୩ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଳାହାଣ୍ଡି :- କେସିଙ୍ଗା ବନାଞ୍ଚଳ ରୁପ୍ରାରୋଡ୍ ସେକ୍ସନ୍ ଅଧିନ ମୁରସିଙ୍ଗ୍ ସ୍ଥିତ ସନ୍ୟାସୀ ଉଚ୍ଚ ବିଦ୍ୟାପୀଠର ଛାତ୍ରୀ ନିବାସ ପରିସରରେ ‘ସମ୍ୱାଦ’ ସାହିତ୍ୟ ଘର ରୁପ୍ରା ଶାଖା ଓ କେସିଙ୍ଗା ବନାଞ୍ଚଳର ମିଳିତ ସହଯୋଗରେ ଆଜି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ‘ସମ୍ୱାଦ’ ପ୍ରତିନିଧି ଅଜୟ କୁମାର ସେନାପତି ଓ ଆମ ଜଙ୍ଗଲ ଯୋଜନାର ଦଳପତି ହେମନ୍ତ ସାହୁଙ୍କ ପରିଚାଳନାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । 
ଏହି ଅବସରରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ କେସିଙ୍ଗା ଡେପୁଟି ରେଞ୍ଜର ଯୁଧିଷ୍ଠିର ଜାଲ୍, ରୁପ୍ରାରୋଡ୍ ଫରେଷ୍ଟର୍ ବିଶ୍ୱଜିତ ଠାକୁର, ଫରେଷ୍ଟ ଗାର୍ଡ୍ ଫକିର ବିଶ୍ୱାଳ, ନିଗମ ସାହୁ ଓ ପାରିଜାତ ବାଗ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅର୍ଜୁନ ତାରେଣିଆ ଓ ପରିଚାଳନା କମିଟିର ସଭାପତି ଅର୍ଜୁନ ପଧାନ ପ୍ରଥମେ ପୂଜାପାଠ କରି ବୃକ୍ଷ ରୋପଣର ଶୁଭାରମ୍ଭ କରିଥିଲେ ।

