ଦଶପଲ୍ଲା ବିଧାୟକ ଙ୍କୁ କୃତଜ୍ଞତା ଜଣାଇଲେ ସିକ୍ରୀଡ଼ା ପଞ୍ଚାୟତ ବାସୀ

୨୮ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସିକ୍ରୀଡା ପଞ୍ଚାୟତ ରେ ଖୋଲିଛି କୃଷି ସେବା ସମବାୟ କେନ୍ଦ୍ର ସମିତି । ଏନେଇ ଏ ଆର୍ ସି ଏସ ହାଡ଼ିବନ୍ଧୁ ମହାକୁଡ଼ ସିକ୍ରୀଡା ପଞ୍ଚାୟତ ରେ କୃଷି ସେବା ସମବାୟ କେନ୍ଦ୍ର ସମିତି ଖୋଲିବା ନେଇ ସାର୍ଟିଫିକେଟ ଅଫ ରେଜିଷ୍ଟ୍ରେସନ୍ ପ୍ରଦାନ କରିଥିଲେ ।

କୃଷି ସେବା ସମବାୟ କେନ୍ଦ୍ର ସମିତି ଖୋଲିବା ଦ୍ବାରା ସିକ୍ରୀଡା , ଅନ୍ଧାରଖଣି , କୃଷ୍ଣପ୍ରସାଦ ,ବଡବାରେଣା , ଅମେଇମୁହାଁ ଗ୍ରାମ ର ଲୋକମାନେ ଉପକୃତ ହେବେ । ଦୀର୍ଘ ବର୍ଷର ସ୍ବପ୍ନ ପୂରଣ ହୋଇଥିବାରୁ ସିକ୍ରୀଡା ପଞ୍ଚାୟତବାସୀ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Exit mobile version