ସନ୍‌ଷ୍ଟୋନ୍‌ର ସୁବିଧା ଏବେ ଭୁବନେଶ୍ୱରର ଗାନ୍ଧୀ ଇଞ୍ଜିନିୟରିଂ କଲେଜରେ ଉପଲବ୍ଧ

୩୦ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ଅଗ୍ରଣୀ ଉଚ୍ଚ ଶିକ୍ଷା ଷ୍ଟାର୍ଟଅପ୍ ସନ୍‌ଷ୍ଟୋନ୍ ଦେଶର ୩୫ଟି ସହରରେ ୫୦ରୁ ଅଧିକ ଅନୁଷ୍ଠାନରେ ଉପସ୍ଥିତି ଥିବା ବେଳେ ଏହାର ସୁବିଧାକୁ ଏବେ ଭୁବନେଶ୍ୱରର ଗାନ୍ଧୀ ଇଞ୍ଜିନିୟରିଂ କଲେଜକୁ ସମ୍ପ୍ରସାରଣ କରିଛି । ନାକ୍ ମାନ୍ୟତା ପାଇଥିବା ଏହି ଶିକ୍ଷାନୁଷ୍ଠାନର ଏମ୍‌ବିଏ ପାଠ୍ୟକ୍ରମରେ ନାମଲେଖାଉଥିବା ଛାତ୍ରଛାତ୍ରୀମାନେ ସନଷ୍ଟୋନ୍‌ର ଲାଭ ପାଇପାରିବେ । ସନଷ୍ଟୋନ୍ ଓ ଗାନ୍ଧୀ ଇଞ୍ଜିନିୟରିଂ କଲେଜର ସହଯୋଗିତାରେ ଛାତ୍ରଛାତୀମାନଙ୍କୁ ୧୨୦୦ରୁ ଅଧିକ ନିଯୁକ୍ତିଦାତାଙ୍କ ଏକ ମୂଲ୍ୟବାନ ନେଟ୍‌ୱର୍କ ମିଳିବ । ଏହି ସହଯୋଗିତା ବଳରେ ଛାତ୍ରଛାତ୍ରୀମାନେ ଫର୍ଚୁନ୍‌ ୫୦୦ କଂପାନିର ବିଶିଷ୍ଟ କାର୍ଯ୍ୟନିର୍ବାହୀ ଓ ଷ୍ଟାର୍ଟଅପ୍ ଜଗତର ଅଭିଜ୍ଞ ପ୍ରଫେସନାଲ୍‌ଙ୍କଠାରୁ ଶିକ୍ଷା ଲାଭ କରିପାରିବେ । ଏହି ସହଯୋଗିତା ଛାତ୍ରଛାତ୍ରୀମାନଙ୍କୁ ଇଟର୍ନସିପ୍ ଓ ବାସ୍ତବ-ଜୀବନ ପ୍ରକଳ୍ପ ଜରିଆରେ ପ୍ରତ୍ୟକ୍ଷ ଅନୁଭୂତି ହାସଲ କରିବାରେ ସକ୍ଷମ କରିବ ଯାହା ସେମାନଙ୍କୁ ନିଯୁକ୍ତି ବଜାରରେ ସଫଳତା ହାସଲ କରିବା ଲାଗି ଆବଶ୍ୟକ କୌଶଳ ପ୍ରଦାନ କରିବ । ଭେରିଫାଏଡ୍‌ ଦକ୍ଷତା ଓ ଅଭଜ୍ଜ୍‌ତା ଦ୍ୱାରା ଏକ ପ୍ରଫେସନାଲ୍ ପୋର୍ଟଫୋଲିଓ ଗଠନ କରି ଛାତ୍ରଛାତ୍ରୀମାନେ ନିଜକୁ ଶିଳ୍ପର ସବୁଠୁ ଚାହିଦାରେ ଥିବା ପ୍ରାର୍ଥୀରେ ପରିଣତ କରିପାରିବେ ।

ସନ୍‌ଷ୍ଟୋନ୍‌ର ସହ ପ୍ରତିଷ୍ଠାତା ଓ ସିବିଓର ପ୍ରତିଷ୍ଠାତା ଅଙ୍କୁର ଜୈନ କହିଛନ୍ତି ଯେ, “ଗାନ୍ଧୀ ଇଞ୍ଜିନିୟରିଂ କଲେଜକୁ ଆମ କାର୍ଯ୍ୟକ୍ରମର ଲାଭ ସମ୍ପ୍ରସାରଣ ଘୋଷଣା କରି ଆମେ ଆନନ୍ଦିତ । ଛାତ୍ରଛାତ୍ରୀଙ୍କୁ ବ୍ୟାପକ ଓ ଆକର୍ଷଣୀୟ ଶିକ୍ଷଣୀୟ ଅନୁଭୂତି ପ୍ରଦାନ କରିବା ଉପରେ ଆମର ପ୍ରାଥମିକତା ରହିବ ଯାହା ନୂଆ ଜ୍ଞାନ, ଉନ୍ନତ ପ୍ରଯୁକ୍ତି ଭିତିକ ପ୍ରଶିକ୍ଷଣ ଦ୍ୱାରା ସମୃଦ୍ଧ ହେବ । ଅତୁଟ ପ୍ରତିବଦ୍ଧତା ସହ ଭାରତର ଦ୍ୱିତୀୟ ଓ ତୃତୀୟ ଶ୍ରେଣୀର ସହରଗୁଡ଼ିକରେ ଶିଳ୍ପ ଓ ଶିକ୍ଷାନୁଷ୍ଠାନ ଭିତରେ ଥିବା ଅନ୍ତରକୁ ଦୂର କରିବାକୁ ଆମେ ଉଦ୍ୟମ କରୁଥିବା ବେଳେ ଯୁବ ପ୍ରତିଭାବାନମାନଙ୍କ ଲାଗି ସମ୍ଭାବନାର ଦ୍ୱାର ଖୋଲୁଛୁ । ହାଇବ୍ରିଡ୍ ଶିକ୍ଷଣୀୟ ପଦ୍ଧତିକୁ ଗ୍ରହଣ କରିବା ଏବଂ ଶିଳ୍ପ ବିଶେଷଜ୍ଞମାନଙ୍କ ଦ୍ୱାରା ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ପାଠ୍ୟକ୍ରମର ବ୍ୟବସ୍ଥା ଶିଳ୍ପର ପରିବର୍ତିତ ଧାରା ଅନୁସାରେ ବଦଳିବ ଏବଂ ଆମର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ଆମ ଛାତ୍ରଛାତ୍ରୀମାନଙ୍କୁ ସଶକ୍ତ କରିବା ଏବଂ ଦେଶର ଦ୍ରୁତ ଉଦୀୟମାନ ଦୃଶ୍ୟପଟ୍ଟରେ ସଫଳ ହେବା ଲାଗି ଆବଶ୍ୟକ ଦକ୍ଷତା ଓ ବିଶେଷତା ପ୍ରଦାନ କରିବା ।’’ ଗାନ୍ଧୀ ଇଞ୍ଜିନିୟରିଂ କଲେଜର ଉପାଧ୍ୟକ୍ଷ ପ୍ରଫେସର ମାନସ ରଂଜନ ପଣ୍ଡା କହିଛନ୍ତି

ଯେ, “ସନଷ୍ଟୋନ ସହିତ ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ଘୋଷଣା କରି ଆମେ ଆନନ୍ଦିତ ଯାହା ଦକ୍ଷତା ଭିତିକ ଶିକ୍ଷା ଓ ଭବିଷ୍ୟତ ଲାଗି ପ୍ରସ୍ତୁତ ଶ୍ରମ ଶକ୍ତି ସୃଷ୍ଟି କରିବା ପ୍ରତି ଆମର ରହିଥିବା ଅତୁଟ ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରୁଛି । ଏହି ସହଯୋଗିତା ଆମ ଛାତ୍ରଛାତ୍ରୀଙ୍କୁ ବିଶେଷ ଲାଭ ପ୍ରଦାନ କରିବା ସହ ସେମାନଙ୍କୁ ବିଶ୍ୱସ୍ତରରେ ମାନ୍ୟତା ପ୍ରାପ୍ତ ଶିକ୍ଷା ପ୍ରଦାନ କରିବ । ଏହି ସହଯୋଗିତା ଜରିଆରେ ଛାତ୍ରଛାତ୍ରୀମାନେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଶିଳ୍ପଭିତିକ ପାଠ୍ୟକ୍ରମକୁ ହାସଲ କରିପାରିବେ ଯାହାକୁ ନିଯୁକ୍ତି ବଜାରର ଉଦୀୟମାନ ଚାହିଦା ପୂରଣ କରିବା ଲାଗି ପ୍ରସ୍ତୁତ କରାଯାଇଛି । ସନଷ୍ଟୋନର ଅତୁଟ ସହାୟତା ସହିତ ଆମ ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ନିଯୁକ୍ତି ସୁଯୋଗ ଉପଭୋଗ କରିପାରିବେ ଯାହା ଏକ ସଫଳ କ୍ୟାରିୟର ପ୍ରତି ପଥ ପରିସ୍କାର କରିବାକୁ ପଡ଼ିବ । ଆମ କାର୍ଯ୍ୟକ୍ରମ ସନଷ୍ଟୋନ୍‌ର ବିଶେଷତା ଦ୍ୱାରା ସମୃଦ୍ଧ ହୋଇଥିବା ବେଳେ ଛାତ୍ରଛାତ୍ରୀଙ୍କୁ ଶିଳ୍ପ କୈନ୍ଦ୍ରୀକ ଶିକ୍ଷା ପ୍ରଦାନ କରି ବ୍ୟାପକ ପ୍ଲେସମେଂଟ୍ ସହାୟତା ଓ ଦ୍ରୁତ କ୍ୟାରିୟର ଅଭିବୃଦ୍ଧି ସହ ସେମାନଙ୍କୁ ପେସାଦାର ଜୀବନରେ ସଫଳ ହେବାରେ ସଶକ୍ତ କରିବ ।

Exit mobile version