Home ଓଡ଼ିଶା ଜନସଂଖ୍ୟା ଅନୁସାରେ ସଂରକ୍ଷଣ ନୀତି ଘୋଷଣା କରିବା ପାଇଁ ରାଜ୍ୟ ସ୍ତରୀୟ ଆଲୋଚନା ସଭାରେ ଦାବୀ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp “ସଂଖ୍ୟା ଯାହାର ଯେତେ ଭାଗ ପାଇବେ ସେମାନେ ସେତେ” “ଶିର୍ଷକ ରାଜ୍ୟସ୍ତରିୟ ଆଲେଚନା ଚକ୍ରରେ ୧୦ଟି ରାଜନୈତିକ ଦଳର ଆହ୍ୱାନ” ରାଜ୍ୟରେ ବ୍ୟାପକ ହେବ ସାମାଜିକ ନାୟ ଆନ୍ଦୋଳନ ୨୬ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ରାଜ୍ୟର ଅଗ୍ରଣି ଜନଆନ୍ଦେଳନ “ସାମାଜିକ ନ୍ୟାୟ ଅଭିଯାନ, ଓଡ଼ିଶା ” ଆନୁକୁଲ୍ୟରେ ସ୍ଥାନିୟ ଜୟଦେବ ଭବନ ଠାରେ ଆଜି ରାଜ୍ୟର ୯୪ ଭାଗ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ପଛୁଆ ବର୍ଗ ଓ ସଂଖ୍ୟାଲଘୁ ସମ୍ପ୍ରଦାୟର ସାମ୍ବିଧାନିକ ଅଧିକାରକୁ ନେଇ ଏକ ରାଜ୍ୟସ୍ତରିୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଏହି ବର୍ଗର ସାମ୍ବିଧାନିକ ଅଧିକାରକୁ ସାବ୍ୟସ୍ତ କରିବା ପଇଁ ୧୦ଟି ରାଜନୈତିକ ଦଳର ନେତୃବୃନ୍ଦ ଆହ୍ୱାନ ଦେଇଥଲେ ପୁର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଶ୍ରୀକାନ୍ତ ଜେନାଙ୍କ ଉଦ୍ୟମକ୍ରମେ ତଥା ସାମାଜିକ ନ୍ୟାୟ ଅଭିଯାନର ଆବାହକା ଶ୍ରୀ ଅକ୍ଷୟ ମଲ୍ଲିକଙ୍କ ସଂଯୋଯନାରେ ଅନୁଷ୍ଟିତ ଏହି ଆଲୋଚନା ଚକ୍ରରେ ମତ ପ୍ରକାଶ ପାଇଛି ଯେ – ରାଜ୍ୟର ନଜସଂଖ୍ୟାର ୪୦% ହେଉଛନ୍ତି ଅନୁସୂଚିତ ଜାତି ଓ ଜନଜାତି ବର୍ଗର କିନ୍ତୁ ଉଚ୍ଚଶିକ୍ଷା କ୍ଷେତ୍ରରେ ରାଜ୍ୟର ବିଭିନ୍ନ ମେଡ଼ିକାଲ ଓ ଇଂଜିନିୟରିଂ ଶିକ୍ଷରେ ତଥା ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟ ମାନଙ୍କରେ ସେମାନଙ୍କୁ (୧୨+୮)୨୦% ସଂରକ୍ଷଣ ଦିଆଯାଉଛି ଫଳରେ ଏହି ବର୍ଗର ଛାତ୍ର ଛାତ୍ରୀମାନେ ୨୦% ଉଚ୍ଚଶିକ୍ଷାରୁ ବଚତ ହେଉଛନ୍ତି । ସେହିଭଳି ରାଜ୍ୟର ୫୪ % ହେଉଛନ୍ତି ଙଈଉ ବର୍ଗର କିନ୍ତୁ ଏହି ବର୍ଗଙ୍କୁ ନିଯୁକ୍ତି କ୍ଷେତ୍ରରେ ରାଜ୍ୟସରକାର ମାତ୍ର ୧୧.୨୫ % ସଂରକ୍ଷଣ ଦେଉ ଥିଲାବେଳେ ମେଡ଼ିକାଲ ଓ ଇଂଜିନିୟରିଂ ସେମତ କଲେଜ ଓ ବିଶ୍ୱବିଦ୍ୟାଳୟରେ ରାଜ୍ୟସରକାର କୌଣସି ସଂରକ୍ଷଣ ଦେଉ ନାହଁନ୍ତି । ଫଳରେ ଙଈଉ ବର୍ଗର ହଜାର ହଜାର ଛାତ୍ର ଛାତ୍ରୀ ଉଚ୍ଚଶିକ୍ଷାରୁ ବଞ୍ôଚତ ହେଉଛନ୍ତି ଯୁଗ ଯୁଗ ଧରି ଏହି ବର୍ଗ ଏøତିହାସିକ ଭାବେ ଜାତିଗତ ନିର୍ଯାତନା ସାମାଜିକ ବେଷମ୍ୟ ଓ ଅର୍ଥନୈତିକ ଶେଷଣର ଶିକାର ହେଉଛନ୍ତି । ରାଜ୍ୟର ବିକାଶ କ୍ଷେତ୍ରରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ପଛୁଆ ବର୍ଗ ଓ ସଂଖ୍ୟାଲଘୁ ସମ୍ପ୍ରଦାୟ ପ୍ରତି ଏହି ଅବହେଳା ଯୋଗୁଁ ରାଜ୍ୟର ବିକାଶ ନଧ୍ୟ ବାଧାପ୍ରାପ୍ତ ହେଉଛି । ଏହି ବର୍ଗର ଯୁବକ ଯୁବତୀ ମାନେ ନିଯୁକ୍ତି ଓ ଅତ୍ମନିଯୁକ୍ତିରୁ ବଞଚତ ହୋଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ତେଣୁ ଏହି ବର୍ଗର ହକ୍ ଓ ସାମ୍ବିଧାନିକ ଅଧିକାରକୁ ସାବ୍ୟସ୍ତ କରିବାକୁ ଅଗାମି