ଶିକ୍ଷା, ସ୍ବାସ୍ଥ୍ୟ, ପୁଷ୍ଟି ର ବିକାଶ ହେବା ସହ ବାଳିକା ମାନଙ୍କର ନେତୃତ୍ବର ବିକାଶ

୨୫ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :- ଶିକ୍ଷା, ସ୍ବାସ୍ଥ୍ୟ, ପୁଷ୍ଟି ର ବିକାଶ ହେବା ସହ ବାଳିକା ମାନଙ୍କର ନେତୃତ୍ବର ବିକାଶ ଦିଗରେ Living farms ଓ OLM ବିଭିନ୍ନ ପ୍ରକାର କାର୍ଯ୍ୟ କରି ଆସୁଛନ୍ତି । ଏଥିପାଇଁ ବିଭିନ୍ନ ପ୍ରକାର ସଚେତନତା କାର୍ଯୟକ୍ରମ ମଧ୍ୟ ଚାଲିଛି । ଏଥିରୁ ଅନୁପ୍ରାଣିତ ହୋଇ ପୁଅ ଝିଅ ମଧ୍ୟରେ ଦେଖା ଯାଉଥିବା ଭେଦଭାବ ଭଳି ଅନ୍ଧ ବିଶ୍ବାସ କୁ ଦୂର କରିବା ପାଇଁ ବାଳିକା ମାନେ ଆଗକୁ ଆଗେଇ ଆସିଛନ୍ତି ।

ସେମାନେ ଦର୍ଶେଇ ଦେବାକୁ ଚାହୁଁଛନ୍ତି କି ସେମାନେ କୋଉ ପୁଅ ଠୁ କମ୍ ନୁହଁନ୍ତି । ସେଥିପାଇଁ ୨ ଟି ଗ୍ରାମରେ ଥିବା କିଶୋରୀ ଦଳ ଏକ କବାଡି ଖେଳ ଆୟୋଜନ କରିବେ ବୋଲି ନିଷ୍ପତି ନେଇଥିଲେ । ଆଜି ଅବାରସିଂ ଗ୍ରାମ ପଞ୍ଚାୟତ ସ୍ଥିତ କେ.ଏମ.ଭଲିଆସହି ଓ ପଦମପୁର ଗ୍ରାମ ରେ କିଶୋରୀ ବାଳିକା ମାନେ ଆଗମନ ହେଇ ଏକ କବାଡ଼ି ମ୍ୟାଚ ଆୟୋଜନ କରିଥିଲେ ।

ଝାଂଶିରାଣୀ ଦଳ, କେ.ଏମ.ଭାଲିଆସହି ଓ 5 ଷ୍ଟାର ଦଳ, ପଦମପୁର ଏହି ମ୍ୟାଚ୍ କୁ ଅନୁଷ୍ଠିତ କରିଥିଲେ । ଏହି ମ୍ୟାଚ୍ ରେ ଝାଂଶିରାଣୀ ଦଳ ବିଜୟ ଲାଭ କରିଥିଲା । ଏହି କାର୍ଯ୍ୟକ୍ରମ ରେ ସରପଞ୍ଚ, ଓଡ଼ିଶା ଜୀବିକା ମିଶନ ର ଭାରପ୍ରାପ୍ତ ଅଧିକାରୀ ରଜନୀକାନ୍ତ ପଣ୍ଡା , ବିନୟ ପ୍ରଧାନ (BTC) OLM, ଲିଭିଂ ଫାର୍ମସ୍ ର କର୍ମକର୍ତ୍ତା ଯୋଗ ଦେଇଥିଲେ ।

Exit mobile version