ମହାପ୍ରଭୁ ଙ୍କର ନୀଳାଦ୍ରି ବିଜେ

ରଥଯାତ୍ରା ମହୋତ୍ସବର ଶେଷ ସୋପାନ

ପ୍ରଭୁ ଜଗନ୍ନାଥ ଶ୍ରୀମନ୍ଦିରରେ ପ୍ରବେଶ କରିବା ନିମନ୍ତେ ଦେବୀ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ଉଦ୍ୟେଶ୍ୟରେ ଅନୁରୋଧ କରନ୍ତି ଏବଂ ରସଗୋଲା,ଏକ ସୁନ୍ଦର ଶାଢ଼ୀ ଟିଏ ଭେଟି ଦିଅନ୍ତି ।

୧ ଜୁଲାଇ ,୨୦୨୩  ( ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :- ରଣପୁର ରଥ ଯାତ୍ରା ର ଅନ୍ତିମ ପର୍ବ ପାଳନ ହୋଇଛି । ଗତକାଲି ସଂଧ୍ୟାରେ ତିନି ଠାକୁରଙ୍କ ଲକ୍ଷ୍ନୀନାରାୟଣ ଭେଟ ହୋଇଥିବା ବେଳେ ଆଜି ଶ୍ରୀଜିଉ ମାନେ ନିଳାନ୍ଦ୍ରି ବିଜେ କରି ରତ୍ନସିଂହାସନ କୁ ବିଜେ କାରିଥିଲେ । ସକାଳେ ତିନି ଠାକୁରଙ୍କ ବଲଭ , ଅବକାଶ , କରାଯାଇଥିଲା । ପରେ ରଥରେ ଅଧରପଣା ନୀତିି ସମ୍ପନ ହୋଇଥିଲା ।ଏହାପରେ ପହଣ୍ଡି ଆରମ୍ଭ ହେଇଥିଲା । ପ୍ରଥମେ ଘରବାହୁ ଓ ସୁଦର୍ଶନ , ମଦନମୋହନ ଙ୍କ ପହଣ୍ଡି ପରେ ତିନି ଠାକୁରଙ୍କୁ ନିଳାନ୍ଦ୍ରି ବିଜେ କରାଯାଇଥିଲା । ବାଣ ,ଘଂଟ ,ଘଂଟା ଓ ହରିବୋଲ ହୁଳହୁଳିରେ ଶ୍ରୀମନ୍ଦିର ପରିସର ପ୍ରକମ୍ପିତ ହେଇଥିଲା । ବଳଭଦ୍ର ଓ ସୁଭଦ୍ରା ଗୋଟି ପହଣ୍ଡି ରେ ଶ୍ରୀମନ୍ଦିର ଯାଇସାରିବା ପରେ ଜଗନ୍ନାଥଙ୍କ ପହଣ୍ଡି ହୋଇଥିଲା । ରଥରେ ଜଗନ୍ନାଥ ଥିବା ବେଳେ ଚାହାଣି ମଣ୍ଡପରେ ମହାଲକ୍ଷ୍ନୀଙ୍କ ସହ ଏକ ଆଳତୀ ହୋଇଥିଲା ।ଜଗନ୍ନାଥ ଗମ୍ଭିରାକୁ ଗଲାବେଳେ ଭାଇ ଭଉଣୀଙ୍କୁ ନେଇ ମାଉସି ଘରକୁ ଯାଇଥିବା ବେଳେ ମହାଲକ୍ଷ୍ମୀ କୁ ସାଙ୍ଗେ ରେ ନେଇ ନଥିବା ରୁ ରାଗ ଓ ଅଭିମାନରେ ଥିବା ମହାଲକ୍ଷ୍ନୀ କବାଟ କିଳି ଦେଇଥିଲେ । ପରେ ଜଗନା୍ନଥ ଓ ମହାଲକ୍ଷ୍ନୀ ଙ୍କ ମଧ୍ୟରେ କଥା କଟାକଟି ପରେ ଜଗନା୍ନଥ ମହାଲକ୍ଷ୍ନୀଙ୍କୁ ଏକ ପାଟ ଉପହାର ଦେବାସହ ରସଗୋଲାଦେଇ ମାନଭଞନ କରିଥିଲେ ।

ତିନି ଠାକୁର ରତ୍ନ ସିଂହାସନରେ ବସିବାପରେ ମାଘ ସ୍ନାନ ହୋଇଥିଲା । ପରେ ବିଭିନ୍ନ ପ୍ରକାର ନୀତି କାନ୍ତି ଆରମ୍ଭ ହୋଇଥିଲା । ଆଜି ତହସିଲଦାର ଇପସିତ ସାହୁ ପହଣ୍ଡି ବେଳେ ଉପସ୍ଥିିତଥିଲା ବେଳେ ରଣପୁର ରାଜା ଦିଲ୍ଲିପ ଚନ୍ଦ୍ର ସିଂ ଦେଓ ଓ ତାଙ୍କ ପରିବାର ଲୋକ ମାନେ ଆସି ଶ୍ରୀ ଜିୟୁ ମାନଙ୍କୁ ଦର୍ଶନ କରିଥିଲେ ।ପ୍ରଭୁ ଜଗନ୍ନାଥ ଶ୍ରୀମନ୍ଦିରରେ ପ୍ରବେଶ କରିବା ନିମନ୍ତେ ଦେବୀ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ଉଦ୍ୟେଶ୍ୟରେ ଅନୁରୋଧ କରନ୍ତି ଏବଂ ରସଗୋଲା ଏବଂ ଏକ ସୁନ୍ଦର ଶାଢ଼ୀ ଟିଏ ଭେଟି ଦିଅନ୍ତି । ଏଥିରେ ମାଁ ଲକ୍ଷ୍ମୀ ଶାନ୍ତ ହୋଇ ମହା ପ୍ରଭୁଙ୍କ କ୍ଷମା ପ୍ରାର୍ଥନାକୁ ଗ୍ରହଣ କରି ଶ୍ରୀ ମନ୍ଦିରରେ ପ୍ରବେଶ କରିବାକୁ ଅନୁମତି ଦିଅନ୍ତି. ଏହି ଶୁଭ ଦିନଟି ଜଗନ୍ନାଥ ସଂସ୍କୃତିରେ ନୀଳାଦ୍ରି ବିଜେ ଭାବରେ ପ୍ରସିଦ୍ଧ ।

Exit mobile version