ଦିନରେ ଗଣ ଆନ୍ଦୋଳନକୁ ବ୍ୟାପକ କରିବାକୁ କଂଗ୍ରେସ, ସିପିଆଇ, ସିପିଆଇ(ଏମ୍), ସିପିଆଇଏମଏଲ (ଲିବେରେସନ୍), ସମାଜବାଦୀ ପାର୍ଟି, ଅଲ୍ଇଣ୍ଡିଆ ଫରଓାଡ଼ ବ୍ଲକ୍, ଏନ୍ସିପି, ସିପିଆଇଏମଏଲ(ରେଡ଼ ଷ୍ଟାର) ଓ ଏବିପି ଦଳର ନେତୃବୃନ୍ଦ ମାନେ ଆହ୍ୱାନ ଦେଇଥିଲେ । ଏହି ଆଲୋଚନା ଚକ୍ରରେ ବରିଷ୍ଠ ସାମ୍ବାଦିକ ରବି ଦାସ, ବରିଷ୍ଠ ସିପିଏମ୍ ନେତା ଜନାର୍ଦ୍ଦନ ପତୀ, ସିପିଆଇର ପୂର୍ବତନ ସମ୍ପାଦକ ଆଶିଷ୍ କାନୁନ୍ଗୋ, ସିପିଆଇଏମଏଲ(ଲିବରେସନ୍) ରାଜ୍ୟ ସମ୍ପ । ଦକ ଯୁଧିଷ୍ଟିର ମହାପାତ୍ର, ସମାଜବାଦୀ ପାର୍ଟିର ରାଜ୍ୟସଭାପତି ରବି ବେହେରା, କଂଗ୍ରେସ ଦଳର ରାଜ୍ୟ ମୁଖପାତ୍ର ଅମୀୟ ପାଣ୍ଡବ, ଅଲ୍ଇଂଣ୍ଡିଆ ଫରଓାର୍ଡ଼ ବ୍ଲକ୍ର ରାଜ୍ୟ ସାଧାରଣ ସମ୍ପ । ଦକ ଜ୍ୟୋତି ରଞ୍ଜନ ମହାପାତ୍ର, ଏନସିପି ରାଜ୍ୟ ସଭାପତି ବିକ୍ରମ ସ୍ୱାଇଁ, ସିପିଆଇଏମଏଲ(ରେଡ଼ ଷ୍ଟାର) ରାଜ୍ୟ ସମ୍ପାଦକ ପ୍ରମିଳା, ଏବିପି ରାଜ୍ୟ ସଭାପତି ଶରତ ଚନ୍ଦ୍ର ନାୟକ ସମେତ ପୂର୍ବତନ ବିଧାୟକ ରାଧାକାନ୍ତ ସେଠି, ପୂର୍ବତନ ବିଧାୟକ ଦେବୀ ଚାନ୍ଦ, ନାରାୟଣ ରେଡ଼ି, ସିପିଆଇ(ଏମ୍) ରାଜ୍ୟ ସମ୍ପାଦକ ମଣ୍ଡଳି ସଭ୍ୟ ସୁରେଶ ପାଣିଗ୍ରାହୀ, ଆଦିବାସୀ ନେତା ତିରୁପତି ଗମାଙ୍ଗ, ସମାଜବାଦୀ ପାର୍ଟିର ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, ପଫେସର ଗୋପବନ୍ଧୁ ମହାନ୍ତ ଏବଂ ଅରୁଣ ଜେନା, ସଂଘମିତ୍ରା ଜେନା, ଷ୍ଟାଲିନ ଲେଙ୍କା, କୁମାରୀ ତମନ୍ନା, ବାଣୀ ପ୍ରସାଦ ମାଳି ପ୍ରମୋଦିନି ମଲ୍ଲିକ, ପ୍ରମୁଖ ବହୁ ସାମାଜିକ କର୍ମକର୍ତ୍ତା, ଯୁବ ଛାତ୍ର ନେତୃବୃନ୍ଦ ବକ୍ତବ୍ୟ ରଖି ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ । ଏହି ପ୍ରସଙ୍ଗ ଉପରେ ଆଗାମୀ ଦିନରେ “ସାମାଜିକ ନ୍ୟାୟ ଅଧିକାର ଯାତ୍ରା” ରାଜ୍ୟବ୍ୟାପି ପରିକ୍ରମା କରିବା ସହିତ ସାମ୍ବିଧାନିକ ଅଧିକାରକୁ ସାବ୍ୟସ୍ତ କରିବାପାଇଁ ଗଣ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଆହ୍ୱାନ ଦିଆଯାଇଛି । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana September 27, 2026 କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ by Proprietor Abhimanyu Maharana September 27, 2026 କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ by Proprietor Abhimanyu Maharana September 27, 2026 ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ by Proprietor Abhimanyu Maharana September 27, 2026 ଅଶାନ୍ତ ସମୁଦ୍ର : ଆତଙ୍କିତ ଉଠାଦୋକାନୀ ଢେଉରେ ଭାସିଗଲା ଖଟପସରା by Proprietor Abhimanyu Maharana September 27, 2026 हावड़ा–बड़बिल जन शताब्दी एक्सप्रेस के कोचों का व्यापक उन्नयन by Proprietor Abhimanyu Maharana September 27, 2026