୨୯ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଢେଙ୍କାନାଳ :– ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱରର ରାଜ୍ୟସ୍ତରୀୟ ସ୍ୱନକ୍ଷତ୍ର ଦିବସ ପାଳନ ଉପଲକ୍ଷେ ଆୟୋଜକ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ, ଢେଙ୍କାନାଳ ସହଯୋଗରେ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ,ଢେଙ୍କାନାଳ ଜିଲ୍ଲା ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା -୨୦୨୩ ସଫଳ ଭାବରେ ଆୟୋଜିତ ହୋଇଯାଇଛି । 
ଏଥିରେ ସାଧାରଣ ଜ୍ଞାନ ଓ ଇଂରାଜୀରୁ ଓଡ଼ିଆ ଅନୁବାଦ ବରିଷ୍ଠ ବର୍ଗରେ ଶତାୟୁ, ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ଛାତ୍ର ମନୋରଞ୍ଜନ ସାମଲ ଓ କନିଷ୍ଠ ବର୍ଗରେ ସେହି ବିଦ୍ୟାଳୟର ଛାତ୍ର ପ୍ରୟାସ ବେହେରା ଉଭୟ ପ୍ରଥମ ସ୍ଥାନ, ପ୍ରବନ୍ଧ ବରିଷ୍ଠ ବର୍ଗରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କାମାକ୍ଷାନଗରର ଛାତ୍ରୀ ପାୟଲ ଦାସ ଓ କନିଷ୍ଠ ବର୍ଗରେ ସୋଗର ସରକାରୀ ଉ. ପ୍ରା. ବିଦ୍ୟାଳୟ,
