Home ଓଡ଼ିଶା ଟିପିସିଓଡିଏଲ୍ର କେନ୍ଦ୍ରୀୟ ବିଦ୍ୟୁତ ବ୍ୟବସ୍ଥା ନିୟନ୍ତ୍ରଣ କେନ୍ଦ୍ର ଗ୍ରିଡ୍ ଭରସାଯୋଗ୍ୟତା ଓ ସୁଚାରୁ ରୂପେ ବିଦ୍ୟୁତ ବଂଟନକୁ ସୁନିଶ୍ଚିତ କରିବା ପାଇଁ ଚବିଶ ଘଂଟା କାର୍ଯ୍ୟରତ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨୭ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍) ବିଦ୍ୟୁତ ନେଟ୍ୱର୍କ ବ୍ୟବସ୍ଥାକୁ ସୁଦୃଢ଼ କରିବା ଓ ଏହାର ୨୭ ଲକ୍ଷ ଗ୍ରାହକଙ୍କ ପାଇଁ ବିଦ୍ୟୁତ ଯୋଗାଣକୁ ଭରସାଯୋଗ୍ୟ କରିବା ଲାଗି ଗତ କିଛି ବର୍ଷରେ ବହୁ ପ୍ରଯୁକ୍ତିଭିତିକ ପଦକ୍ଷେପ କାର୍ଯ୍ୟକାରୀ କରିଛି । ଟିପିସିଓଡିଏଲ୍ର ଭୁବନେଶ୍ୱରରେ ଥିବା କେନ୍ଦ୍ରୀୟ ବିଦ୍ୟୁତ ବ୍ୟବସ୍ଥା ନିୟନ୍ତ୍ରଣ କେନ୍ଦ୍ର (ସିପିଏସ୍ସିସି) ହେଉଛି ଅନ୍ୟତମ ପ୍ରମୁଖ ବ୍ୟବସ୍ଥା ଯାହା ସୁପରଭାଇଜରି କଂଟ୍ରୋଲ ଆଣ୍ଡ୍ ଡାଟା ଆକ୍ୱିଜିସନ (ସ୍କାଡା) ଭଳି ଆଇଟି ଓ ଓଟି ପ୍ରଯୁକ୍ତି କାର୍ଯ୍ୟକାରୀ କରି ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣକୁ ସୁନିଶ୍ଚିତ କରିଥିବା ବେଳେ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ବ୍ୟବସ୍ଥା ଭିତିକ ପରମିଟ୍ ଟୁ ୱାର୍କ (ପିଟିଡବ୍ଲୁ) ବ୍ୟବସ୍ଥା “ସୁରକ୍ଷା କବଚ’ ରହିଛି । ସିପିଏସ୍ସିସି ଏକ ଉତ୍ସର୍ଗୀକୃତ ପରିଚାଳନା ଇଞ୍ଜିନିୟରଙ୍କ ଟିମ୍ ଦ୍ୱାରା ଚବିଶ ଘଂଟା ପରିଚାଳିତ ହେଉଛି ଯେଉଁମାନେ ଦ୍ରୁତ ସୁଧାର ଜରିଆରେ ବ୍ୟବସ୍ଥା ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ ଭୁବନେଶ୍ୱର, କଟକ ଓ ପୁରୀର ପ୍ରମୁଖ ସ୍ଥାନରେ ଥିବା ୧୫୦ ୩୩/୧୧ କେଭି ପ୍ରାଥମିକ ସବ୍ଷ୍ଟେସନର ରିମୋଟ ନିରୀକ୍ଷଣ ଓ ନିୟନ୍ତ୍ରଣ କରୁଛନ୍ତି ଏବଂ ଉପକରଣ ଓ କର୍ମଚାରୀମାନଙ୍କ ସୁରକ୍ଷାକୁ ସୁନିଶ୍ଚି୍ତ କରିବା ପାଇଁ ନେଟ୍ୱର୍କ ଉପକରଣର ପ୍ରତିଷେଧମୂଳକ ଓ ବ୍ରେକ୍ଡାଉନ୍ ରକ୍ଷଣାବେକ୍ଷଣ ପାଇଁ ବିଭ୍ରାଟ ପରିଚାଳନା କରୁଛନ୍ତି ଯଦ୍ୱାରା ବିଦ୍ୟୁତ ଯୋଗାଣର ଭରସାଯୋଗ୍ୟତା ସୁନିଶ୍ଚିତ ହୋଇପାରିଛି । ବାସ୍ତବ ସମୟରେ ବିଦ୍ୟୁତ ପରିଚାଳନା ଲାଗି ଏକ ନିର୍ଦ୍ଦିଷ୍ଟ ସମୟରେ ବିଦ୍ୟୁତ ସଂଗ୍ରହର ବାସ୍ଥବ ସ୍ଥିତିକୁ ଦର୍ଶାଇ ଲାଇସେନ୍ସପ୍ରାପ୍ତ ଅଂଚଳରେ ଏହି ସିପିଏସ୍ସିସି କେନ୍ଦ୍ରୀୟ ଭାବେ ପ୍ରଭାବଶାଳୀ ଢଙ୍ଗରେ ନେଟ୍ୱର୍କ ପରିଚାଳନାର ସଂଯୋଜନା କରୁଛି । ଗ୍ରିଡ୍ କୋଡ୍ରେ ଧାର୍ଯ୍ୟ କରାଯାଇଥିବା ଅନୁସାରେ ଏହା ଲାଇସେନ୍ସପ୍ରାପ୍ତ ଅଂଚଳରେ ପ୍ରଭାବୀ ଓ ସଂଯୋଜନାଭିତିକ ପରିଚାଳନାକୁ ସୁନିଶ୍ଚିତ କରୁଛି । ଓଡ଼ିଶା ଗ୍ରିଡ୍ କୋଡ୍ (ଓଜିସି) ନିୟମ ୨୦୧୫ ଅନୁସାରେ ଡିସ୍କମ୍ ଦ୍ୱାରା ବିତରଣ ବ୍ୟବସ୍ଥା ପରିଚାଳନା ଓ ନିୟନ୍ତ୍ରଣ କେନ୍ଦ୍ର ଭାବେ ୨୦୨୦ରେ ସିପିଏସ୍ସିସିକୁ ସ୍ଥାପନ କରାଯାଇଛି ଏବଂ ସ୍ମାର୍ଟ ଗ୍ରିଡ୍ ପରିଚାଳନା ଦିଗରେ ଏହା ଏକ ପ୍ରମୁଖ ପଦକ୍ଷେପ । Categories: ଓଡ଼ିଶା, ଦେଶ, ମହାନଗର, ହୋମ୍ Related Content ନୋଭୋଟେଲ ଭୁବନେଶ୍ୱର ଜନପଥର ଗ୍ରାଣ୍ଡ ଶୁଭାରମ୍ଭ by Proprietor Abhimanyu Maharana September 24, 2026 ଜଟଣୀ ଗଣେଶ ପୂଜାରେ ସନ୍ଧ୍ୟା ଆଳତି କଲା"ମୋ ପରିବାର" by Proprietor Abhimanyu Maharana September 24, 2026 ‘ଦମନ’ ଅଭିଯାନରେ ଅପରାଧୀ ଓ ଅସାମାଜିକଙ୍କ ବିରୋଧରେ କଡ଼ା ପଦକ୍ଷେପ by Proprietor Abhimanyu Maharana September 24, 2026 ଭୂମି ଅଧିକାର ଓ ବସ୍ତି ଉଛେଦ ବନ୍ଦ କରିବା ଦାବିରେ ମିଳିତ ମଞ୍ଚ ପକ୍ଷରୁ ବିଶାଳ ବିକ୍ଷୋଭ by Proprietor Abhimanyu Maharana September 24, 2026 ଲୋକଙ୍କ ଜୀବନର ସୁରକ୍ଷା ପାଇଁ ସର୍ବୋଚ୍ଚ ସ୍ତରର ପ୍ରସ୍ତୁତି ପାଇଁ ମୁଖ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ,୩୩ ଓଡ୍ରାଫ୍ ଟିମ୍ ମୃତୟନ by Proprietor Abhimanyu Maharana September 24, 2026 ବେଦାନ୍ତ ଆଲୁମିନିୟମର ଦକ୍ଷତା ବିକାଶ ପଦକ୍ଷେପ କାଳାହାଣ୍ଡିର ୧୦୦୦ ରୁ ଅଧିକ ଯୁବକଯୁବତୀଙ୍କ ଦକ୍ଷତା ବୃଦ୍ଧି ସହିତ ଜୀବିକା ନିର୍ବାହରେ ସହାୟକ ହୋଇଛି by Proprietor Abhimanyu Maharana September 24, 2026