୨୯ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କୋରାପୁଟ :- ବଣ ଯନ୍ତୁ ମାନଙ୍କୁ ଶିକାର କରିବା ପାଇଁ ଶିକାରୀ ମାନେ ଜଙ୍ଗଲରେ ବଛାଯାଉଛନ୍ତି ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର । ଯାହାଫଳରେ ଅଞ୍ଚଳରେ ବିଦ୍ୟୁତ ବିଭ୍ରାଟ ବରାବର ଲାଗି ରହୁଛି । ଉକ୍ତ ବେନିୟମ କାର୍ଯ୍ୟ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ପାଣ୍ଡକାପଦର ଜଙ୍ଗଲରେ ଦେଖିବାକୁ ମିଳିଛି । ବିଦ୍ଯୁତ ବିଭାଗ କର୍ମଚାରୀ ମାନେ ଏଭଳି ଘଟଣାକୁ ଠାବ କରିଛନ୍ତି ।
ଖବର ପାଇ ବନାଞ୍ଚଳ ଅଧିକାରୀ କୁମାର ଖରାଙ୍କ ସହିତ ବନ ବିଭାଗ କର୍ମଚାରୀ ମାନେ ପହଞ୍ଚି ଶିକାର ଉଦ୍ଦେଶ୍ୟରେ ବିଛା ଯାଇଥିବା ତାର ସବୁକୁ ଯବତ କରାଯାଇଛି । ଲକ୍ଷ୍ମୀପୁର ଠାରୁ ରାଫକଣା ପର୍ଯ୍ୟନ୍ତ ଯାଇଛି ଉଚ୍ଚ କ୍ଷମତା ସମ୍ପନ୍ନ ୧୧ କେଭି ଲାଇନ୍ । ଏହି ଅଞ୍ଚଳରେ ବନ୍ଯ ପ୍ରାଣୀ ମାନଙ୍କୁ ବିଦ୍ୟୁତ ତାର ବିଛା ଦୁର୍ବୁତ୍ତ ମାନେ ଶିକାର କରୁଛନ୍ତି । ବିଛା ଯାଉଥିବା ବିଦ୍ୟୁତ ତାର ରେ ବାରହା ସହିତ ଅନ୍ୟାନ୍ୟ ଜଙ୍ଗଲି ଯନ୍ତୁ ପଡିବା ପେର ମୃତ୍ଯୁବରଣ କରିବା ସହିତ ଯେଉଁଥିପାଇଁ ବିଦ୍ୟୁତ ସରବରାହ ବ୍ଯାହତ ହେଉଛି।

