Home ଓଡ଼ିଶା ମୌସୁମୀ ଋତୁ ପାଇଁ ଟିପିଏସ୍ଓଡିଏଲ୍ର ବ୍ୟାପକ ପଦକ୍ଷେପ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp • ରକ୍ଷଣାବେକ୍ଷଣ ଏବଂ ପୁନଃ ସ୍ଥାପନ ପାଇଁ ପର୍ଯ୍ୟାପ୍ତ ମାନବ ଶକ୍ତି ନିୟୋଜିତ • ଅତିରିକ୍ତ ମାନବ ସମ୍ବଳ , ଉପକରଣ ଏବଂ କ୍ରେନ୍, ହାଇଡ୍ରା, ଏବଂ ପୋଲ୍ ମାଷ୍ଟର ପର୍ଯ୍ୟାପ୍ତ ଭାବେ ଯୋଗାଣ • ସର୍କଲ ଗୁଡିକରେ ମୋବାଇଲ ସବ-ଷ୍ଟେସନ ମୁତୟନ • ସୁରକ୍ଷା ଉପରେ ଗୁରୁତ୍ୱ ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାରେ ବିଦ୍ୟୁତ୍ ବଣ୍ଟନ ପାଇଁ ଟାଟା ପାୱାର ଏବଂ ଓଡିଶା ସରକାରଙ୍କ ମିଳିତ ଉଦ୍ୟମରେ ଟିପି ସାଉଥ୍ ଓଡିଶା ବିତରଣ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ଆସନ୍ତା ମୌସୁମୀ ସମୟରେ ବିଜୁଳି ଯୋଗାଣ ପାଇଁ ଅନେକ ପଦକ୍ଷେପ ନେଇଛି । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଅଧିକ କର୍ମଚାରୀ ନିୟୋଜିତ କରାଯିବା ସହିତ ଆବଶ୍ୟକୀୟ ଉପକରଣ ମହଜୁଦ ରଖା ଯାଇଛି | ବ୍ରହ୍ମପୁରଠାରେ ଥିବା ଟିପିଏସ୍ଓଡିଏଲ୍ର ଶକ୍ତି ଯୋଗାଣ ନିୟନ୍ତ୍ରଣ ସିଷ୍ଟମ୍ (PSCC) ବିଦ୍ୟୁତ୍ ଯୋଗାଣ ଉପରେ 24 ଘଣ୍ଟିଆ ନଜର ରଖିବା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ | ଟିପିଏସ୍ଓଡିଏଲ୍ ଅଧୀନରେ ଥିବା ଛଅଟି ସର୍କଲ ଯଥା- ବ୍ରହ୍ମପୁର ସିଟି, ବ୍ରହ୍ମପୁର, ଆସ୍କା, ଭଞ୍ଜନଗର, ରାୟଗଡ଼ା ଓ ଜୟପୁର ସର୍କଲକୁ ମୋବାଇଲ ସବ-ଷ୍ଟେସନ ଯୋଗାଇ ଦିଆଯାଇଛି | କୌଣସି ବିଜୁଳି ଜନିତ ବ୍ୟାଘାତ ସମୟରେ ଏହା ତୁରନ୍ତ କାର୍ଯ୍ୟରେ ଆସିବ| କମ୍ପାନୀ ଦ୍ୱାରା ନିଆଯାଇଥିବା ଅନ୍ୟ କେତେକ ପ୍ରମୁଖ ପଦକ୍ଷେପ ହେଉଛି: • ସମସ୍ତ ସର୍କଲ, ପାୱାର୍ ସପ୍ଲାଏ କଣ୍ଟ୍ରୋଲ୍ ସିଷ୍ଟମ୍ ଏବଂ ସିଇଓ ଅଫିସ୍ ମଧ୍ୟରେ ସାଟେଲାଇଟ୍ ଫୋନ୍ଗୁଡ଼ିକର ସଂଯୋଗ | • ମୌସୁମୀ ସମୟରେ ସୁରକ୍ଷିତ କାର୍ଯ୍ୟ ପରିବେଶ ପାଇଁ ଟିପିଏସ୍ଓଡିଏଲ୍ ସହଯୋଗୀଙ୍କ ସୁରକ୍ଷା ପ୍ରସ୍ତୁତି | • ରକ୍ଷଣାବେକ୍ଷଣ ଏବଂ ପୁନଃ ସ୍ଥାପନ ପାଇଁ ପର୍ଯ୍ୟାପ୍ତ ମାନବ ଶକ୍ତି ମୁତୟନ | • ଷ୍ଟୋର ଗୁଡିକରେ ପାୱାର