ବ୍ଲକ ସ୍ତରୀୟ ସ୍ୱତନ୍ତ୍ର ଚୟନ ଓ ପରାମର୍ଶ ଶିବିର

୨୯ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :- ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗ, ଓଡିଶା ସହ ଓରମାସ,ଓଡିଶା ଜୀବିକା ମିଶନ ଓ ଜିଲ୍ଲା ପ୍ରଶାସନ ଗଞ୍ଜାମଙ୍କ ଆୟୋଜନରେ ବୁଧବାର ହିଞ୍ଜିଳିକାଟୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ସ୍ୱତନ୍ତ୍ର ଚୟନ ଓ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଛି।ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ସରସ୍ୱତୀ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଓରମାସ ଜିଲ୍ଲା ହିସବରକ୍ଷାକ ରାଜେନ୍ଦ୍ର ପଟ୍ଟନାୟକ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅରୁଣ କୁମାର ପ୍ରଧାନ ଓ ଧୋବାଡି ସଭ୍ୟ ଅନ୍ୟତମ ଅତିଥି ଭାବେ ଉପସ୍ଥିତ ଥିଲେ।ଏହି ଅବସରରେ ଓରମାସ ଜିଲ୍ଲା ହିସାବରକ୍ଷାକ ଶ୍ରୀ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନାର ବାସ୍ତବ ଉଦ୍ଦେଶ୍ୟ,କମ ଶିକ୍ଷିତ ଓ ତଦୁର୍ଦ୍ଧ ଶିକ୍ଷାଗତ ଯୋଗ୍ୟତା ଥିବା ଗ୍ରାମାଞ୍ଚଳର ଯୁବକ ଯୁବତୀଙ୍କୁ ନିଶ୍ଚିତ କର୍ମ ନିଯୁକ୍ତି ସୁଯୋଗରେ ଉପଲବ୍ଧ ଥିବା ସୁବିଧା ସୁଯୋଗ ବିଷୟରେ ପରାମର୍ଶ ଦେଇଥିଲେ।ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ନିଯୁକ୍ତି ଓ ତାଲିମ ପ୍ରଦାନକାରୀ ସଂସ୍ଥା ସହଯୋଗରେ ଗ୍ରାମାଞ୍ଚଳରେ ଥିବା ୧୮-୩୫ବର୍ଷ ବୟସ୍କ ବେରୋଜଗାର ଯୁବକ ଯୁବତୀଙ୍କୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଜରିଆରେ ସମ୍ପୂର୍ଣ୍ଣ ମାଗଣାରେ ତାଲିମ ପ୍ରଦାନ,ରହିବା,ଖାଇବା ଓ ତାଲିମପ୍ରାପ୍ତ ଯୋଗ୍ୟ ପ୍ରାର୍ଥୀଙ୍କ ପାଇଁ ରୋଜଗାର ନିଶ୍ଚିତ କରିବା ଦିଗରେ ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ବିଡ଼ିଓ ଶ୍ରୀ ଜେନା ଯୁବକ ଯୁବତୀ ଙ୍କୁ ପରାମର୍ଶ ଦେଇଥିଲେ।

ଏହି ସ୍ୱତନ୍ତ୍ର ନିଯୁକ୍ତ ଓ ପରାମର୍ଶ ଶିବିରରେ ରାଜ୍ୟ ଓ ରାଜ୍ୟ ବାହାରର ୭ ଟି ସଂସ୍ଥା ଯୋଗ ଦେଇଥିଲେ।ଶିବିରରେ ସମୁଦାୟ ୨୪୦ଜଣ ଯୁବକ ଯୁବତୀ ପଞ୍ଜିକରଣ କରିଥିବା ବେଳେ ୧୧୦ଜଣ ବିଭିନ୍ନ ନିଯୁକ୍ତି ଓ ତାଲିମ ପ୍ରଦାନକାରୀ ସଂସ୍ଥା ଦ୍ୱାରା ମନୋନୀତ ହୋଇଥିଲେ। କାର୍ଯ୍ୟକ୍ରମକୁ ବ୍ଲକ ପ୍ରୋଗ୍ରାମ ପରିଚାଳକ ପ୍ରକାଶ ଚନ୍ଦ୍ର ବଳିୟାର ସିଂ ସଂଯୋଜନା କରିଥିବା ବେଳେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସାମାଜିକ ସୁରକ୍ଷା ବିଭାଗ କନିଷ୍ଠ ସହାୟକ ସୁଶାନ୍ତ କୁମାର ମଲ୍ଲିକ,ଡି.ଶିବାନନ୍ଦ,ଶିବ ଶଙ୍କର ଆଚାରୀ,ରବୀନ୍ଦ୍ର ପାତ୍ରଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେ।

Exit mobile version