ଦାଦନ ଖଟିବାକୁ ଯାଇଥିଲେ : ଶଳାକୁ ମାରି ଦେଲେ ଭିଣୋଇ

ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :- ୨ ମାସତଳେ ଦାଦନ ଖଟିବାକୁ ଯାଇ ଭଉଣୀ ଓ ଭିଣୋଇଙ୍କ ଘରେ ରହିଥିଲେ ଅଭୟ  ଦାଦନ ଖଟିବାକୁ ଯାଇଥିବା ଜଣେ ଯୁବକଙ୍କୁ ତାଙ୍କ ଭିଣୋଇ ହତ୍ୟା କରିଥିବା ଅଭିଯୋଗ ହୋଇଛି । କେରଳର କୋଲାମ ଜିଲ୍ଲାର କଟରାକେରା ଅଞ୍ଚଳରେ ଘଟିଛି ଏହି ହତ୍ୟାକାଣ୍ଡ । ମୃତକ ଜଣଙ୍କ ହେଉଛନ୍ତି ଗଜପତି ଜିଲ୍ଲା ମୋହନା ଥାନା ବିଜିପୁର ଗାଁର ଅଭୟ ବୀର । ଅଭୟ ୨ ମାସ ତଳେ କେରଳକୁ ଦାଦାନ ଖଟିବାକୁ ଯାଇଥିଲେ ।

ସେଠାରେ କୋଲାମ ଜିଲ୍ଲା କଟରାକେରା ସେ ତାଙ୍କ ଭଉଣୀ ଓ ଭିଣୋଇଙ୍କ ସହିତ ରହୁଥିଲେ । ଗତ ଶୁକ୍ରବାର ରାତିରେ ହଠାତ କୌଣସି କାରଣରୁ ଅଭୟଙ୍କ ଭଉଣୀ ଓ ଭିଣୋଇଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଅଭୟ ଏଥିରେ ହସ୍ତକ୍ଷେପ କରିଥିଲେ । ପରେ ରାଗିଯାଇ ଘର ଛାଡ଼ି କୋଏମ୍ବାଟୁର ଯିବା ପାଇଁ ଘରୁ ବାହାରିଥିଲେ । ହେଲେ ତାଙ୍କ ଭିଣୋଇ ମନୋଜ କୁମାର ନାୟକ ପ୍ରତଶୋଧ ପରାୟଣ ହୋଇଯାଇଥିଲେ । ସେ ଅଭୟଙ୍କୁ ପିଛା କରି କଟରାକେରା ଥାନା ଚାନ୍ଦମୁଖୀ ନିକଟରେ ପଥରରେ ଛେଚି ମାରି ଦେଇଥିବା ଅଭିଯୋଗ ହୋଇଛି । ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ମନୋଜ କୁମାର ନାୟକଙ୍କୁ ଗିରଫ କରିଛି । ଅନ୍ୟପଟେ ମୃତଦେହ ଗାଁକୁ ଫେରାଇ ଆଣିବାରେ ସାହାଯ୍ୟ କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ଅଭୟଙ୍କ ପରିବାର ଲୋକେ ।

Exit mobile version