୨୯ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ରାୟଗଡା ଜିଲ୍ଲା :- ଆଦିବାସୀ ସଂଘର୍ଷ ମୋର୍ଚା ତରଫରୁ ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ୍ ଅନ୍ତର୍ଗତ ଚିନାସାରି ଗ୍ରାମପଞ୍ଚାୟତ ନିକଟସ୍ଥ ଆଜିଂଙ୍ଗ୍ ତାଙ୍ଗ୍ ଗ୍ରାମରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଶ୍ରୀ- ଡିଜିଏଲ୍ ଗମାଙ୍ଗ ସଭାପତି ଭାବରେ ପରିଚାଳନା କରିଥିଲେ । ଆଦିବାସୀ ସଂସ୍କୃତି ଭାଷା ଏବଂ ସାମ୍ବିଧାନିକ ଅଧିକାରର ସୁରକ୍ଷା ପାଇଁ ଓ ଆମର ଜଙ୍ଗଲ ଏବଂ ପ୍ରାକୃତିକ ସମ୍ପଦର କର୍ପୋରେଟ୍ ଲୁଟ୍ ଏବଂ ଶୋଷଣକୁ ପ୍ରତିରୋଧ କରିବା ସହ ଶିକ୍ଷା,ସ୍ୱାସ୍ଥ୍ୟ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯୋଗାଇ ଦିଆଯାଉ । 
ଚିନାସାରି ଗ୍ରାମ ଠାରୁ ଆଜିଂଙ୍ଗ୍ ତାଙ୍ଗ୍ ଗ୍ରାମ ପର୍ଯ୍ଯନ୍ତ ପକ୍କା ରାସ୍ତା ନିର୍ମାଣ କରିବା ପାଇଁ ମହାତ୍ମା ଗାନ୍ଧୀ ଗ୍ରାମୀଣ ଯୋଜନା କାମରେ ବର୍ଷକୁ ୨୦୦ ଦିନ କାମ,ଦୈନିକ ମୂଲ୍ୟ-୬୦୦/- ଟଙ୍କା ମଜୁରୀ ଦିଆଯାଉ । ପେନ୍ ସନ୍ ହିତାଧୀକାରୀମାନଙ୍କୁ ଗ୍ରାମ ପଞ୍ଚାୟତରେ ଭତ୍ତା ଟଙ୍କା ଯୋଗାଇ ଦେବା ନେଇ ଆଦିବାସୀ ସଂଘର୍ଷ ମୋର୍ଚ୍ଚାର କେନ୍ଦ୍ର କମିଟି ସଭ୍ୟ ଶ୍ରୀ- ତ୍ରୀପତି ଗମାଙ୍ଗ ଆହ୍ବାନ ଦେଇଥିଲେ। ଗୁଣପୁର ଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ଜଙ୍ଗଲ ଏରିଆରେ ରହିଥିବା ଆଜିଂଙ୍ଗ୍ ତାଙ୍ଗ୍ ଗ୍ରାମର ୪୦ ଜଣ ଲୋକଙ୍କ ଜଙ୍ଗଲ ଜମି ପଟ୍ଟା କରିବା ନାମରେ ଆର୍•ଆଇ ଲୋକଙ୍କ ପାଖରୁ ହଜାର ହଜାର ଟଙ୍କା ନେବା କଥାକୁ ତିଭ୍ର ଭାବରେ ସମାଲୋଚନା କରାଯାଇଛି । ଏଥିରେ ମୂଖ୍ୟତଃ ଉପସ୍ଥିତ ମିନ ଶବର,ସଞ୍ଜୀବ ଶବର,ଡିଜିଏଲ୍ ଗମାଙ୍ଗ,ଆଗୟ ଶବର,ରେନି ବଡ ରଇତ,ରାଜେନ୍ଦ୍ର ଗମାଙ୍ଗ,ଅଭିମାଏଲ୍ ଗମାଙ୍ଗ ଏବଂ ଆଦିବାସୀ ସଂଘର୍ଷ ମୋର୍ଚ୍ଚା ରାଜ୍ୟ କମିଟି ଶ୍ରୀ-ତ୍ରୀପତି ଗମାଙ୍ଗ ପ୍ରମୁଖ ଥିଲେ ।

