୨୭ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ମାହାଙ୍ଗା :- ବାରମ୍ବାର ଅଭିଯୋଗ ପରେ ଶୁଣିଲାନି ପ୍ରଶାସନ ,ଶେଷରେ ୬.୨୨କୋଟି ଟଙ୍କା ବିନିଯୋଗରେ ଫାଟି ଧସେଇ ଗଲା ନିର୍ମାଣରତ ଖନ୍ଦୋଳ ଝାଡଶ୍ୱରପୁର ପ୍ରଧାନ ମନ୍ତ୍ରୀ ସଡକ, ଏଭଳି ଘଟଣା ଘଟିଛି ମାହାଙ୍ଗା ବ୍ଲକ ପଲ୍ଲୀସାହି ଭଉଁରିଆ ଉମର ଝାଡଶ୍ୱରପୁରକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ସଡକ ରେ, ନିସ୍ଚନ୍ତକୋଇଲି ଗ୍ରାମ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଅଧୀନରେ ଖନ୍ଦୋଳ ଠାରୁ ଝାଡଶ୍ୱରପୁର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡକ ସମ୍ପ୍ରସାରଣ ଓ ଉନ୍ନତିମୂଳକ କାର୍ଯ୍ୟ ପାଇଁ ୬.୨୨ କୋଟି ଟଙ୍କା ମଞ୍ଜୁର କରାଯାଇ କାର୍ଯ୍ୟ କରାଯାଉଛି,
ତେବେ ପଲ୍ଲୀସାହି ଠାରୁ ଭଉଁରିଆ ପନ୍ଦର ବାଟିଆ ପର୍ଯ୍ୟନ୍ତ ମେଣ୍ଟାଲିଂ ଓ ରୋଲରିଂ କାର୍ଯ୍ୟ ଠିକ ଭାବରେ କରାନଯଇ ଅତି ତରବରିଆ ଭାବେ ଠିକାଦାର ନାମକୁ ମାତ୍ର ପିଚୁଗୋଡି ପକାଇରାସ୍ତା କାର୍ଯ୍ୟ ସାରିଦେଇଥିଲେ, ତେବେ କାର୍ଯ୍ୟ କରିବାର ଏକ ସପ୍ତାହ ପରେ ପଲ୍ଲୀସାହି ଠାରୁ ପନ୍ଦର ବାଟିଆ ପର୍ଯ୍ୟନ୍ତ ରାସ୍ତାର ଦକ୍ଷିଣ ପାର୍ଶ୍ଵ ବିଭିନ୍ନ ସ୍ଥାନରେ ଦବି ଯିବାସହ ଫାଟି ମେଲା ହୋଇ ଧସେଇ ଯାଇଛି, ଏହି ନିମ୍ନମାନର କାର୍ଯ୍ୟରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଓ କନିଷ୍ଟ ଯନ୍ତ୍ରୀ ଠିକାଦାରଙ୍କ ସହ ସଲାସୁତାର କରି ଦୁର୍ନୀତିରେ ଲିପ୍ତ ରହି ସରକାରୀ ଅର୍ଥ ଲୁଟ କରିଛନ୍ତି ବୋଲି ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି, ଏହି ରାସ୍ତା ଦୁର୍ନୀତିର ଏକ ଉଚସ୍ତରୀୟ ତଦନ୍ତ କରି ସମ୍ପୃକ୍ତ ଯନ୍ତ୍ରୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।

