
୨୯ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ )ରାୟଗଡା :- ରାୟଗଡା ଜିଲ୍ଲା ଗୁଣପୁର ସ୍ଥିତ ପୁରୁଣା ଗୁଣପୁର ଗୁଣ୍ଡିଚା ମନ୍ଦିର ଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ରଥ ଯାତ୍ରାର ଶୁଭାଗମ ଦେଖିବାକୁ ମିଳିଛି । ରଥ ଯାତ୍ରା ଅବସରରେ ଜଗନ୍ନାଥଙ୍କ ଅବତାରରେ ଅତ୍ୟନ୍ତ ସରସ ସୁନ୍ଦର ଭାବରେ ସାଜ୍ଜ ସଜ୍ଜିତ ବ୍ରାହ୍ମଣ ଭକ୍ତଙ୍କ ଦ୍ବାରା ବ୍ୟବସ୍ଥା କରାଯାଇଛି । ଶ୍ରୀ ଜଗନ୍ନାଥ ମନ୍ଦିରର ସେବକ ମାନେ ଏବଂ ଅନ୍ୟ କେତେକ ଭକ୍ତମାନଙ୍କ ଦ୍ବାରା ପୂଜା ବିଧି ଓ ନିୟମ ଅନୁଯାୟୀ ପୂଜା ପାଠ ସମାପନ କରାଯାଇଛି ।
ଦିନ ତମାମ୍ ପ୍ରବଳରୁ ଅତି ପ୍ରବଳ ଖରା,ଗରମ ତାତିରେ ପବିତ୍ର ବାହୁଡା ଯାତ୍ରା ବହୁ ଆଳମ୍ବରରେ ପାଳିତ ହୋଇଥିଲା ।ରଥ ଟଣା ଆରମ୍ଭ ସମୟ ନିର୍ଘଣ୍ଟ ୦୪•୩୦ ମିନିଟ୍ ସମୟରେ ପଥ ଶ୍ରୀ ଜଗନ୍ନାଥ ରଥ ଘଡିଛି । ଶବର ସାଂସ୍କୃତିକ ରଥ ଆଗରେ ନାଚ, ଗୀତ,ନେତ୍ୟ,ବାଦ୍ୟଯନ୍ତ୍ରରେ ଗୁଣ୍ଡିଚା ମନ୍ଦିର ଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥ ରଥ ଟଣାର ସ୍ବାଗତ କରିବା ନେଇ ସହ ସହ ଯାତ୍ରୀଙ୍କ ଦର୍ଶନ କରିଥିବା ଦେଖିବାକୁ ମିଳିଛି ।
ଏହା ପରେ ଭକ୍ତମାନେ ଉତ୍ସାହିତ ସ୍ବରରେ ହରି ବୋଲ କହିଥିଲେ ଏବଂ ଭାଇ, ଭଉଣୀ, ମାଆ ମାଉସୀମାନେ ହୁଳହୁଳି ପଖେଇ ଠାକୁରଙ୍କ ରଥ ଟାଣିଲେ,ମନ୍ଦିର ନିକଟରେ ପହଞ୍ଚିଲେ । ମନ୍ଦିର ପରିଚାଳନା କମିଟିର ସମେତ ଅନ୍ୟାନ୍ୟ ସଦସ୍ଯଗଣ,ମନ୍ଦିରର ପୂଜକ ଗୋଷ୍ଠୀଗଣ,ରଥ ଯାତ୍ରାର ପରିଚାଳକ ସଂକ୍ରିୟ,ଶବର ସଂସ୍କୃତି ଅଂଶ ଗ୍ରହଣ କରିଥିଲେ । ମନରଞ୍ଜନ ନେଇ ସାଂସ୍କୃତିକ ମିନା ବଜାର,ଦୋକାନ,ବଜାର ରହିଛି । ଶାନ୍ତି ଶୃଙ୍ଖଳା ସାଧାରଣ ଲୋକ ମାନଙ୍କ ସୁରକ୍ଷା କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ୍ କର୍ମଚାରୀ ଏବଂ ଗୁଣପୁର ସୁରକ୍ଷା କର୍ମକାରୀ ଗଣ ସହଯୋଗ କରିଥିଲେ । ତଥ୍ ସହିତ ସ୍ଥାନୀୟ ଗୁଣପୁର ଉପ-ଜିଲ୍ଲା ପାଳ,ବିଡିଓ,ତହସିଲଦାର,ବିଧାୟକ ପ୍ରମୁଖ ରହିଥିଲେ ।
