
ଶୁଭଦ୍ରା ଙ୍କ ଦେବଦୋଳନ ସନ୍ଧ୍ୟା ହୋଇଯିବାରୁ ସୁଭଦ୍ରା ଙ୍କ ରଥ ଚଣ୍ଡେଶ୍ୱର ସାହି ଛକ ମଝିଦାଣ୍ଡରେ ଅଟକି ରହିଛି ।

୨୯ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :- ରଣପୁର ବାହୁଡା ଯାତ୍ରାରେ ଅନୁକୂଳ ପାଗ ଯୋଗୁ ଲକ୍ଷାଧିକ ଜନସମାଗମ ହୋଇଥିବା ଦେଖିବାକୁ ମିଳିଛି । ଗୁଣ୍ଡିଚା ଭଳି ବାହୁଡାରେ ଭଲ ପାଗ ଦେଇଥିବା ରୁ ଲୋକ ଙ୍କ ଭିଡ ଜମିଥିଲା । ଯାହାଫଳରେ ରଣପୁର ରଥ ଯାତ୍ରା ରେ ଲକ୍ଷାଧିକ ଭକ୍ତ ସମା୍ଗମ ହୋଇଥିବା ଦେଖିବାକୁ ମିଳିଛି । ବଳଭଦ୍ର ଙ୍କର ତାଳଧ୍ୱଜ ରଥ ଶ୍ରୀମନ୍ଦିର ନିକଟରେ ପହଚିଂଥିଲା ବେଳେ ଶୁଭଦ୍ରା ଙ୍କ ଦେବଦୋଳନ ସନ୍ଧ୍ୟା ହୋଇଯିବାରୁ ମଝିଦାଣ୍ଡରେ ଅଟକି ରହିଛି । ଗତକାଲି ସଂନ୍ଧ୍ୟାରେ ଆଡପ ମଣ୍ଡପରେ ଶ୍ରୀ ଜୀଉଙ୍କର ନବମୀ ନିତି ସମାପନ୍ନ କରାଯାଇଥିଲା । ସକାଳୁ ଅବକାଶ, ବଲ୍ଲଭ ସହ ଅନ୍ୟାନ୍ୟ ନୀତିକାନ୍ତି ସମାପନ ହୋଇଥିଲା । ଦିନ ୯.୩୦ ରେ ପହଣ୍ଡି ପାଇଁ ପ୍ରଶାସନ ନିଷ୍ପତି ନେଇଥିବାବେଳେ ଏଥିରେ ବ୍ୟତିକ୍ରମ ଦେଖାଦେଇଥିଲା । ଦିନ ୧ଟା ପରେ ଶ୍ରୀଜିଉ ପହଣ୍ଡି ହୋଇଥିଲା । ପ୍ରଥମେ ସୁଦର୍ଶନ ପହଣ୍ଡି କରାଯାଇଥିଲା । ପରେ ଘରବାହୁ ଠାକୁର ଙ୍କୁ ପହଣ୍ଡି କରାଯାଇଥିଲା । ଶେଷ ରେ ତିନି ଠାକୁରଙ୍କୁ ଧାଡି ପହଣ୍ଡିରେ ରଥା ରୁଢ କରାଯାଇଥିଲା ତିନି ଠାକୁର ରଥା ରୂଢ ପରେ ଅପରାହ୍ନ ୪ ଟାରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ରଣପୁର ରାଜା ଦିଲ୍ଲିପ ଚନ୍ଦ୍ର ସିଂଦେଓ ତିନି ରଥକୁ ଛେରା ପହଁରା କରିବା ପାଇଁ ରାଜବାଟିରୁ ବିମାନ ରେ ବାହାରିଥିଲେ । ୩ ରଥ ର ଛେରାପହଁରା ପରେ ପ୍ରଥମେ ବଳଭଦ୍ର ଙ୍କ ରଥ ଟଣାଯାଇଥିଲା ।
ଅପରାହ୍ନ ୫.୩୦ ଟାରେ ବଳଭଦ୍ର ଙ୍କ ରଥ ଶ୍ରୀମନ୍ଦିର ସମ୍ମୁଖରେ ପହଚିଂଥିଲା । ପରେ ସୁଭଦ୍ରା ଙ୍କ ରଥ କୁ ମହିଳା ମାନେ ଟାଣିଥିଲେ । କିନ୍ତୁ ସନ୍ଧ୍ୟା ହୋଇ ଯାଇଥିବାରୁ ସୁଭଦ୍ରା ଙ୍କ ରଥ ଚଣ୍ଡେଶ୍ୱର ସାହି ଛକ ଠାରେ ଅଟକିଥିଲା । ଗୁରୁବାର ବଡଏକାଦଶି ଥିବାରୁ ରଥ ଟଣାଯିବ ନାହିଁ । ଶୁକ୍ରବାର ଜଗନ୍ନାଥ ଙ୍କ ନନ୍ଦିଘୋଷ ଓ ସୁଭଦ୍ରା ଙ୍କ ଦେବଦୋଳନ ଟଣାଯିବ ବୋଲି ପ୍ରଶାସନ ନିଷ୍ପତି ନେଇଛି । ସେହିପରି ଗୁରବାର ସଂନ୍ଧ୍ୟାରେ ପଞ୍ଚୁଦୋଳ ପଡିଆ ସ୍ଥିତ ଜଗନ୍ନାଥ ରଥ ସମ୍ମୁଖରେ ଓଡିଶାର ପ୍ରତିଷ୍ଠିତ କଣ୍ଠଶିଳ୍ପୀମାନଙ୍କୁ ନେଇ ଏକ ଭଜନ ସମାରୋହ କାର୍ଯ୍ୟକ୍ରମ ରହିଛି । ଏଥିରେ ଇରା ମହାନ୍ତି, ପିନାକି ନାୟକ ଓ ଶ୍ରୀ ଚରଣ ମହାନ୍ତି ଆଦି ଓଡିଶାର ପ୍ରତିଷ୍ଟିତ କଳାକାର ମାନେ ଯୋଗ ଦେଇଥିବା ଜଣାଯାଇଛି । ରଥ ଟଣାରେ ବିଧାୟକ ସତ୍ୟନାରାୟଣ ପ୍ରଧାନ ,ପୂର୍ବତନ ବିଧାୟକ ରବିନାରାୟଣ ମହାପାତ୍ର, ନୟାଗଡ ଜିଲ୍ଲାପରିଷଦ ଅଧକ୍ଷ ଦେବାଶିଷ୍ ପଟନାୟକ,ପ୍ରିୟ ବ୍ରତ ପ୍ରହରାଜ, ପୂର୍ବତନ ଉପନଗର ପାଳ,ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ,
ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ଅଧକ୍ଷା ରଙ୍ଗିନ ମହାନ୍ତି, ତହସିଲାଦାରଇପସିତ ସାହୁ , ନଗର ସଭାପତି ଲିଙ୍ଗରାଜ ନାୟକ, ରାଜା ମହାନ୍ତି,ଆଇଆଇସି ନିହାର ରଞନ ମହାନ୍ତି ,ଲିଙ୍ଗରାଜ ଜେନ, ରଥ ଯାତ୍ରା ରେ ବିସି ହାଇସ୍କୁଲର ସ୍କାଉଟ୍ ଛାତ୍ର ଛାତ୍ରୀ ମାନେ ଶାନ୍ତିଶୃଙ୍ଖଳାରେ ସହଯାଗ କରିଥିବା ବେଳେ ଛାତ୍ରୀ ମାନେ ପଣା ବଟଂନ କରିଥିଲେ ।