୨୫ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ଜନସାଧାରଣଙ୍କ ଜୀବନର ମାନରେ ବୃଦ୍ଧି ଘଟାଇବାକୁ ଏକନିଷ୍ଠ ପ୍ରତିବଦ୍ଧତାରେ ପରିଚାଳିତ ହୋଇ ଭାରତର ଅନ୍ୟତମ ଅଗ୍ରଣୀ ଏଫଏମ୍ସିଜି ଡାଇରେକ୍ଟ ସେଲିଂ କମ୍ପାନୀ ଆମ୍ୱେ ଇଣ୍ଡିଆ ସ୍ୱାସ୍ଥ୍ୟପ୍ରଦ ଜୀବନଶୈଳୀ ଆପଣେଇବା ନିମନ୍ତେ ବ୍ୟକ୍ତିବିଶେଷଙ୍କୁ ସଶକ୍ତ କରିବା ଲକ୍ଷ୍ୟରେ ଅଗ୍ରସର ହେଉଛି । ଭାରତ ଅତ୍ୟନ୍ତ ଉତ୍ସୁକତାର ସହିତ ବାର୍ଷିକ ଯୋଗଦିବସ ପାଳନ କରିବା ଅବସରରେ ଆମ୍ୱେ ଇଣ୍ଡିଆ ସାମଗ୍ରିକ କଲ୍ୟାଣ ହାସଲ କରିବାରେ ପୋଷଣ ଓ ଯୋଗର ପ୍ରଭୂତ ଗୁରୁତ୍ୱ ରହିଥିବା ସମ୍ପର୍କରେ ପ୍ରାଧାନ୍ୟ ଦେଇଥିଲା । ଜନସାଧାରଣଙ୍କୁ ଉତ୍ତମ ଓ ସ୍ୱାସ୍ଥ୍ୟପ୍ରଦ ଜୀବନ ନିର୍ବାହ ଦିଗରେ ସହାୟତା କରିବା ଲକ୍ଷ୍ୟନେଇ ଆମ୍ୱେ ଏକ ରୂପାନ୍ତରଣକାରୀ ଯାତ୍ରାରେ ଆଗକୁ ବଢିବା ପ୍ରୟାସ କରୁଛି । ଏହାର ଅଂଶସ୍ୱରୂପ ଆମ୍ୱେ ଇଣ୍ଡିଆ ଏକାଧିକ ଆଭାସୀ ଏବଂ ଶାରୀରିକ ଉପସ୍ଥିତିରେ ଯୋଗ ଅଭ୍ୟାସ ସହିତ ବିଶେଷଜ୍ଞ ବକ୍ତାମାନଙ୍କୁ ନେଇ କାର୍ଯ୍ୟକ୍ରମମାନ ଆୟୋଜନ କରିଥିଲା, ଯେଉଁଥିରେ ପ୍ରାୟ ୨ହଜାର ଫିଟ୍ନେସ୍ପ୍ରେମୀ ସମଗ୍ର ଦେଶରୁ ଅଂଶଗ୍ରହଣ କରିଥିଲେ ।

ଉତ୍ତମ ପୋଷଣ ଏବଂ ଯୋଗାଭ୍ୟାସ ଭଳି ନିୟମିତ ଶାରୀରିକ କାର୍ଯ୍ୟକଳାପର ସମ୍ମିଶ୍ରଣରେ ସର୍ବୋତ୍ତମ ସ୍ୱାସ୍ଥ୍ୟର ବାର୍ତ୍ତା ପ୍ରସାର ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରାଯାଇଥିଲା । ଏହି ଅବସରରେ ପ୍ରକାଶ କରି ଚନ୍ଦ୍ର ଭୂଷଣ ଚକ୍ରବର୍ତ୍ତୀ, ସିନିୟର ଭାଇସ୍ ପ୍ରେସିଡେଌକ୍ଷଗ୍ଧ; ଇଷ୍ଟ୍ ଆଣ୍ଡ ୱେଷ୍ଟ, ଆମ୍ୱେ ଇଣ୍ଡିଆ କହିଥିଲେ, “ସର୍ବୋତ୍ତମ ସ୍ୱାସ୍ଥ୍ୟ ଓ କଲ୍ୟାଣ ନିମନ୍ତେ ପୋଷଣ ଏବଂ ଶାରୀରିକ କାର୍ଯ୍ୟକଳାପର ରୂପାନ୍ତରଣକ୍ଷମ ଶକ୍ତି ବିଷୟରେ ଆମ୍ୱେରେ ଆମର ଏକନିଷ୍ଠତା ଅତୁଟ ରହିଛି । ପୋଷଣ କ୍ଷେତ୍ରରେ ବିଶ୍ୱସ୍ତରରେ ଏକ ଅଗ୍ରଣୀ କମ୍ପାନୀ ଭାବରେ ଆମର ଦୃଢ ବିଶ୍ୱାସ ଯେ କଲ୍ୟାଣ ବିଷୟଟି ବହୁଦିଗ ଆଧାରିତ, ଯେଉଁଥିରେ ଶାରୀରିକ, ମାନସିକ, ଭାବପ୍ରବଣଗତ ସ୍ୱାସ୍ଥ୍ୟ ଏବଂ ପର୍ଯ୍ୟାପ୍ତ ପୋଷଣ ଆଦି ସାମିଲ ରହିଛି । ଉତ୍ତମ ପୋଷଣ, ଏକ ସକ୍ରିୟ ଜୀବନଶୈଳୀ ଏବଂ ଆଭ୍ୟନ୍ତରୀଣ କଲ୍ୟାଣ ଆଦି ପରସ୍ପର ସହିତ ଆନ୍ତଃସଂଯୁକ୍ତ । ଚଳିତ ସମୟରେ ପାଚନ ସ୍ୱାସ୍ଥ୍ୟକୁ ନେଇ ଆଲୋଚନା ଅଧିକରୁ ଅଧିକ ହେଉଛି, ଯେଉଁଥିରେ ମସ୍ତିଷ୍କ ଏବଂ ପାଚନକ୍ରିୟା ମଧ୍ୟରେ ସମ୍ପର୍କକୁ ଅସ୍ୱୀକାର କରାଯାଇପାରିବ ନାହିଁ, ଯାହା ‘ଦ୍ୱିତୀୟ ମସ୍ତିଷ୍କ’ ଭାବରେ ମଧ୍ୟ ପରିଚିତ । ଆମେ ଯେଉଁ ଖାଦ୍ୟ ଖାଉଛୁ ତାହାର ଆମ ଶରୀର ଏବଂ ମନ ଉପରେ ପ୍ରଭୂତ ପ୍ରଭାବ ରହିଛି, ତେଣୁ ଠିକ୍ ଖାଦ୍ୟ ଖାଇଲେ ତାହା ଏକ ସୁସ୍ଥ ପାଚନକ୍ରିୟା ଜରିଆରେ ପ୍ରକ୍ରିୟାକୃତ ହୋଇ ଆମ ମାନସିକ ସ୍ୱାସ୍ଥ୍ୟକୁ ଠିକ୍ ରଖିପାରିବ ।
