ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲା ସ୍ତରୀୟ ଆମ୍ବ ମେଳା ଉଦଘାଟିତ

୨୯ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସଦରମହକୁମା ନୂତନ ବସ୍ ଷ୍ଟାଣ୍ଡ ପରିସରରେ ଆଜି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ଓ ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମରୀୟମ ରାଇତଙ୍କ ଦ୍ଵାରା ଶୁଭା ଉଦଘାଟନ ହୋଇଯାଇଛି। ଆଜି ତା.୨୭ ଠାରୁ ତା.୨୯ ତାରିଖ ପର୍ଯ୍ୟନ୍ତ ଆମ୍ବ ମେଳା ଖୋଲା ରହିବ। ଏହି ମେଳା ଓଡ଼ିଶା ଗ୍ରାମୀଣ ଉନ୍ନୟନ ଓ ବିପଣନ ସମିତି ଓ ମିଶନ ଶକ୍ତର ମିଳିତ ଆନୁକୂଲ୍ୟରେ ଆମଗାଁ ଆମ୍ବ ପସରା ନାମରେ ଆମ୍ବ ମେଳା ଆୟୋଜିତ ହେଉଛି। ଏହି ମେଳାରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଉତ୍ପାଦିତ ହେଉଥିବା ପ୍ରାୟ ସବୁ ପ୍ରକାର ଆମ୍ବ ଯେପରି କି ଆମ୍ରପଲି, ଲେଙ୍ଗଡା, ଦଶେରୀ, ମଲ୍ଲିକା, ବାଇଗଣ ପଲ୍ଲେଇ, ହାତୀ ମୁଣ୍ଡ , ଆଖୁ ରସ ଇତ୍ୟାଦି ପ୍ରଜାତିର ଆମ୍ବ ବିକ୍ରି ହେବ। ଏହି ମେଳାରେ ସିଧା ଉତ୍ପାଦିତ ଗୋଷ୍ଠୀ ମାନଙ୍କ ଠାରୁ ଗଜପତି ଜିଲ୍ଲା ସମେତ ଅନୁଗୋଳ, ବଲାଙ୍ଗିର, କଳାହାଣ୍ଡି, କୋରାପୁଟ, ରାୟଗଡ଼ା ଓ ସମ୍ବଲପୁର ଜିଲ୍ଲାରୁ ଆସି ଆମ୍ବ ଏହି ମେଳରେ ବିକ୍ରି ହେବ। ଏହି ଆମ୍ବ ମେଳାରେ ଜିଲ୍ଲାର ୪ ଗୋଟି ସହାୟକ ଗୋଷ୍ଠୀ ମାନଙ୍କ ଦ୍ଵାରା ପରିଚାଳିତ ହେବ।

ଏହି ମେଳାରେ ବିଭିନ୍ନ କିସମର ଆମ୍ବ ଆସିଥିବାରୁ ଲୋକମାନଙ୍କ ବିତରେ କିଣିବା ର ଆଗ୍ରହ ରହିଛି। ଆଜିର ଏହି ଜିଲ୍ଲା ସ୍ତରୀୟ ଆମ୍ବ ମେଳାରେ ପ୍ରକଳ୍ପ ପ୍ରଶାସକ, ଅଧିବାସୀ ଉନ୍ନୟନ ସଂସ୍ଥା ଶ୍ରୀ ଫଲଗୁନୀ ମାଝୀ, ଉପ ନିର୍ଦ୍ଧେଶ ଉଦ୍ୟାନ ବିଭାଗ ଅଧିକାରୀ ଶ୍ରୀ ସୁଶାନ୍ତ ରଞ୍ଜନ ଦାସ, ଓରମାସ ରୁ ଶ୍ରୀ ଦିଲ୍ଲୀପ କୁମାର ସାହୁ, ଡିପିଏମ/ ଓଏଲଏମ ର ଅଧିକାରୀ ଶ୍ରୀମତୀ ପ୍ରିୟମ୍ବଦା ବିଷୋୟୀ,ମିଶନ ଶକ୍ତି ଡିପିଏ ଶ୍ରୀମତୀ ମନସ୍ମିତା ପାତ୍ର ସମେତ ଜିଲ୍ଲାର ବିଭିନ୍ନ ସ୍ଵୟଂ ସହୟକ ଗୋଷ୍ଠୀ ର ମହିଳା ମାନେ ଉପସ୍ଥିତ ଥିଲେ।

Exit mobile version