ମେକ୍ସ ପିକ୍ଅପ୍ ଦୁର୍ଘଟଣାରେ ୧୧ ଆହତ ସହ ୪ ଗୁରୁତ୍ବ

୨୭ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :- ରାତ୍ର ୮.୩୦ ରେ ଏକ ମେକ୍ସ ପିକ୍ଅପ୍ ରେ ୧୫ ଜଣ ଶ୍ରମିକ କାମ ସରେଇ ଗ୍ରାମକୁ ଫେରୁଥିବା ଗାଡି ଚମ୍ପାଘାଟି ବୁଲାଣି ବୁଲାଇନପାରି ଦୁର୍ଘଟଣା ଘଟିବାରୁ ଗାଡିରେ ଥିବା ୧୫ ଶ୍ରମିକ ଆହତ ସହ ୪ ଜଣ ଗୁରୁତ୍ବ ଆହତ ଥିବାରୁ ବ୍ରହ୍ମପୁର ବଡ ମେଡିକାଲ୍ ପଠାଯାଇଛି । ପୁଲିସ ସୁତ୍ରରୁ ପ୍ରକାଶ ଯେ ଆର,ଉଦୟଗିରି ଥାନା ଲୁବୁସିଂ ଗ୍ରାମର ଠାକୁର ମାଷ୍ଟରଙ୍କ ଛାତ ପକାଇବାକୁ ଘର କରିବା ଠିକାଦାର ବାପି ନାଇଡୁ ପୁରୁଣାପାଣି ଅଞ୍ଚଳର ୧୫ ଜଣ ଶ୍ରମିକ ଧରିଆଥିଲେ । ଛାତ ପକାସରିବା ପରେ ଶ୍ରମିକମାନେ ନିଜନିଜର ଗ୍ରାମକୁ ମେକ୍ସ ପିକ୍ଅପ୍ ରେ ଫେରୁଥିବା ସମୟରେ ଚମ୍ପାଘାଟି ଗାଡି ଭାରସାମ୍ୟ ହରାଇ ବୁଲାଣି କାଟିନପାରି ଗାଡିଟି ରାସ୍ତା ଖସି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ଖବରପାଇ ୧୦୮ ଆମ୍ବୁଲେସରେ ଆର,ଉଦୟଗିରି ସ୍ବାସ୍ଥ୍ୟକେନ୍ଦ୍ରକୁ ଭତ୍ତିକରିଥିଲେ । ଆହତମାନେ ହେଲେ ପୁରୁଣାପାଣି ଗଣେଶ ରଇତ, ଗୁଡିସାହିର ରଞ୍ଜିଜିତ୍ କୁମାର, ପୃେଣ୍ଟାର ଶିମାଞ୍ଚଳ ଗୌଡ, ପୁରୁଣାପାଣି ଗ୍ରାମର ଅଶକ ରଇତ, ଶିମାଞ୍ଚଳ ଗୌଡ, ବାୟା ଗୌଡ, ନିରଞ୍ଜନ ରଇତ, ସୁଦଶନ ରଇତ, କୁରେଶ ରଇତ, ଶିମନ ଦଳେଇ, ବିପିନ୍ ଗୌଡ, ନିରଞ୍ଜନ ଗୌଡ ଓ ଅଶକ ରଇତ ଙ୍କୁ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ସେଥିମଧ୍ୟରୁ ୪ ଜଣ ଗୁରୁତ୍ବର ଥିବା ଶିମନ , ବିପିନ୍, ନିରଞ୍ଜନ ଓ ଅଶକ ଙ୍କୁ ୧୦୮ ଆମ୍ବୁଲେସରେ ବ୍ରହ୍ମପୁର ବଡମେଡିକଲ ସ୍ଥାନାନ୍ତର କରାଯାଇଛି । ଅନ୍ୟ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଚାଲୁଛି । ଏହି ସ୍ଥାନୀୟ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଗାଡି ଜବତ ସହ ଏ ନେଇ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚାଲୁଛି । ଦୁର୍ଘଟଣାରେ ଆହତଙ୍କୁ ସ୍ଥାନୀୟ ତହସିଲଦାର ଯୋତିମୟ ଦାସ ଓ ବିଜେଡି ଜିଲ୍ଲା ସଭାପତି ଜଗବନ୍ଧୁ ଦାସ ସ୍ବାସ୍ଥ୍ୟକେନ୍ଦ୍ରରେ ରହି ଗୁରୁତ୍ବର ଆହତକୁ ବ୍ରହ୍ମପୁର ପଠାଥିଲେ ।

 

Exit mobile version