ଟ୍ରାନ୍ସଫର୍ମର, ବିତରଣ ଟ୍ରାନ୍ସଫର୍ମର, ପୋଲ, ଲାଇନ ହାର୍ଡୱେର୍, ଏବଂ ଅନ୍ୟାନ୍ୟ ଉପକରଣ ଉପଲବ୍ଧ | • ଫ୍ୟୁଜ୍ କଲ୍ ସେଣ୍ଟର୍ସ ବା ସମ୍ପର୍କ କେନ୍ଦ୍ର ଗୁଡିକରେ ଅଧିକ ବୈଷୟିକ କର୍ମଚାରୀ ମୁତୟନ କରାଯାଇଛି | ଯେପରି ସେମାନେ ତୁରନ୍ତ ସେହି ଇଲାକାରେ କାର୍ଯ୍ୟ ଆରମ୍ଭ କରି ପାରିବେ • ପୂର୍ଣ୍ଣ ପ୍ରସ୍ତୁତି ପାଇଁ ଆଉ ଏକ ପଦକ୍ଷେପ ଭାବରେ ସର୍କଲ୍ ଏବଂ ଡିଭିଜନ୍ ସ୍ତରରେ ସେକ୍ସନ୍ ଅଫିସ୍ ଏବଂ ଆସ୍କା (ପୋର୍ଟେବଲ୍ ଜେନ ସେଟ୍) ଲାଇଟ୍ ରେ ଭାରୀ ଡ୍ୟୁଟି ଟର୍ଚ୍ଚ ଯୋଗାଇ ଦିଆଯାଇଛି | • ଅତିରିକ୍ତ ମାନବ ସମ୍ବଳ , ଉପକରଣ ଏବଂ କ୍ରେନ୍, ହାଇଡ୍ରା, ଏବଂ ପୋଲ୍ ମାଷ୍ଟର ପର୍ଯ୍ୟାପ୍ତ ଭାବେ ଯୋଗାଣ | ଏହା ବ୍ୟତୀତ, କମ୍ପାନୀ ମଧ୍ୟ ସୁନିଶ୍ଚିତ କରିଛି ଯେ ଜରୁରୀକାଳୀନ ପରିସ୍ଥିତିରେ ଠିକ ସମୟରେ କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାହକଙ୍କ ବିଭିନ୍ନ ସମସ୍ୟାର ଉତ୍ତର ଦେବା ପାଇଁ 24×7 କଲ୍ ସେଣ୍ଟର୍ (ଟୋଲ୍ ଫ୍ରି ନଂ: 1912/1800 3456 797) ରେ ଅଧିକ କର୍ମଚାରୀ ନିୟୋଜିତ କରାଯାଇଛି | ଗ୍ରାହକମାନେ ମାଇଁ ଟାଟା ପାୱାର ମୋବାଇଲ୍ ଆପ୍ ମାଧ୍ୟମରେ ଯେକୌଣସି ପ୍ରସଙ୍ଗରେ ସେମାନଙ୍କର ଅଭିଯୋଗ ଦାଖଲ କରି ପାରିବେ କିମ୍ବା କିମ୍ବା customercare@tpsouthernodisha.com ରେ ଇମେଲ୍ କରିପାରିବେ | “ଆସୁଥିବା ବର୍ଷା ଋତୁ ସହିତ ସମସ୍ତଙ୍କ ସୁରକ୍ଷା ଆମର ପ୍ରାଥମିକତା ଅଟେ। ଆମର ନେଟୱାର୍କକୁ ସୁରକ୍ଷା ଦେବା ଏବଂ କୌଣସି ସମ୍ଭାବ୍ୟ ବୈଦ୍ୟୁତିକ ଦୁର୍ଘଟଣାକୁ ଏଡାଇବା ପାଇଁ ଆମର ଟିମ ସଦା ଉଦ୍ୟମ କରୁଛି | ଆମେ ନେଟୱାର୍କ ନିୟମିତ ଯାଞ୍ଚ କରୁଛୁ ଏବଂ ଆମର ଗ୍ରାହକଙ୍କୁ ଗୁଣାତ୍ମକ ବିଦ୍ୟୁତ୍ ଯୋଗାଣ ପାଇଁ ଉତ୍ସର୍ଗୀକୃତ ବୋଲି ଟିପିଏସ୍ଓଡିଏଲ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ ଗର୍ଗ କହିଛନ୍ତି। ଟିପିଏସ୍ଓଡିଏଲ୍ ଦ୍ୱାରା ନିଆଁ ଯାଇଥିବା ସତର୍କତାମୂଳକ ପଦକ୍ଷେପ: 1. ଉଭୟ ବଣ୍ଟନରେ ତଥା ଉପଭୋକ୍ତା ସବ୍ ଷ୍ଟେସନରେ ଯନ୍ତ୍ରପାତିର ଯାଞ୍ଚ ଏବଂ ପ୍ରତିଷେଧକ ରକ୍ଷଣାବେକ୍ଷଣ | 