ଅଷ୍ଟମ ଅନୁଛେଦ ସଉରା ଭାଷାର ସମ୍ପ୍ରଦାୟ ତରଫରୁ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ

 

ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ରାୟଗଡା :- ଚଳିତ ମାସ ରାୟଗଡା ଜିଲ୍ଲା ଗୁଣପୁର ବ୍ଳକ୍ ପୌରପରିଷଦ ଟାଉନ୍ ହୋଲ୍ ଠାରେ ସଉରା ଭାଷାର ସଂସ୍କୃତି, ଲିପି ଓ ପରମ୍ପରା ସଂସ୍କୃତି ମହା ମିଳନ ସଭା ଅନୁଷ୍ଠିତ ହୋଇଛି । ସଉରା ସମ୍ପ୍ରଦାୟ ତରଫରୁ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ସହ ଲାଞ୍ଜିଆ ସଉରା ଆଦିବାସୀ ପରମ୍ପରା ନାଚ,ଗୀତ, ବାଦ୍ୟଯନ୍ତ୍ରରେ ଅଷ୍ଟମ ଅନୁଛେଦ ‘ସଉରା’ ଭାଷାର ଜନଜାତି ଅଭିମୁଖେ ସୂ-ସ୍ବାଗତ ଅଭିନନ୍ଦନ ଜଣାଇଥିଲେ ।

ସମ୍ବିଧାନର ଅଷ୍ଟମ ଅନୁଛେଦରେ ସାମିଲ ହୋଇଥିବା ‘ସଉରା’ ଭାଷାକୁ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖିବା ସହ ବାରମ୍ବାର ଦାବି କରି ଆସୁଥିଲେ । ତାହା ଆଜି ସଫଳ ହୋଇଛି,ଏହି କ୍ରମରେ “ସଉରା” ଭାଷାକୁ ସାମ୍ବିଧାନିକ ମାନ୍ୟତା ପାଇଁ ଆଜି ମୁଖ୍ଯମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ । ଅଷ୍ଟମ ଅନୁଛେଦରେ ସଉରା ଭାଷା ଅନ୍ତଃର୍ଭୁକ୍ତ ହେଲେ ଏହି ଜନଜାତି ବର୍ଗର ଲୋକେ ବହୁବିଧ ସୁବିଧା ପାଇ ପାରିବେ ।

ସଉରା ଭାଷା ଓ ସଂସ୍କୃତିର ସଂରକ୍ଷଣ ସହିତ ପ୍ରଚାର ପ୍ରସାରିତ ପାଇଁ ପଦକ୍ଷେପ ନିଆଯାଇ ପାରିବ । ଏତଃ ଦ୍ବାରା ରାୟଗଡା ଜିଲ୍ଲା ତଥା କେତେକ ବ୍ଲକର ଜନଜାତିଙ୍କ ଭାଷା “ସଉରା”ର ସଂରକ୍ଷଣ ବିକାଶ ଏବଂ ପ୍ରସାରଣ ସହ ଗବେଷଣା ଓ ଅଧ୍ୟୟନ ନିମନ୍ତେ ବ୍ୟାପକ ମଧ୍ୟରେ ପତ୍ର ପ୍ରସ୍ତୁତି ହୋଇପାରିବ । ଜନଜାତି ସମ୍ପ୍ରଦାୟର ଲୋକମାନଙ୍କ ଦ୍ବାରା ବହୁଳ ଭାବରେ ବ୍ୟବହୃତ “ସଉରା” ଭାଷାକୁ ଆଦିବାସୀମାନଙ୍କ ପାଇଁ ସେମାନଙ୍କ ଭାଷା,ଜୀବନ ସଂସ୍କୃତି ମଧ୍ୟରେ ବହୁତ ହୀରା ମତି ମାଣିକ ଠାରୁ ମୂଲ୍ଯବାନ୍ । ସଉରା ଭାଷା ହିଁ ସେମାନଙ୍କର ପରିଚୟର ଚିହ୍ନ ସୂ-ରୂପ ଲିପି ଆବଦ୍ଧ ରହିଛି ।

ଏଥିରେ ମୂଖ୍ୟ ଅତିଥି ଆଇନ୍ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ମନ୍ତ୍ରୀ ଶ୍ରୀଯୁକ୍ତ-ଜଗନ୍ନାଥ ସାରକା,ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ଶ୍ରୀଯୁକ୍ତ-ସୁଧିର କୁମାର ଦାସ୍, ଗୁଣପୁର ବିଧାୟକ ଶ୍ରୀଯୁକ୍ତ-ରଘୁନାଥ ଗମାଙ୍ଗ,ରାୟଗଡା ଜିଲ୍ଲା ସୂତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ-ଅନୁଶୟା ମାଝୀ, ରାୟଗଡା ଜିଲ୍ଲା ବିଜୁ ଛାତ୍ର ସଭାପତି ଶ୍ରୀଯୁକ୍ତ-ବିଷ୍ଣୁ ପ୍ରସାଦ ପଣ୍ଡା ପ୍ରମୂଖ ରହିଥିଲେ,ତଥା ପ୍ରତ୍ୟେକ ପଞ୍ଚାୟତ,ଗ୍ରାମର ମାନ୍ୟ ଗଣ୍ୟ ବ୍ୟକ୍ତି ସହ ସହ ଲୋକ ଯୋଗଦାନ ଦେଇଥିଲେ ।

Exit mobile version