ରୁଙ୍ଗଟା ଷ୍ଟିଲ୍ ପକ୍ଷରୁ ଓଡ଼ିଶାର ଢେଙ୍କାନାଳ କାରଖାନା ପାଇଁ ଓଡ଼ିଶା ଚ୍ୟାନେଲ୍ ପାର୍ଟନର ସମ୍ମେଳନ ଆୟୋଜିତ

୨୭ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ଭାରତର ଏକ ଅଗ୍ରଣୀ ଟିଏମ୍‌ଟି ବାର୍ ନିର୍ମାତା ରୁଙ୍ଗଟା ମାଇନ୍‌ସ ଲିମିଟେଡ୍ (ଆର୍‌ଏମ୍‌ଏଲ୍‌) ପକ୍ଷରୁ ଓଡ଼ିଶାର ଢେଙ୍କାନାଳ ଇସ୍ପାତ କାରଖାନା ପାଇଁ ସଫଳତାର ସହିତ ଏକ ଚ୍ୟାନେଲ୍ ପାର୍ଟନର ସମ୍ମେଳନ ଆୟୋଜନ କରାଯାଇଛି । ଓଡ଼ିଶାର ବିଭିନ୍ନ ସ୍ଥାନର ଚ୍ୟାନେଲ୍‌ ପାର୍ଟନରମାନେ ଏଥିରେ ଯୋଗଦେଇଥିବା ବେଳେ ସମ୍ପର୍କ ବଢ଼ାଇବା, ତଥ୍ୟର ଆଦାନପ୍ରଦାନ ଏବଂ ରୁଙ୍ଗଟା ଷ୍ଟିଲ୍‌ର ଉତ୍ପାଦ, ଅଭିଯାନ ଓ ଭବିଷ୍ୟତ ସମ୍ଭାବନା ବିଷୟରେ ଜାଣିବା ଲାଗି ଏହି କାର୍ଯ୍ୟକ୍ରମ ଏକ ମୂଲ୍ୟବାନ ମଂଚ ସାବ୍ୟସ୍ତ ହୋଇଥିଲା । ଏହି ଚ୍ୟାନେଲ୍ ପାର୍ଟନର ସମ୍ମେଳନରେ ଓଡ଼ିଶାର ୨୫ ପ୍ରମୁଖ ଚ୍ୟାନେଲ୍‌ ପାର୍ଟନର ଅଂଶଗ୍ରହଣ କରିଥିଲେ । ଓଡ଼ିଶାର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରତିନିଧିମାନେ ଏକ ସହଯୋଗିତାର ପରିବେଶକୁ ସୁଦୃଢ଼ କରିବା ସହ ସଫଳତା ଓ ଶିକ୍ଷଣୀୟ ଭାବ ବାଂଟିବାକୁ ଉତ୍ସାହିତ କରିଥିଲେ ।

ରୁଙ୍ଗ୍‌ଟା ଷ୍ଟିଲ୍‌ର ମୁଖ୍ୟ ମହାପ୍ରବନ୍ଧକ ଓ ମୁଖ୍ୟ-ବିକ୍ରି ଓ ମାର୍କେଟିଂ (ଟିଏମ୍‌ଟି ଆଣ୍ଡ୍ ଓୟାର ରଡ୍‌) ଶ୍ରୀ ଅରବିନ୍ଦ କୁମାର କଂପାନିର ବ୍ୟାପକ ବିତରକ ନେଟ୍‌ୱର୍କକୁ ସେମାନଙ୍କ ଅଂଶଗ୍ରହଣ ଓ ଯୋଗଦାନ ପାଇଁ ଗଭୀର କୃତଜ୍ଞତା ଜଣାଇଛନ୍ତି ଯେଉଁମାନେ ସଫଳତାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ପ୍ରଦାନ କରିଛନ୍ତି । ପାର୍ଟନରମାନଙ୍କ ସୂଚନା ଓ ଦୃଷ୍ଟିକୋଣକୁ ଗୁରୁତ୍ୱ ପ୍ରଦାନ କରିବା ପାଇଁ ରୁଙ୍ଗଟାର ପ୍ରତିବଦ୍ଧତାକୁ ଏହା ଦର୍ଶାଉଥିବା ବେଳେ ସେମାନଙ୍କ ସୂଚନା କଂପାନିର ଭବିଷ୍ୟତକୁ ଏକ ଆକାର ପ୍ରଦାନ କରିବା ସହ ପାରସ୍ପରିକ ସଫଳତା ଲାଗି ସହଯୋଗିତାକୁ ସୁଦୃଢ଼ କରିବ ।’’ ଏହି ସମ୍ମେଳନରେ ଚ୍ୟାନେଲ୍ ପାର୍ଟନରମାନଙ୍କୁ ଉତ୍ପାଦନ କାରଖାନା ପରିଭ୍ରମଣ କରିବାର ସୁଯୋଗ ପ୍ରଦାନ କରାଯାଇଥିଲା ଯାହା ସେମାନଙ୍କୁ ରୁଙ୍ଗଟା ଷ୍ଟିଲ୍‌ର ଉତ୍ପାଦ ପୋର୍ଟଫୋଲିଓର ଉତ୍କଷ୍ଟ ମାନ ଓ ଲାଭକୁ ଭଲ ଭାବେ ବୁଝିବାରେ ସକ୍ଷମ କରିଥିଲା ।

ଏହି ପ୍ରଥମ ଅନୁଭୂତି ରୁଙ୍ଗଟା ଷ୍ଟିଲ୍ ଓ ଚ୍ୟାନେଲ୍ ପାର୍ଟନରଙ୍କ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିଥିବା ବେଳେ ଖୋଲା ଆଲୋଚନା ଓ ମତାମତ ପାଇଁ ଏକ ମଂଚ ମଧ୍ୟ ସ୍ଥାପନ କରିଥିଲା । ରୁଙ୍ଗଟା ଷ୍ଟିଲ୍ ଏହାର ସହଯୋଗୀଙ୍କ ତଥ୍ୟ ଓ ଦୃଷ୍ଟିିକୋଣକୁ ବେଶ ଗୁରୁତ୍ୱ ପ୍ରଦାନ କରୁଛି । ଏହି କାର୍ଯ୍ୟକ୍ରମ ଚ୍ୟାନେଲ୍ ପାର୍ଟନରମାନଙ୍କୁ ସେମାନଙ୍କ ସମସ୍ୟା ଜଣାଇବା, ପ୍ରସ୍ତାବ ଦେବା ଏବଂ ମତାମତ ପ୍ରଦାନ କରିବାର ସୁଯୋଗ ପ୍ରଦାନ କରିଥିଲା ଯାହା କଂପାନି ଓ ଏହାର ମୂଲ୍ୟବାନ ବିତରକ ନେଟ୍‌ୱର୍କ ଭିତରେ ଦୃଢ଼ ସହଯୋଗିତାକୁ ଆହୁରି ସୁଦୃଢ଼ କରିପାରିଛି ।

Exit mobile version