୨ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଗଜପତି ଜିଲ୍ଲା ରାୟଗଡ :- ମୋଦି ସରକାର ଙ୍କ ୯ ବର୍ଷ ପୂର୍ତ୍ତି ଅବସର ରେ ଆଜି ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ଜିରାଙ୍ଗ ଗ୍ରାମ ଠାରେ ବିଜେପି ର ମଣ୍ଡଳ ସମାବେଶ ଅନୁଷ୍ଠିତ ହୋଯାଇଅଛି | ଏହି ସମାବେଶ ରେ ସୁନ୍ଦରଗଡ଼ ସାଂସଦ ତଥା ପୂର୍ବତନ ଆଦିବାସୀ କଲ୍ୟାଣ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ରାଜ୍ୟ ବିଜେପି ଉପସଭାପତି ଭୃଗୁବକ୍ସି ପାତ୍ର ଓ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ଯୋଗ ଦେଇଥିଲେ | 
ଏହି କାର୍ଯ୍ୟକ୍ରମ ରେ ମୋଦି ସରକାର ଙ୍କ ଉନ୍ନତିମୂଳକ ଓ ଦେଶ ପାଇଁ ହିତକର ପଦକ୍ଷେପ କୁ ସଂକ୍ଷେପ ରେ ନିଜ ଅଭିଭାଷଣ ରେ କହିଛନ୍ତି ଶ୍ରୀ ପାତ୍ର | ଏହି କାର୍ଯ୍ୟକ୍ରମ ଟି କୁ ରାୟଗଡ ବ୍ଲକ ର ଜିରାଙ୍ଗ ମଣ୍ଡଳ ସଭାପତି ଗଙ୍ଗାଧର ଗୌଡ଼ ଓ ସମ୍ପାଦକ ପ୍ରତାପ ପାଇକ ଙ୍କ ବିଶିଷ୍ଟ ସମାଜସେବୀ ବଳରାମ ଭୂୟାଁ ପରିଚାଳନା କରିଥିଲେ |

