ପ୍ରଥମ ଓଡ଼ିଶା “ଶିକ୍ଷା ଶିବିର ଉଦଯାପିତ”

୨୬ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଚାନ୍ଦପୁର  :-  ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅଧିନସ୍ଥ ଭୂଷଣ୍ଡପୁର ଗ୍ରାମପଂଚାୟତର ଜଗନ୍ନାଥପୁର ଗ୍ରାମରେ “ପ୍ରଥମ ଓଡ଼ିଶା” ତରଫରୁ ଗ୍ରୀଷ୍ମାଳୀନ ଶିକ୍ଷା ଶିବିର ଉଦଯାପିତ  ସମାରୋହ ଅନୁଷ୍ଠିତ ହୋଇଯାଇଛି I ଏହି ସମାରୋହରେ ଗ୍ରାମର ୱାଡ଼ମେମ୍ବର , ଅଙ୍ଗନୱାଡ଼ି କର୍ମୀ, ଆଶାକର୍ମୀ ଙ୍କ ସହ ଗ୍ରାମବାସୀ, ସ୍ଵେଚ୍ଛାସେବୀ ଏବଂ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। ଟାଙ୍ଗୀ ବ୍ଲକରେ ବାଲିପାଟପୁର ହରିଜନସାହି, ସୁନ୍ଦରପୁର କଲୋନୀ, ଝରିଆ ଆଦି ଗ୍ରାମରେ ମଧ୍ୟ ଏହି ସମାରୋହ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ନିଜ ନିଜ ଗ୍ରାମରେ ଥିବା ପଞ୍ଚମ ଏବଂ ଷଷ୍ଠ ଶ୍ରେଣୀର ପିଲାମାନଙ୍କୁ ସ୍ଵେଚ୍ଛାସେବୀମାନେ ଦୀର୍ଘ ୪ ସପ୍ତାହ ଧରି ଭାଷା ଓ ଗଣିତ ର ପାଠ ପଢ଼ାଇ ଆସୁଥିଲେ ।

ସମସ୍ତ ପିଲାଙ୍କର ଭାଷା ଓ ଗଣିତର ମୌଳକ ଦକ୍ଷତା ହାସଲ ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା। ପିଲାଙ୍କର ସ୍ତର ଜଣାଇ ଦିଆଯାଇଥିଲା । ଆଜିର ସଭାରେ “ପ୍ରଥମ ଓଡ଼ିଶା” ର ଜିଲ୍ଲା ସଂଯୋଜିକା ପିଙ୍କିନା ବେହେରା ଙ୍କ ସହ ଅନ୍ୟାନ୍ୟ କର୍ମବର୍ତ୍ତା ଅଭୟ ଦାଶ, ଚୈତନ୍ୟ ଘଡ଼େଇ, ସୁରେଶ କୁମାର ଖଟୁଆ, ସ୍ୱର୍ଣ୍ଣଲତା ମହାନ୍ତି, ବନପ୍ରିୟା ସାସ୍‌ମଲ , ରଶ୍ମିତା ଦେଇ, ଅଳକା ସାହୁ ପ୍ରମୁଖ ଯୋଗ ଦେଇଥିଲେ ଓ ସଭାକୁ ଆଗେଇ ନେଇଥିଲେ। ପିଲାମାନଙ୍କର ଓ ମାଆମାନଙ୍କର ମଧ୍ୟ କିଛି ପ୍ରତିଯୋଗିତା କରାଯାଇଥିଲା। ଶେଷରେ ପ୍ରତିଯୋଗିତା ରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର ପ୍ରାର୍ଥୀଙ୍କ ପୁରସ୍କୃତ କରାଯାଇଥିଲା l

Exit mobile version