2. ଜନସାଧାରଣଙ୍କ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ବିତରଣ ସବଷ୍ଟେସନ, ଜଙ୍କସନ ବକ୍ସ / ଏଲଟି ବଣ୍ଟନ ବାକ୍ସରେ କରାଯାଇଥିବା ଆର୍ଥିଙ୍ଗ ଲିକେଜ୍ ପରୀକ୍ଷା | 3. ବୈଦ୍ୟୁତିକ ସ୍ଥାପନରେ ପଡିଥିବା ଗଛ କାଟିବା ପାଇଁ ସ୍ୱତନ୍ତ୍ର ଡ୍ରାଇଭ୍ | 4. ବନ୍ୟା ପରିସ୍ଥିତିକୁ ଏଡାଇବା ପାଇଁ ସମସ୍ତ ବିତରଣ ଉପ-ଷ୍ଟେସନରେ ପର୍ଯ୍ୟାପ୍ତ ପରିମାଣର ଜଳ ନିଷ୍କାସନ ପମ୍ପ ସ୍ଥାପିତ | 5. ଜରୁରୀକାଳୀନ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକ ଉପକରଣ ନିୟୋଜିତ | 6. ବିଦ୍ୟୁତ୍ ବ୍ୟାଘାତ ପ୍ରତି ପ୍ରତିକ୍ରିୟା ସମୟକୁ କମ୍ କରିବାକୁ ନିଶ୍ଚିତ କରିବାକୁ ଟ୍ରାନ୍ସଫର୍ମର, ସୁଇଚ୍ ଗିଅର୍ ଇତ୍ୟାଦି ଅତ୍ୟାବଶ୍ୟକୀୟ ଅତିରିକ୍ତ ଅଂଶ, ଉପକରଣ, ଏବଂ ଯନ୍ତ୍ରପାତିର ପର୍ଯ୍ୟାପ୍ତ ଷ୍ଟକ୍ | 7. ଯେକୌଣସି ଆପଦକୁ ଏଡ଼ାଇବା ପାଇଁ ଉତ୍ସର୍ଗୀକୃତ କୁଇକ ରେସପନ୍ସ ଟିମ ଟିପିଏସ୍ଓଡିଏଲ୍ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ସ୍ଥାନିତ | 8. ମୌସୁମୀ ପ୍ରସ୍ତୁତି ଯାଞ୍ଚ କରିବା ପାଇଁ ମକ୍ ଡ୍ରିଲ୍ | 9. ଗ୍ରାହକଙ୍କୁ ଶୀଘ୍ର ବିଜୁଳି ସଂଯୋଗ କରିବାକୁ କିମ୍ବା କୌଣସି ବୈଷୟିକ ଅଭିଯୋଗକୁ ପଞ୍ଜିକରଣ କରିବାରେ ଗ୍ରାହକ ସେବା କେନ୍ଦ୍ରଗୁଡ଼ିକର ଦକ୍ଷତା ବୃଦ୍ଧି | ଗ୍ରାହକଙ୍କୁ ସୁରକ୍ଷା ନିର୍ଦ୍ଦେଶାବଳୀ: 1. ସୁନିଶ୍ଚିତ କରନ୍ତୁ ଯେ ପରିସରକୁ ବୈଦ୍ୟୁତିକ ଯୋଗାଣ କରୁଥିବା ମିଟର କ୍ୟାବିନ୍ ଜଳସ୍ତର କିମ୍ବା ଲିକେଜରୁ ପର୍ଯ୍ୟାପ୍ତ ପରିମାଣରେ ସୁରକ୍ଷିତ ଅଛି 2. ଯଦି ତାରରେ କୌଣସି ପରିବର୍ତ୍ତନ କରାଯାଇଥାଏ, ତେବେ ଏହାକୁ ଲାଇସେନ୍ସପ୍ରାପ୍ତ ବୈଦ୍ୟୁତିକ କର୍ମଚାରୀଙ୍କ ଦ୍ୱାରା ଭଲ ଭାବରେ ଯାଞ୍ଚ କରାଯାଇ ପରୀକ୍ଷା କରାଯିବା ଉଚିତ | 3. ସମସ୍ତ ତ୍ରୁଟି ସଠିକ୍ ଭାବରେ ସଂଶୋଧିତ ହେବା ପରେ ହିଁ ମୁଖ୍ୟ ସୁଇଚ୍ ଲଗାନ୍ତୁ | 4. ଯଦି ମିଟର କ୍ୟାବିନରେ ପାଣି ଲଗିଂ କିମ୍ବା ଲିକ୍ ଦେଖାଯାଏ ତେବେ ମୁଖ୍ୟ ସୁଇଚ୍ ବନ୍ଦ କରନ୍ତୁ | 5. ବଜ୍ରପାତ ଆରମ୍ଭ ହେବା ପୂର୍ବରୁ ବୈଦ୍ୟୁତିକ ଉପକରଣଗୁଡ଼ିକୁ ବନ୍ଦ କରି ଦିଅନ୍ତୁ | 6. ଟ୍ରାଫିକରେ ନିଜକୁ ଅଧିକ ଦୃଶ୍ୟମାନ କରିବା ପାଇଁ ପ୍ରତିଫଳିତ ରେନକୋଟ୍ ବ୍ୟବହାର କରନ୍ତୁ | କରନ୍ତୁ ନାହିଁ: 1. ବଜ୍ରପାତ ସମୟରେ କୋଣସି ବିଜୁଳି ତାର କିମ୍ବା ପ୍ଲମ୍ବିଂକୁ ସ୍ପର୍ଶ କରନ୍ତୁ ନାହିଁ କାରଣ ଟେଲିଫୋନ୍ ଲାଇନ୍ / ଧାତୁ ପାଇପ୍ ବିଦ୍ୟୁତ୍ ପରିଚାଳନା କରିପାରିବ | 2. ପ୍ରବଳ ପବନ, ବଜ୍ରପାତ ଏବଂ ବର୍ଷା ପରିସ୍ଥିତିରେ ଗଛ କିମ୍ବା କୌଣସି ଅସ୍ଥାୟୀ ବ୍ୟବସ୍ଥା ତଳେ ଆଶ୍ରୟ ନିଅନ୍ତୁ ନାହିଁ | 3. ସୁରକ୍ଷା ହ୍ୟାଣ୍ଡ ଗ୍ଲୋଭସ୍, ସୁରକ୍ଷା ଜୋତା, କିମ୍ବା ଇନସୁଲେଟେଡ୍ ପ୍ଲାଟଫର୍ମ ବ୍ୟବହାର ନକରି ବୈଦ୍ୟୁତିକ ସଂସ୍ଥାକୁ ସ୍ପର୍ଶ କରନ୍ତୁ ନାହିଁ | 4. ଦ୍ରୁତ ଗତିଶୀଳ ବନ୍ୟା ଜଳ ଦେଇ ଚାଲିବା, ପହଁରିବା କିମ୍ବା ଗାଡି ଚଳାଇବାକୁ ଚେଷ୍ଟା କରନ୍ତୁ ନାହିଁ 5. ଓଭରହେଡ୍ ଲାଇନ୍ / ବୈଦ୍ୟୁତିକ ସ୍ଥାପନ ଗୁଡ଼ିକ ନିକଟରେଗୁଡ଼ି ଉଡାନ୍ତୁ ନାହିଁ | 6. ବର୍ଷା ପରେ ପିଲାମାନଙ୍କୁ ଡ୍ରେନ୍ ନିକଟରେ ଖେଳିବାକୁ ଦିଅନ୍ତୁ ନାହିଁ | 7. ପ୍ରବଳ ବର୍ଷା ସମୟରେ ପାହାଡ / ସମୁଦ୍ର କୂଳରେ ଟ୍ରେକିଂରୁ ଦୂରେଇ ରୁହନ୍ତୁ | Categories: ଓଡ଼ିଶା, ଦେଶ, ମହାନଗର, ହୋମ୍ Related Content ଏକ ଦିବସୀୟ ଫୁଟବଲ୍ ମ୍ୟାଚ୍ ଅନୁଷ୍ଠିତ by Proprietor Abhimanyu Maharana August 3, 2026 ନୟାଗଡ଼ ଜିଲ୍ଲାର ସାହିତ୍ୟିକ ପରିଚୟ ପୁସ୍ତକ ଲୋକାର୍ପିତ by Proprietor Abhimanyu Maharana August 3, 2026 ପୁରୀ ଜିଲ୍ଲା ରେ ୧୪ ଟି ପଞ୍ଚାୟତ ର ୧୯ ଟି ଗ୍ରାମ ବନ୍ୟା ପ୍ରଭାବିତ by Proprietor Abhimanyu Maharana August 3, 2026 ଜ୍ଞାନ ବିଜ୍ଞାନ ମେଳା by Proprietor Abhimanyu Maharana August 3, 2026 ଦେବୀ ନଦୀର କଣ୍ଟିସାଳ ଠାରେ ବନ୍ଧରୁ ଖସୁଛି ଅତଡ଼ା : ଭୟବିତ ଗ୍ରାମବାସୀ by Proprietor Abhimanyu Maharana August 3, 2026 TANISHQ INTRODUCES DIAMOND EXPERTISE CENTRE ACROSS THREE STORES IN ODISHA, REDEFINING TRANSPARENCY IN DIAMOND BUYING by Proprietor Abhimanyu Maharana August 3, 2026