ସିଂହ ଦ୍ୱାର ରେ ପହଚିଂଲା ତିନି ରଥ : ଶନିବାର ନିଳାଦ୍ରି ବିଜେ ହେବେ ତିନି ଠାକୁର

୩୦ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :- ରଣପୁର ରଥ ଯାତ୍ରା ରେ ଆଜି ଲକ୍ଷ୍ମୀନାରାୟଣ ଭେଟ ସମ୍ପନ ହେବାସହ ତିନି ରଥ ସିଂହ ଦ୍ୱାର ନିକଟରେ ପହଚିଂଛି । ବାହୁଡା ଦିନ ବଳଭଦ୍ରଙ୍କ ତାଳଧ୍ୱଜ ରଥ ସିଂହଦ୍ୱାର ନିକଟରେ ପହଚିଂଥିବାବେଳେ ମା ସୁଭଦ୍ରାଙ୍କ ଦେବିଦଳନ ରଥ ଚଣ୍ଡେଶ୍ୱର ସାହି ଠାରେ ଅଟକି ରହିଥିଲା ଓ ଜଗନ୍ନାଥ ଙ୍କ ନନ୍ଦିଘୋଷ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ଅଟକି ରହିଥିଲା । ପବିତ୍ର ବଡ ଏକାଦଶୀ ରେ ରଥଟଣା ବନ୍ଦ ରହିଥିବା ବେଳେ , ପଚୁଂଦୋଳ ପଡିଆଠାରେ ଓଡିଶାର ପ୍ରତିଷ୍ଟିତ କଣ୍ଠ ଶିଳ୍ପିମାନଙ୍କୁ ନେଇ ଏକ ଭଜନ ସମାରୋହ ଅନୁଷ୍ଟିତ ହୋଇଯାଇଥିଲା । ଆଜି ରଣପୁର ରେ ଅସୟ ଗରମ ଅନୁଭୂତ ହୋଇଥିଲା । ଅପରାହ୍ନ ୩ ଟାରେ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥକୁ ମହିଳ ମାନେ ଟାଣି ଥିଲେ । ପରେ ଜଗନ୍ନାଥଙ୍କ ନନ୍ଦିଘୋଷ ଟଣାଯାଇଥିଲା । ଅପରାହ୍ନ ୬ଟା ରେ ନନ୍ଦିଘୋଷ ଦୋଳମଣ୍ଡପ ନିକଟରେ ଆସି ପହଚିଂଥିଲା । ପରେ ଏକ ସୁସଜ୍ଜିତ ବିମାନରେ ମନ୍ଦିରରୁ ମହାଲକ୍ଷ୍ମୀ ଯାଇ ଜଗନ୍ନାଥଙ୍କ ରଥ ସମ୍ମୁଖରେ ପହଚିଂଥିଲେ । ରଥ ଚାରିପଟେ ନିରୀକ୍ଷଣ କଲାପରେ ସେଠାରେ ଆଳତି ଅନୁଷ୍ଠିତ ହୋଇଥିଲା । ପରେ ଜଗନ୍ନାଥଙ୍କଠାରୁ ଆଜ୍ଞାମାଳ ପାଇ ମହାଲକ୍ଷ୍ମୀ ମନ୍ଦିରକୁ ଗମନ କରିଥିଲେ । ଲକ୍ଷ୍ମୀ ନାରାୟଣଙ୍କର ଏହି ଭେଟ ନିତି ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହେବାସହ ହରିବୋଲ ହୁଳହୁଳିରେ ଏକ ଭକ୍ତି ମୟ ପରିବେଷ ସୃଷ୍ଟି ହୋଇଥିଲା । ମହାଲକ୍ଷ୍ମୀ ମନ୍ଦିର ଆସି ଚାହାଣୀ ମଣ୍ଡପରେ ଉପସ୍ଥିତ ହୋଇଥିଲେ । ସେଠାରେ ଆଲତି ସମାପନ ପରେ ନନ୍ଦିଘୋଷ ସିଂହଦ୍ୱର ନିକଟରେ ଲାଗିଥିଲା ।

 

ରଥ ସିଂହ ଦ୍ୱାର ରେ ପହଚିଂଲା ବେଳକୁ ରାତି ହୋଇଯାଇଥିଲା । ଶନିବାର ଅଧର ପଣା ନିତି ସଂମ୍ପନ୍ନ ପରେ ତିନି ଠାକୁରଙ୍କୁ ନିଳାଦ୍ରିବିଜେ କରାଜିବ ବୋଲି ମନ୍ଦିର ପ୍ରଶାସନ ଠାରୁ ଜଣାଯାଇଛି । ଆଜି ରଥ ଯାତ୍ରାରେ ବିଧାୟକ ସତ୍ୟନାରାୟଣ ପ୍ରଧାନ, ପୂର୍ବତନ ବିଧାୟକ ରବି ନାରାୟଣ ମହାପାତ୍ର,ସ୍ଥାନୀୟ ତହସିଲ ଦାର ଇପସିତ ସାହୁ, ଏନଏସି ଅଧକ୍ଷା ରଙ୍ଗିନ୍ ମହାନ୍ତି, ଏନଏସି ଉପାଧକ୍ଷ ବିଶ୍ୱରଞନ ପଟନାୟକ, ସ୍ଥାନୀୟ ଆଇଆଇସି ନିହାର ରଞନ ମହାନ୍ତି ,ରାଜା ମହାନ୍ତି ,ମନ୍ଦିର ମ୍ୟାନେଜର ରମେଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ ।

Exit mobile version