Home ଓଡ଼ିଶା କଟକ ସଦର ଥାନା ଅଞ୍ଚଳରେ ବାହୁଡା ଯାତ୍ରା ଶାନ୍ତି ଶୃଙ୍ଖଳାରରେ ଶେଷ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨୯ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ :- ବୁଧବାର ଦିନ କଟକ ସଦର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ବାହୁଡା ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି । ନିତି କାନ୍ତି ଶେଷ ହେବାପରେ ଘଣ୍ଟବଜାଇ ସଂକୀର୍ତ୍ତନ କରି ସୁଦର୍ଶନ, ବଳଭଦ୍ର, ମା ସୁଭଦ୍ରା ଏବଂ ଜଗନ୍ନାଥଙ୍କୁ ପହଣ୍ଡି କରି ରଥ ଉପରକୁ ନିଆଯାଇଥିଲା । ପରେପରେ ଠାକୁର ରାଜା ରଥରେ ଛେରାପହଁରା କରି ସାରିବା ପରେ , ରଥ ଉପରକୁ ସାରଥୀ ଚଢିଥିଲେ । ସାରଥୀ ରଥ ଉପରେ ଛିଡା ହେବା ପରେ ରଥରୁ ଚାରମାଳ ଖୋଲା ଯାଇଥିଲା । ଅପରାହ୍ନରେ ମେଘୁଆ ପାଗ ରହିବାରୁ ବାହୁଡା ଯାତ୍ରା ଦେଖିବା ପାଇଁ ରଥ ଟଣା ଯାଉଥିବା ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ଼ ଲାଗିଥିଲା । ପୁରୀ ରଥଯାତ୍ରାରେ ଯେଭଳି ରଥ ସମୁଖରେ ଦେବଦେବୀ ନୃତ୍ୟ କରାଯାଇ ରଥଟଣା ହୁଏ , ଠିକ୍ ସେହି ପରେ ଗୋପାଳପୁର ଜଗନ୍ନାଥ ବାଟିକାରେ ପ୍ରଥମ କରି ଚଳିତ ବର୍ଷ ଆରମ୍ଭ କରାଯାଇଥିବା ରଥ ସମ୍ମୁଖରେ ପିଲାମାନେ ଦେବଦାସୀ ନୃତ୍ୟ ପରିବେଷଣ କରିଥିବା ଦେଖିବାକୁ ମିଳିଥିଲା । ସେହିପରି ବାରିପଦାରେ ସୁଭଦ୍ରାଙ୍କ ରଥକୁ ମହିଳା ମାନେ ଯେଭଳି ଟାଣନ୍ତି , ସେହି ଭଳି ଢ଼ଙ୍ଗରେ ଗୋପାଳପୁର ଜଗନ୍ନାଥ ବାଟିକା ,ପ୍ରତାପନଗରୀ ଜଗନ୍ନାଥ ମଠ ରଥ ,ଫୁଲନଖରା ର ନୂଆ କାଚରାମାଳ ରଥକୁ ଆଗ୍ର ସହକାରେ ମହିଳା ମାନେ ରଥକୁ ଟାଣି ନେଉଥିବା ଦେଖିବାକୁ ମିଳିଥିଲା । ପ୍ରତାପନଗରୀ, ଭାଣପୁର, ଗୋପାଳପୁର ଜଗନ୍ନାଥ ବାଟିକା, ଅରିଲୋ , ନୂଆଗଡ଼, ନୂଆ କାଚରାମାଳ, ଉରାଳୀ, ନଡ଼ିଆଗୁରୁଡି , ଅଡାଳିଆ, ଆଦି ବିଭିନ୍ନ ସ୍ଥାନରେ ବାହୁଡା ଯାତ୍ରା ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ କଟକ ସଦର ଥାନା ପକ୍ଷରୁ ବିଭିନ୍ନ ରଥ ନିକଟରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । Categories: ଓଡ଼ିଶା, କଟକ, ହୋମ୍ Related Content ବ୍ୟକ୍ତିତ୍ୱ ବିକାଶ ହିଁ ସଫଳତାର ଚାବିକାଠି : ଶକ୍ତିଶ୍ରୀ ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana September 20, 2026 ନକଲି ଏମ୍ଭିଆଇ ଅଧିକାରୀ ଗିରଫ by Proprietor Abhimanyu Maharana September 20, 2026 ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ : ହୃଦ୍ରୋଗୀଙ୍କ ପାଇଁ ବିପଦ, ମେଡିକାଲରେ ରୋଗୀଙ୍କ ଚିକିତ୍ସାରେ ବାଧା by Proprietor Abhimanyu Maharana September 20, 2026 ଜନଭାଗିଦାରୀ ରେ ସ୍ବଛତା ଦୀର୍ଘସ୍ଥାୟୀ : ଉପ ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana September 20, 2026 ଆଶ୍ରୟ ପକ୍ଷରୁ ସମୁଦ୍ରକୂଳ ସଫେଇ ଓ ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana September 20, 2026 କଣ୍ଟାବାଞ୍ଜି, ବିଶ୍ଵକର୍ମା ପୂଜାଭଷାଣି by Proprietor Abhimanyu Maharana September 20, 2026