ଆସ୍କ ଅଟୋମୋଟିଭ୍ ଲିମିଟେଡ୍ ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

୨୭ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ଭାରତର ଦୁଇଚକିଆ ଯାନ ପାଇଁ ବ୍ରେକ୍‌-ସୋ ଓ ଉନ୍ନତ ବ୍ରେକିଂ ବ୍ୟବସ୍ଥା ନିର୍ମାଣ କରୁଥିବା ସଂସ୍ଥା ଆସ୍କ ଅଟୋମୋଟିଭ୍‌ ଲିମିଟେଡ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି । କଂପାନି ଇନିସିଆଲ ପବ୍ଲିକ୍ ଅଫର ଜରିଆରେ ଇକ୍ୱିଟି ସେୟାର ଜାରି କରି ପାଣ୍ଠି ହାସଲ କରିବାକୁ ଯୋଜନା ରଖିଛି । ଏହି ପ୍ଲାନ୍‌ର ଅଫର ଫର ସେଲ୍‌ରେ ୨୯,୫୭୧,୩୯୦ ଇକ୍ୱିଟି ସେୟାର ସାମିଲ ରହିଛି । ଅଫର ଫର ସେଲ୍‌ରେ ପ୍ରତିଷ୍ଠାତା କୁଲଦୀପ ସିଂହ ରାଠିଙ୍କ ୨୦,୬୯୯,୯୭୩ ଇକ୍ୱିଟି ସେୟାର ଏବଂ ବିଜୟ ରାଠିଙ୍କ ୮,୮୭୧,୪୧୭ ଇକ୍ୱିଟି ସେୟାର ସାମିଲ ରହିଛି । ନିଜସ୍ୱ ଡିଜାଇନ୍ ଓ ମାନୁଫାକ୍‌ଚରିଂ ଦକ୍ଷତା ସହିତ ଏହି କଂପାନି ତିନି ଦଶନ୍ଧିରୁ ଅଧିକ ସମୟଧରି ସୁରକ୍ଷା ବ୍ୟବସ୍ଥା ଓ ଗୁରୁତ୍ୱପୂର୍ଣ୍ଣ ଇଞ୍ଜିନିୟରିଂ ସମାଧାନ ପ୍ରଦାନ କରୁଛି । କ୍ରିସିଲ୍ ତଥ୍ୟ ଅନୁସାରେ ଦୁଇଚକିଆ, ଅସଲି ଉପକରଣ ନିର୍ମାତା ଓ ଅସଲି ଉପକରଣ ଯୋଗାଣକାରୀ ବଜାରରେ ୨୦୨୨ରେ କଂପାନିର ବଜାର ଅଂଶ ୫୦% ଥିଲା ।

କଂପାନି ପ୍ରଦାନ କରୁଥିବା ଉତ୍ପାଦଗୁଡ଼ିକ ପାୱାରଟ୍ରେନ୍ ଉପରେ ପର୍ଯ୍ୟବେସିତ ନଥିବାରୁ ସେଗୁଡ଼ିକୁ ଉଭୟ ଇଲେକ୍ଟ୍ରିକ୍ ଯାନ ଓ ଦହନଶୀଳ ଇଞ୍ଜିନରେ ବ୍ୟବହାର କରାଯାଇପାରୁଛି । ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜରମାନେ ହେଉଛନ୍ତି ଜେଏମ୍‌ ଫାଇନାନ୍ସିଆଲ ଲିମିଟେଡ୍‌, ଆକ୍ସିସ୍ କ୍ୟାପିଟାଲ୍ ଲିମିଟେଡ୍‌, ଆଇସିଆଇସିଆଇ ସିକ୍ୟୁରିଟିଜ୍ ଲିମିଟେଡ ଓ ଆଇଆଇଏଫ୍‌ଏଲ୍‌ ସିକ୍ୟୁରିଟିଜ୍ ଲିମିଟେଡ୍ । କଂପାନି ୧୯୮୯ରୁ ଶୁଭାରମ୍ଭ ହୋଇଥିବା ବେଳେ ଦୁଇ ଚକିଆ ଯାନ ପାଇଁ ବ୍ରେକ୍ ସୋ ନିର୍ମାଣ କରୁଥିଲା । ଏବେ ଏହା ଏବି ସିଷ୍ଟମ୍‌, ଆଲୁମିନିୟମ ହାଲୁକା ସେସିସନ ସମାଧାନ, ହ୍ୱିଲ ଆସେମ୍ବଲି ଓ ସୁରକ୍ଷା ନିୟନ୍ତ୍ରଣ କେବୁଲ ଉତ୍ପାଦ ତିଆରି କରୁଛି । ୨୦୨୨ ଆର୍ଥିକ ବର୍ଷରୁ କଂପାନି ଭାରତରେ ଇଭି ଓଇଏମ୍‌ମାନଙ୍କୁ ବାଣିଜ୍ୟିକ ଯୋଗାଣର ଶୁଭାରମ୍ଭ କରିଛି । ଟିଭିଏସ୍ ମୋଟର କଂପାନି, ଏଥର ଏନର୍ଜି ପ୍ରାଇଭେଟ ଲିମିଟେଡ୍‌, ହିରୋ ମୋଟୋକର୍ପ, ଗ୍ରିଭ୍‌ସ ଇଲେକ୍ଟ୍ରିକ୍ ମୋବିଲିଟି ପ୍ରାଇଭେଟ୍ ଲିମିଟେଡ୍‌, ରିଭୋଲ୍‌ଟ ଇଟେଂଲିକର୍ପ ପ୍ରାଇଭେଟ୍ ଲିମିଟେଡ୍ ଆଦିରେ ଏହାର ଉତ୍ପାଦ ବ୍ୟବହାର ହେଉଛି ।

Exit mobile version