ନୂଆଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଇପିଏସ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

୨୬ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦର ମହକୁମାରେ ଥିବା ନୂଆଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଶା କର୍ମୀ ମାନଙ୍କୁ ନେଇ ଇପିଏସ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ସମୁଦାର ୨୫ ଜଣ ଆଶା କର୍ମୀଙ୍କୁ ନେଇ ଏହି ପ୍ରଶିକ୍ଷଣ ଶିବିର ୩ ଦିନ ଧରି ଚାଲିଥିଲା । ଏହି ପ୍ରଶିକ୍ଷଣ ଶିବିରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି,

ଗ୍ରାମାଞ୍ଚଳରେ ରହୁଥିବା ଜନ ସାଧାରଣ ଙ୍କ ମାନସିକ ସ୍ୱାସ୍ଥ୍ୟର କିପରି ଉନ୍ନତି ହେବ, ସେମାନେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସି ସଠିକ ସମୟରେ ଚିକିତ୍ସା ନେଇ ପାରିବେ ଏବଂ କିପରି ସେମାନଙ୍କୁ ସମସ୍ତ ବିଷୟରେ ଜଣାଇ ଦିଆଯିବ ସେ ନେଇ ଆଶା ମାନଙ୍କୁ ପ୍ରଶିକ୍ଷଣ ଦିଆ ଯାଇଥିଲା । ୩ ଦିନ ଧରି ଡାକ୍ତର ସଲୀଳା ଶଢଙ୍ଗୀ ପ୍ରଶିକ୍ଷଣ ଦେଇଥିଲେ ।

Exit mobile version