ଆନ୍ତର୍ଜାତୀୟ ନିଶା ନିବାରଣ ଦିବସ

୨୯ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :- ନୁଆଗଡ ବ୍ଳକ ଖଜୁରିପଦା ବାବା ସାହେବ ଆମ୍ବେଦକର ଉଚ ମାଧ୍ୟମିକ ବିଦ୍ୟାଳୟରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତକରଣ ବିଭାଗ ଓ ନୁଆଗଡ ପଞ୍ଚାୟତ ସମିତି ପକ୍ଷରୁ ଅନ୍ତର୍ଜାତୀୟ ନିଶା ଅପବ୍ୟହାର ଓ ଅବୈଧ କାରବାର ନିରୋଧ ଦିବସ ପାଳିତ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରେମ୍ ଚନ୍ଦ୍ର ସିଂଙ୍କ ଅଧ୍ୟକ୍ଷତା କରିଥିଲେ ।ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଲିଙ୍ଗରାଜ କାର୍ଯ୍ୟ, ସମ୍ମାନିତ ଅତିଥିଭାବେ ସ୍ଥାନୀୟ ଫାଣ୍ଡି ଅଧିକାରୀ ଡି. ଗଜପତି ଦୋରା ଓ ସାମାଜିକ ସୁରକ୍ଷା ଅଧିକାରୀ ଆନନ୍ଦ ରାଓ ଗୋଣ୍ଟି ପ୍ରମୁଖ ଉପସ୍ଥିତ ଥିଲେ । ଏହ ଅବସରରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ହାତରେ ପ୍ଳାକାର୍ଡ ଧରି ବିଭିନ୍ନ ନାରା ଦେଇ ବିଦ୍ୟାଳୟ ପରିସରରୁ ଏକ ଶୋଭାଯାତ୍ରାରେ ବାହାରି ଖଜୁରିପଦା ମୁଖ୍ୟ ବଜାର ଦେଇ ମେଡିକାଲ ଛକ ପର୍ଯ୍ୟନ୍ତ ଯାଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ବତ୍ତମାନର ଯୁବ ପିଢିଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ସହ ବିକାଶ ପଥରେ ଆଗେଇବା ଓ ଏକ ନିଶା ମୁକ୍ତ ସମାଜ ଗଠନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଛନ୍ତି ବିଦ୍ୟାଳୟର ଅଧ୍ୟକ୍ଷ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତକରଣ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ସମେତ ବିଦ୍ୟାଳୟର ସମସ୍ତ କର୍ମଚାରୀ ପରିଚାଳନା କରିଥିଲେ ।

Exit mobile version