳ ସ୍ତରୀୟ ଭାଜପା କର୍ମୀ ସମ୍ମିଳନୀ

ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :- ଗଜପତି ଜିଲ୍ଲା ଆର,ଉଦୟଗିରି ଓ ମୋହନା କଲ୍ୟାଣ ମଣ୍ଡପରେ ଭାଜପାର ମଣ୍ଡଳ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ସମ୍ମିଳନୀରେ ବରିଷ୍ଠ ଭାଜପା ନେତା ତଥା ସାଂସଦ ଜୁଏଲ ଓରାମ ଯୋଗଦେଇ ମୋଦି ସରକାରଙ୍କ ୯ ବର୍ଷର ସଫଳତା ଉପରେ କର୍ମୀମାନଙ୍କୁ ବୁଝାଇଥିଲେ । ପୂରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ସମ୍ପର୍କରେ ରାଜ୍ୟ ଆଇନମନ୍ତୀଙ୍କ ମନ୍ତବ୍ୟକୁ କଡା ନିନ୍ଦା କରିଥିଲେ ଜୁଏଲ । ବିଭ୍ରାନ୍ତିକର ତଥ୍ୟ ଦେବା ରାଜ୍ୟ ସରକାରଙ୍କ ଅଭ୍ୟାସ ବୋଲି କହିବା ସହ ଏବେ ରାଜ୍ୟରେ କିଏ ଶାସନ ଚଳାଉଛି ତାହା ରାଜ୍ୟବାସୀ ଜାଣିଛନ୍ତି ବୋଲି ଜୁଏଲ କହିଥିଲେ ।

ଏହି ସମ୍ମିଳନୀରେ ଭାଜପା ରାଜ୍ୟ ଉପ ସଭାପତି ଭୃଗୁ ବକ୍ସିପାତ୍ର, ଜିଲ୍ଲା ପଉସଭାପତି ଶିବରାମ ସୁଆର, ପ୍ରଶାନ୍ତ ମଲ୍ଲିକ, ରାମଚନ୍ଦ୍ର ନାୟକ, ଜିଲ୍ଲା ସାଧାରଣ ସମ୍ପାଦକ କାମଦେବ ବଡନାୟକ, ମଣ୍ଡଳ ସଭାପତି ସତ୍ୟନାରାଣ ଦଣ୍ଡସେନା, ରଜନୀ କାନ୍ତ ପ୍ରଧାନ, ଜିଲ୍ଲା ମହିଳା ମୋଚ୍ଚା ସମ୍ପାଦକ ବନ୍ଦନୀ ବଡମୁଣ୍ଡି, ଅନୁସିତ ଜନଜାତି ସଭାପତି, ପ୍ରଦୀପ କୁମାର ହରିଚନ୍ଦ୍ରନ, ମଣ୍ଡଳ ସଭାପତି ଅମ୍ବିକା ପ୍ରସାଦ ଘଟଇ, ମହେଶ୍ବର ନାୟକ , ନୁଆଗଡ ମଣ୍ଡଳ ସଭାପତି ମନୋଜ ପାଇକ ଓ ରାମଗିରି ଜିଲ୍ଲା ପରିସଦ ଦଣ୍ଡପାଣି ବଡମୁଣ୍ଡି ପ୍ରମୁଖ ଯୋଗଦେଇଥିଲେ । ଏହି କର୍ମୀ ସମ୍ମିଳନୀକୁ ଭାଜପା ନେତା ସୁଧୀର ପାଇକ, ଓ ମନୋଜ ସାହୁ ପରିଚାଳନା କରିଥିଲେ ।

Exit mobile version